ଦୀର୍ଘ ୧୨ ବର୍ଷ ପରେ ମୀନ ରାଶିରୁ ବୃହସ୍ପତିଙ୍କ ଗୋଚର, ଆସନ୍ତା ଏକ ମାସ ପର୍ଯ୍ୟନ୍ତ ଏହିସବୁ ରାଶିଙ୍କର ବଢିବ ସମସ୍ୟା

ଜ୍ୟୋତିଷ ଶାସ୍ତ୍ରରେ ବୃହସ୍ପତିଙ୍କ ଗୋଚର ଶୁଭ ବୋଲି ମନେ କରାଯାଏ ନାହିଁ। ବୃହସ୍ପତିଙ୍କ ଅସ୍ତରେ ଅନେକ ରାଶିର ଜାତକ ଉପରେ ପ୍ରଭାବ ପଡିଥାଏ । ଯେପରିକି ରାଶିର ପାରିବାରିକ ଜୀବନ, ସ୍ୱାସ୍ଥ୍ୟ ଏବଂ ଆର୍ଥିକ ଅବସ୍ଥାରେ ଅନେକ ଉତ୍ଥାନ-ପତନ ଦେଖିବାକୁ ମିଳିପାରେ।

ଆସନ୍ତୁ ଜାଣିବା କେଉଁ ରାଶିର ବ୍ୟକ୍ତିଙ୍କୁ ଅସୁବିଧା ଏବଂ ସଙ୍କଟର ସମ୍ମୁଖୀନ ହେବାକୁ ପଡ଼ିପାରେ।

ମିଥୁନ ରାଶି।

ବୃହସ୍ପତିଙ୍କ ଅସ୍ତରେ ମିଥୁନ ରାଶିର ବ୍ୟବସାୟ ଶ୍ରେଣୀର ଲୋକଙ୍କ ପାଇଁ ସମୟ କଷ୍ଟସାଧ୍ୟ ହୋଇପାରେ । ସେମାନଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିପାରେ। ଏହା ସହିତ ବିବାହିତ ଜୀବନରେ ମଧ୍ୟ ସନ୍ତୁଳନ ବଜାୟ ରଖିବା ଆବଶ୍ୟକ। ଏହି ସମୟରେ ଏହି ରାଶିର ଲୋକମାନେ କୌଣସି ପ୍ରକାରର ଝଗଡ଼ାରୁ ଦୂରେଇ ରହିବା ଆବଶ୍ୟକ।

ଧନୁ ରାଶି।

ବୃହସ୍ପତିଙ୍କ ଅସ୍ତ ହେବା ଦ୍ୱାରା ଧନୁ ରାଶିର ଲୋକମାନେ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି । ଏହି ସମୟରେ ଆପଣ ସ୍ୱାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦେବା ଆବଶ୍ୟକ। ଏହାସହ ଯେଉଁମାନେ କାହା ସହିତ ରିଲେସନ ସିପରେ ଅଛନ୍ତି, ସେମାନଙ୍କ ପାଇଁ ସମୟ ଟିକିଏ କଷ୍ଟସାଧ୍ୟ ହେବ।

କନ୍ୟା ରାଶି।

କନ୍ୟା ରାଶିର ଲୋକଙ୍କ ବୈବାହିକ ସଂପର୍କରେ ଅନେକ ସମସ୍ୟା ଦେଖିବାକୁ ମିଳିପାରେ। ଏହି ସମୟରେ ଆପଣ କୌଣସି ପ୍ରକାର ଝଗଡା କରିବା ଉଚିତ୍ ନୁହେଁ। ଏହି ସମୟରେ ଆପଣଙ୍କ ଜୀବନରେ ଅନେକ ପ୍ରକାରର ସମସ୍ୟା ଦେଖା ଦେଇପାରେ।

କୁମ୍ଭ ରାଶି।

ବୃହସ୍ପତିଙ୍କ ଅସ୍ତ ହେବା କାରଣରୁ କୁମ୍ଭ ରାଶିର ଲୋକମାନେ ସେମାନଙ୍କ ବାଣୀ ପ୍ରତି ଧ୍ୟାନ ଦେବା ଆବଶ୍ୟକ। ନଚେତ ଆପଣ ନିଜର ଘନିଷ୍ଠ ସମ୍ପର୍କୀୟମାନଙ୍କ ସହିତ ସମ୍ପର୍କକୁ ଖରାପ କରିପାରନ୍ତି। ଏହି ସମୟ ମଧ୍ୟରେ କୌଣସି ବିନିଯୋଗ କରନ୍ତୁ ନାହିଁ। ଏହି ସମୟରେ ବିନିଯୋଗ କଲେ ଆପଣଙ୍କୁ କ୍ଷତି ହୋଇପାରେ।

ମୀନ ରାଶି।

ବୃହସ୍ପତି ମୀନ ରାଶିରେ ଅସ୍ତ ହେବାକୁ ଯାଉଛନ୍ତି। ଏପରି ପରିସ୍ଥିତିରେ ମୀନ ରାଶିର ଲୋକଙ୍କର ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ହୋଇପାରେ । ଏହା ସହିତ ଆପଣଙ୍କୁ ଆପଣଙ୍କର କାର୍ଯ୍ୟ କ୍ଷେତ୍ରରେ ଅନେକ ସମସ୍ୟାର ସାମ୍ନା କରିବାକୁ ପଡିପାରେ। ଏହି ସମୟ ମଧ୍ୟରେ ଆପଣଙ୍କର ଆର୍ଥିକ ଅବସ୍ଥା ମଧ୍ୟ ପ୍ରଭାବିତ ହୋଇପାରେ।

odia sambada
Comments (0)
Add Comment