ଅ-ଶ୍ଲୀଳ ଏବଂ ମନ ଉତ୍ତେଜିତ କଲା ପରି ମେସେଜ କରି ଯୁବକଙ୍କ ଠାରୁ ଲୁ-ଟିନେଲେ ଦେଢ଼ ଲକ୍ଷ ଟଙ୍କା, ଥା-ନାର ଚ-କ୍କର କା-ଟୁଛନ୍ତି ଏବେ ଯୁବକ

ଦିଲ୍ଲୀର ଲକ୍ଷ୍ମୀନଗର ଅଞ୍ଚଳରୁ ଦେଖିବାକୁ ମିଳିଛି ଏକ ଆଶ୍ଚ-ର୍ଯ୍ୟକର ମାମ-ଲା। ଏଠାର 22 ବର୍ଷୀୟ ନାଭିଦ୍ ଖାନ୍ ନାମକ ଜଣେ ଯୁବକ ନିଜ ମୋବାଇଲ୍ ଫୋନରେ ହ୍ୱାଟସ୍ ଆପରେ ଏକ ମେସେଜ ପାଇଥିଲେ, ଯେଉଁଥିରେ ଲେଖାଥିଲାଯେ “ତୁମେ ମୋ ସହ ରୋ-ମାନ୍ସ କରିବାକୁ ଚାହୁଁଛନ୍ତି କି? ‘ହଁ’ କିମ୍ବା ‘ନା’ ଉତ୍ତର ଦିଅନ୍ତୁ।”

ଖାନ୍ ଯେତେବେଳେ ‘ହଁ’ ଉତ୍ତର ଦେଲେ, ତାପରେ ଜଣେ ଝିଅ ଭିଡିଓ କଲ କରିଥିଲେ ଯିଏ ନିଜକୁ ଆଗ୍ରାର ପୂଜା ବୋଲି କହିଥିଲେ। ତେବେ ସମ୍ପୁର୍ଣ୍ଣ ସୂଚନା ଅନୁସାରେ ଉକ୍ତ ଯୁବକଟି ପୋ-ଲିସ ପାଖରେ ଅଭି-ଯୋଗ କରି କହିଛନ୍ତି ଯେ, ” ଝିଅଟି ଯେତେବେଳେ ଭିଡ଼ିଓ କଲ କଲା ମୁଁ ଉଠେଇବା ପରେ ଝିଅଟି ନିଜ ପୋଷାକ କାଢ଼ିବା ଆରମ୍ଭ କଲା, ମୋତେ ମଧ୍ୟ ପୋଷାକ କାଢ଼ିବାକୁ କହିଥିଲେ।

ମୁଁ ସଂପୂର୍ଣ୍ଣ ଭାବେ ମୋ ଡ୍ରେସ୍ ଖୋଲି ନଥିଲି, କିନ୍ତୁ ସେ ଏହାକୁ ରେ-କର୍ଡ କରି ନେଇଥିଲେ। ଏହାପରେ ମୁଁ ହ୍ୱାଟସ୍ ଆପରେ ଏକ ଏସଏମଏସ ପାଇଲି ଯେ ସେମାନେ ମୋର ରେ-କର୍ଡିଂ ସୋସିଆଲ୍ ମିଡିଆ ସାଇଟରେ ସେୟାର କରିବାକୁ ଯାଉଛନ୍ତି।”

ଖାନ କହିଛନ୍ତି ଯେ, “ମୁଁ ପୁରା ଭ-ୟଭୀ-ତ ହୋଇଗଲି। ମୋ ଫୋନରୁ ହ୍ୱାଟସ୍ ଆପ୍ ଡିଲିଟ୍ କରିଦେଲି ଏବଂ ସମସ୍ତ ସୋସିଆଲ୍ ମିଡିଆ ଆକାଉଣ୍ଟକୁ ମଧ୍ୟ ଡିଲିଟ୍ କରିଦେଇଥିଲି, କିନ୍ତୁ ପରଦିନ ମୋତେ ଜଣେ ବ୍ୟକ୍ତିଙ୍କଠାରୁ କଲ୍ ଆସିଥିଲା, ​​ଯିଏ ମୋତେ କହିଲେ ଯେ ସେ ଦିଲ୍ଲୀ ପୋଲିସର ସାଇବର ସେଲର ଜଣେ ଅଧିକାରୀ।

ସେ କହିଥିଲେ ଯେ ମୋ ବିରୋ-ଧରେ ସେ ଏକ ଅଭି-ଯୋଗ ଗ୍ରହଣ କରିଛନ୍ତି, ଯାହା ଆଧାରରେ ସେ ୱାରେଣ୍ଟ ଜାରି କରିବାକୁ ଯାଉଛନ୍ତି।” ଅଭି-ଯୋଗ ଅନୁସାରେ, “ନିଜକୁ ସାଇବର ସେଲର ଜଣେ ଅଧିକାରୀ ଭାବରେ ପରିଚିତ କରିଥିବା ବ୍ୟକ୍ତି ଖାନଙ୍କୁ ଭିଡିଓ କଲ କରିବାକୁ କହିଥିଲେ, ଯାହାପରେ ଖାନ ନିଜ ଫୋନରେ ହ୍ୱାଟସ୍ ଆପ୍ ଡାଉନଲୋଡ୍ କରି ତାଙ୍କ ସହ କଥା ହୋଇଥିଲେ।

ପରେ ବ୍ୟକ୍ତି ଜଣକ ଭିଡିଓ ଡ଼ିଲିଟି କରିବାରେ ସହାୟତା ପାଇଁ, ମୋନୁ ପଞ୍ଚଲ ନାମକ ଜଣେ ବ୍ୟକ୍ତିଙ୍କ ସହ ଯୋଗାଯୋଗ କରିବାକୁ କହିଥିଲେ। ଯେତେବେଳେ ଖାନ ପଞ୍ଚଲଙ୍କୁ ଫୋନ କରିଥିଲେ, ସେତେବେଳେ ସେ ଏହି କାମ କରିବା ପାଇଁ 21,800 ଟଙ୍କା ମାଗିଥିଲେ। ସେ ପ୍ରତିଶୃତି ମଧ୍ୟ ଦେଇଥିଲେ ଯେ ଏହି ଟଙ୍କା ପରେ ଫେରସ୍ତ କରାଯିବ।”

“ଏହାପରେ ପଞ୍ଚଲ ମୋତେ ଏକ ଆକ୍ସିସ୍ ବ୍ୟାଙ୍କ ଆକାଉଣ୍ଟର ବିବରଣୀ ପଠାଇଥିଲେ। ମୁଁ ସେଥିରେ ଟଙ୍କା ପଠାଇଲି, କିନ୍ତୁ ମୋତେ ପୁଣି ପରବର୍ତ୍ତୀ ସମୟରେ ସମାନ ପରିମାଣର ଆଉ ତିନିଥର ଟଙ୍କା ପଠାଇବାକୁ କହିଲେ ଅର୍ଥାତ ମୁଁ ସମ୍ପୁର୍ଣ୍ଣ 65,400 ଟଙ୍କା ଦେଇଥିଲି।

କାରଣ ମୋତେ ଆଉ ତିନୋଟି ଭିଡିଓ ଡିଲିଟ୍ କରିବାର ଥିଲା। ମୋତେ ଏହି ଟଙ୍କା ଅନ୍ୟ ଏକ ବ୍ୟାଙ୍କ ଆକାଉଣ୍ଟରେ ଜମା କରିବାକୁ କହିଲେ।” କିଛି ସମୟ ପରେ ଖାନ ପୁଣିଥରେ ପଞ୍ଚଲଙ୍କଠାରୁ କଲ୍ ପାଇଥିଲେ। ପଞ୍ଚଲ କହିଥିଲେ ଯେ ସେ ସାଇବର ସେଲ ଅଧିକାରୀଙ୍କୁ ଏକ ଇମେଲ ଲେଖିଛନ୍ତି ଏବଂ ସେହି ଅଧିକାରୀଙ୍କ ସହ କଥା ହେବାକୁ ସେ କହିଥିଲେ।

ଖାନ କହିଥିଲେ, “ଯେତେବେଳେ ମୁଁ ସାଇବର ସେଲ ଅଫିସରଙ୍କୁ ଫୋନ କଲି, ସେ ମୋତେ 1.5 ଲକ୍ଷ ଟଙ୍କା ଅଧିକ ମାଗିଥିଲେ। ମୋର ଅନୁରୋଧ କ୍ରମେ ସେ ରାଶି କମ କଲେ ଏବଂ ମୁଁ ତାଙ୍କୁ ଟଙ୍କା ଦେଲି, କିନ୍ତୁ ସେ ବାରମ୍ବାର ଅଧିକ ଟଙ୍କା ମାଗି ଚାଲିଥିଲେ ।” ଖାନ୍ କହିଛନ୍ତି ଯେ ଏହାପରେ ତାଙ୍କ ପାଖରେ ଥା-ନାରେ ମାମ-ଲା ରୁ-ଜୁ କରିବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ଦେଖାଗଲା ନାହିଁ।

ଏ ବାବ-ଦରେ ପୋ-ଲିସ ଏଫଆ-ଇଆର ପଞ୍ଜିକରଣ କରିଛି। ସାଇବର ସେଲ୍ କହିଛି ଯେ ସେ ଏହି ଘଟ-ଣାର ଯାଞ୍ଚ କରୁଛି ଏବଂ ଅପ-ରାଧୀଙ୍କୁ ଖୋଜିବା ପାଇଁ ଉଦ୍ୟମ କରାଯାଉଛି। ଯାଞ୍ଚକାରୀମାନେ କହିଛନ୍ତି ଯେ ରେ-କର୍ଡ ହୋଇଥିବା ଅ-ଶ୍ଳୀଳ ଭିଡିଓ ଦେଖାଇବା ଏବଂ ଲୋକଙ୍କୁ ଆକର୍ଷିତ କରି ଟଙ୍କା ଲୁ-ଟିବା ସାଇବର ଅପ-ରାଧୀଙ୍କ ଏକ ସାଧାରଣ କୌଶଳ ହୋଇଯାଇଛି।

odia sambada
Comments (0)
Add Comment