200 କିଲୋ ଓଜନର ପିଲା.., 10 ବର୍ଷ ବୟସରେ କମାଇଲା 114 କେଜି ଓଜନ,ପୂର୍ବରୁ ଖାଉଥିଲା 6 ଜଣ ଲୋକଙ୍କ ଖାଦ୍ୟ

ଦୁନିଆରେ ଏପରି ଅନେକ ଲୋକ ଅଛନ୍ତି ଯାହାଙ୍କର ଓଜନ ଯଥେଷ୍ଟରୁ ଅଧିକ ଅଟେ। ଆପଣ ପୂର୍ବରୁ ନିଶ୍ଚିତ ଭାବରେ ସୋସିଆଲ ମିଡିଆରେ ଏପରି ଏକ ପିଲାର ଫଟୋ ଦେଖିଥିବେ, ଯେଉଁଥିରେ ପିଲାଟିର ଓଜନ ବହୁତ ଅଧିକ ଥିଲା। ସେହି ବାଳକଟିର ନାମ ଆର୍ଯ୍ୟ ପ୍ରେରମନା, ଯିଏ ଦୁନିଆର ସବୁଠାରୁ ‘ମୋଟା ବାଳକ’ ଭାବରେ ଚର୍ଚ୍ଚିତ ଥିଲା।

କିନ୍ତୁ ବର୍ତ୍ତମାନ ଆର୍ଯ୍ୟ ସଂପୂର୍ଣ୍ଣ ବଦଳି ଯାଇଛନ୍ତି କାରଣ ସେ କିଛି ବର୍ଷ ପୂର୍ବରୁ ପ୍ରାୟ 114 କିଲୋଗ୍ରାମ ହ୍ରାସ କରିଥିଲେ। ଓଜନ ହ୍ରାସ ପୂର୍ବରୁ, ଆର୍ଯ୍ୟଙ୍କ ଓଜନ 10 ବର୍ଷ ବୟସରେ ପ୍ରାୟ 200 କିଲୋଗ୍ରାମରୁ ଅଧିକ ଥିଲା। ଇଣ୍ଡୋନେସିଆର ପ୍ରସିଦ୍ଧ ତଥା ବୃତ୍ତିଗତ ବଡି ବିଲଡର ତାଙ୍କୁ ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥିଲେ। ତେବେ ଆସନ୍ତୁ ଜାଣିବା ସେ କିପରି ଓଜନ କମାଇଲେ।

ଆର୍ଯ୍ୟ ଭିଡିଓ ଗେମ୍ ଖେଳିବାକୁ ଭଲ ପାଉଥିଲେ। ସେ ଦିନସାରା ନୁଡୁଲ୍ସ, ଫ୍ରାଏ ଚିକେନ୍ ଏବଂ ଥଣ୍ଡା ପରି ଜଙ୍କ ଫୁଡ୍ ଖାଉଥିଲେ। ଏତେ କମ୍ ବୟସରେ ମଧ୍ୟ ସେ ପ୍ରାୟ 7,000 କ୍ୟାଲୋରୀ ଖାଉଥିଲେ। ଯାହାପରେ ତାଙ୍କ ଶରୀର ଆବଶ୍ୟକତାଠାରୁ ପ୍ରାୟ ଛଅ-ସାତ ଗୁଣ ଅଧିକ ବଢି ଚାଲିଲା।

ଆର୍ଯ୍ୟ ଆଉ ଚାଲିପାରିଲେ ନାହିଁ, ବସିପାରିଲେ ନାହିଁ, ଘରେ ସ୍ନାନ କରିପାରିଲେ ନାହିଁ, ତେଣୁ ସେ ଘର ବାହାରେ ଥିବା ଟାଙ୍କିରେ ସ୍ନାନ କରୁଥିଲେ, ତାଙ୍କ ପୋଷାକ ତାଙ୍କୁ ଫିଟ୍ ହୋଇପାରୁନଥିଲା। ଆର୍ଯ୍ୟ ଏପ୍ରିଲ୍ 2017 ରେ ବାରିଆଟ୍ରିକ୍ ସର୍ଜରୀ କରିଥିଲେ, ଯାହା ପରେ ସେ ବାରିଆଟ୍ରିକ୍ ସର୍ଜରୀ ହୋଇଥିବା ସବୁଠାରୁ କମ ବୟସର ପିଲା ହୋଇଗଲା।

ଜକର୍ତ୍ତାର ଓମନି ହସ୍ପିଟାଲରେ ଅସ୍ତ୍ରୋପଚାର ପରେ ସେ ବଡି ବିଲଡିଂ ଚାମ୍ପିଅନ୍ ଆଡେ ରାୟଙ୍କୁ ଭେଟିଥିଲେ, ଯାହାଙ୍କର ପର୍ସନାଲ ଜିମ୍ ଥିଲା। ଯେତେବେଳେ ସେ ଆର୍ଯ୍ୟ ବିଷୟରେ ଜାଣିଲେ, ସେ ଆର୍ଯ୍ୟଙ୍କୁ ସାହାଯ୍ୟ କରିବା ପାଇଁ ହାତ ବଢ଼ାଇଥିଲେ ଏବଂ ତାପରେ ସେ ଆର୍ଯ୍ୟଙ୍କ ପରିବାରଙ୍କ ସହ କଥା ହେଲେ।

ତେବେ ସେହି ଜିମ ଟ୍ରେନରଙ୍କ ଅଧୀନରେ ରହି ଆର୍ଯ୍ୟ ତାଙ୍କର ଖାଇବା ଅଭ୍ୟାସକୁ ବଦଳାଇ ପନିପରିବା ଏବଂ ଅନ୍ୟାନ୍ୟ ସ୍ୱାସ୍ଥ୍ୟକର ଖାଦ୍ୟ ଖାଇବା ଆରମ୍ଭ କଲେ। ଏହା ସହିତ ସେ ପ୍ରତିଦିନ ଓଜନ ବ୍ୟାୟାମ ଏବଂ ଜିମ କରିବା ଆରମ୍ଭ କଲେ।ଏହାପରେ ଧୀରେ ଧୀରେ ଆର୍ଯ୍ୟଙ୍କୁ ଜିମରେ ବ୍ୟାୟାମ କରିବାକୁ ମଜା ଲାଗିଲା।

ପ୍ରତିଦିନ ବ୍ୟାୟାମ କରି କରି ଆର୍ଯ୍ୟ ତିନିବର୍ଷ ମଧ୍ୟରେ ଅଧାରୁ ଅଧିକ ଓଜନ ହ୍ରାସ କରିଥିଲେ। ଆଦେ ଏବଂ ଆର୍ଯ୍ୟଙ୍କ ସମ୍ପର୍କ ଅତ୍ୟନ୍ତ ମଜବୁତ ହୋଇସାରିଛି ଏବଂ ଦୁହେଁ ଦାଦା-ପୁତୁରା ପରି ଜୀବନଯାପନ କରୁଛନ୍ତି। ଆର୍ଯ୍ୟ ବର୍ତ୍ତମାନ ବିଦ୍ୟାଳୟକୁ ଯାଇପାରିବେ, ନିଜର କାର୍ଯ୍ୟ ନିଜେ କରିପାରିବେ, ଫୁଟବଲ୍, ଟେନିସ୍, ବ୍ୟାଡମିଣ୍ଟନ୍ ସବୁ ଖେଳିପାରିବେ।

odia sambada
Comments (0)
Add Comment