ସୋସିଆଲ ମିଡ଼ିଆରେ ନିଜର ହନିମୁନ ଫଟୋ ସେୟାର କଲେ ଅଭିନେତ୍ରୀ ଲିପ୍ସା ମିଶ୍ର,ଦେଖନ୍ତୁ …..

ଓଲିଉଡ଼ ଅଭିନେତ୍ରୀ ଲିପ୍ସା ମିଶ୍ର ଚଳିତ ବର୍ଷ ଫେବୃଆରୀ 27 ତାରିଖରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ପ୍ରତିଷ୍ଠିତ ବ୍ୟବସାୟୀ ଆକାଶ ମିଶ୍ରଙ୍କୁ ନିଜର ଜୀବନ ସାଥୀ କରିଛନ୍ତି ଲିପ୍ସା। ତେବେ ବାହାଘର ପରେ ଉଭୟ ସ୍ୱାମୀ-ସ୍ତ୍ରୀ ଏବେ ହନିମୁନରେ ଯାଇଛନ୍ତି।

ତେବେ ଲିପ୍ପା ମିଶ୍ର ଏବେ ସିଙ୍ଗାପୁରରେ ଅଛନ୍ତି। ସେଠାରେ ସେ ନିଜ ସ୍ବାମୀ ଆକାଶଙ୍କ ସହ ମଜାମସ୍ତି କରୁଥିବା ଦେଖିବାକୁ ମିଳିଛି। ଲିପ୍ସା ସେୟାର କରିଥିବା ଫଟୋରେ ଦେଖିବାକୁ ମିଳିଛି ଯେ,ସେ ଏକ ଧଳା ରଙ୍ଗର ଟି ସାର୍ଟ ପିନ୍ଧିଛନ୍ତି ଏବଂ ଏକ୍ ବ୍ଲାକ୍ କର୍ଲର ପ୍ୟାଣ୍ଟ ମଧ୍ୟ ପିନ୍ଧିଛନ୍ତି।

ସେହିପରି ଆକାଶ ମଧ୍ୟ ଏକ ବ୍ଲାକ କର୍ଲର ଟି-ସାର୍ଟ ପିନ୍ଧିଥିବା ବେଳେ ସମାନ କର୍ଲରର ପ୍ୟାଣ୍ଟ ମଧ୍ୟ ପିନ୍ଧିଛନ୍ତି। ତେବେ ଅଭିନେତ୍ରୀଙ୍କ ବିବାହ ଯେତେବେଳେ ହୋଇଥିଲା ସେତେବେଳେ ତାଙ୍କ ଉତ୍ସବରେ ବହୁ ଓଲିଉଡ ଅଭିନେତା , ଅଭିନେତ୍ରୀଙ୍କ ସମେତ ପ୍ରତିଷ୍ଠିତ ବ୍ୟକ୍ତି ସାମିଲ ହୋଇଥିଲେ।

ବିବାହରେ ଲିପ୍ସା ବଲିଉଡ୍ ଡିଜାଇନର ସବ୍ୟସାଚୀଙ୍କ ଲେହେଙ୍ଗା ପିନ୍ଧିଥିଲେ। ଯାହା ତାଙ୍କୁ ଅଧିକ ଆକର୍ଷଣୀୟ କରିଥିଲା। ଆକାଶ ହେଉଛନ୍ତି ଜଣେ ମେକାନିକାଲ୍‌‌ ଇଞ୍ଜିନିୟର ଏବଂ ମାର୍କେଟିଂରେ ସେ ଏମ୍‌‌ବିଏ ପାଠ ପଢ଼଼ିଛନ୍ତି। ବର୍ତ୍ତମାନ ସେ ନିଜ ପରିବାରର ବ୍ୟବସାୟ ଦେଖାଶୁଣା କରୁଛନ୍ତି।

ଓଡ଼ିଆ ସିନେମା ଏବଂ ଟେଲିଭିଜନ ଶିଳ୍ପରେ ନୂଆ ଧାରା ସୃଷ୍ଟି କରିଥିବା ଲିପ୍ସା ମିଶ୍ର 2015 ମସିହାରେ ଚଳଚ୍ଚିତ୍ର ‘ମାୟା’ ଜରିଆରେ ଡେବ୍ୟୁ କରିଥିଲେ। ଏହାପରେ 2016ରେ ‘ଅଦୃଶ୍ୟମ୍‌‌’, 2022 ରେ ‘ତୃଷ୍ଣା’, ‘ପିଲାଟା ବିଗିଡ଼ିଗଲା’, ‘ରଙ୍ଗିଲା ବୋହୂ’, 4 ଇଡିଅଟ୍‌‌’, ‘ଟୋକାଟା ଫସିଗଲା’ଆଦି ଚଳଚ୍ଚିତ୍ରରେ ଲିପ୍ସାଙ୍କୁ ଦେଖିବାକୁ ମିଳିଥିଲା।

ଲିସ୍ପା ଘରୋଇ ଟିଭି ଚ୍ୟାନେଲ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମ ‌ବିଗ୍ ବ୍ରେକ୍‌ରେ ମଧ୍ୟ ଭାଗ ନେଇ ବିଜୟୀ ହୋଇଥିଲେ। ଏହାସହ ଧାରାବାହିକ ‌କିଛି ଲୁହ ପିଇଯାଏ ଓଠ‌ରେ ନାୟିକା ଖୁସି ଭୂମିକାରେ ଅଭିନୟ କରିଥିଲେ। ଏହି ଧାରାବାହିକଟି ସରିବା ପରେ ସେ 2015ରେ ମାୟା ଚଳଚ୍ଚିତ୍ର ଜରିଆରେ ଲିପ୍ସା ଓଡ଼ିଆ ଚଳଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ।

odia sambada
Comments (0)
Add Comment