ସରକାରୀ କର୍ମଚାରୀଙ୍କ ପାଇଁ ବହୁତ ବଡ଼ ଖୁସି ଖବର, ଆସିବ DA ବକେୟା ରାଶି, ମିଳିବ ଏତେ ଟଙ୍କା

ବିଗତ ଦିନରେ କେନ୍ଦ୍ର ସରକାର ନିଜର କର୍ମଚାରୀଙ୍କ ମହଙ୍ଗା ଭତ୍ତାକୁ 4ପ୍ରତିଶତ ବୃଦ୍ଧି କରିଥିଲେ । ଏହା ସହିତ ପେନସନଭୋଗୀଙ୍କ ମହଙ୍ଗା ରିଲିଫ୍ ମଧ୍ୟ 4 ପ୍ରତିଶତ ବୃଦ୍ଧି ପାଇଛି। ଏହି ବୃଦ୍ଧି ପରେ କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତା 38 ପ୍ରତିଶତରୁ 42 ପ୍ରତିଶତକୁ ବୃଦ୍ଧି ପାଇଛି । ଏଥିରୁ ପ୍ରାୟ 47.58 ଲକ୍ଷ କର୍ମଚାରୀ ଏବଂ 69.76 ଲକ୍ଷ ପେନସନଧାରୀ ଉପକୃତ ହେବେ।

ସପ୍ତମ ବେତନ ଆୟୋଗର ସୁପାରିଶ ପରେ ମହଙ୍ଗା ଭତ୍ତାରେ ଏହି ବୃଦ୍ଧି କରାଯାଇଛି। ଜାନୁଆରୀରୁ ଜୁନ୍ ମାସ ପର୍ଯ୍ୟନ୍ତ ପ୍ରଥମ ଛଅ ମାସ ପାଇଁ ଏହି ବୃଦ୍ଧି କରାଯାଇଛି । କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ମଧ୍ୟ ସରକାର ଦୁଇ ମାସର ବକେୟା ଦେବେ। କାରଣ ଜାନୁଆରୀ 1ରୁ DA ଏବଂ DR ର ବୃଦ୍ଧି ପ୍ରଯୁଜ୍ୟ ବୋଲି ମନେ କରାଯିବ।

ଏହି କାରଣରୁ ଜାନୁଆରୀ ଏବଂ ଫେବୃଆରୀର ବର୍ଦ୍ଧିତ ମହଙ୍ଗା ଭତ୍ତାର ବକେୟା ଭାବରେ ଦିଆଯିବ। ଅର୍ଥାତ୍ କର୍ମଚାରୀଙ୍କ ମାର୍ଚ୍ଚ ମାସର ଦରମା ବୃଦ୍ଧି ପାଇବ । DA ରେ ଏହି ବୃଦ୍ଧି ପରେ ସରକାରଙ୍କୁ ପ୍ରତିବର୍ଷ 12,815 କୋଟି ଟଙ୍କା ଆର୍ଥିକ ବୋଝ ପଡ଼ିବ। ସରକାର ପ୍ରତି 6 ମାସରେ କର୍ମଚାରୀଙ୍କ ଡିଏ ବୃଦ୍ଧି କରନ୍ତି।

ମୁଦ୍ରାସ୍ଫୀତି ହାରକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର କର୍ମଚାରୀଙ୍କ DA ବୃଦ୍ଧି କରିଛନ୍ତି।ମୁଦ୍ରାସ୍ଫୀତି ଅଧିକ ହେଲେ DA ହାରରେ ଆହୁରି ବୃଦ୍ଧି ହେବ। ଏହାପୂର୍ବରୁ ସରକାର ଗତ 6 ମାସ ପୂର୍ବେ DAରେ 4 ପ୍ରତିଶତ ବୃଦ୍ଧି କରିଥିଲେ।

ଏହାସହ ମାର୍ଚ୍ଚ 2022ରେ ସରକାର କର୍ମଚାରୀଙ୍କ DA କୁ 3% ବୃଦ୍ଧି କରିଥିଲେ । ଏହି ବୃଦ୍ଧି ପରେ କର୍ମଚାରୀଙ୍କ ମହଙ୍ଗା ଭତ୍ତା 31% ରୁ 34 %କୁ ବୃଦ୍ଧି ପାଇଥିଲା। ମନେ କରାଯାଉ କୌଣସି କେନ୍ଦ୍ର କର୍ମଚାରୀଙ୍କ ମାସିକ ଦରମା 25,500 ଟଙ୍କା ରହିଛି। ଏହିପରି ଭାବରେ 38% ହାରରେ ତାଙ୍କୁ DA ଭାବରେ 9,690 ଟଙ୍କା ମିଲିବ।

ବର୍ତ୍ତମାନ ମହଙ୍ଗା ଭତ୍ତାର 4 ପ୍ରତିଶତ ବୃଦ୍ଧି ପରେ ଏହି ପରିମାଣ 10 ଟଙ୍କାକୁ ବୃଦ୍ଧି ପାଇବ । ଅର୍ଥାତ୍ ପ୍ରତି ମାସରେ କର୍ମଚାରୀଙ୍କ ବେତନରେ 1,020 ଟଙ୍କା ବୃଦ୍ଧି ହେବ । ଜାନୁଆରୀ ଏବଂ ଫେବୃଆରୀ ମାସର ବକେୟା ମାର୍ଚ୍ଚ ମାସର ଦରମା ସହିତ ଯୋଡାଯିବ।

ଏହା ସହିତ ମାର୍ଚ୍ଚରେ DA ମଧ୍ୟ ଆସିବ। ଏହିପରି କର୍ମଚାରୀଙ୍କ ଦରମା ଏହି ମାସରେ 3,060 ଟଙ୍କା ବୃଦ୍ଧି ପାଇବ। କେନ୍ଦ୍ର ସରକାର ପ୍ରତିବର୍ଷ ଜାନୁଆରୀ ଆରମ୍ଭରୁ ଜୁଲାଇ ଶେଷ ପର୍ଯ୍ୟନ୍ତ DA/DR ବୃଦ୍ଧି କରନ୍ତି । ତେବେ ଗତ କିଛି ବର୍ଷ ମଧ୍ୟରେ ବିଳମ୍ବ ଘଟିଛି ।

odia sambada
Comments (0)
Add Comment