୧ ଏପ୍ରିଲରୁ ହେବାକୁ ଯାଉଛି ଏହି ସବୁ ନିୟମରେ ପରିବର୍ତ୍ତନ, ଗ୍ୟାସଠାରୁ ଆରମ୍ଭ କରି ସୁନା ପର୍ଯ୍ୟନ୍ତ ବଦଳିବ ସବୁକିଛି, ଜାଣନ୍ତୁ ସମସ୍ତ ନିୟମ

ପ୍ରତ୍ୟକ ମାସ ଆରମ୍ଭରୁ ଅନେକ ନିୟମରେ ପରିବର୍ତ୍ତନ ଦେଖାଯାଏ। ସେହିପରି ଏବେ ଏପ୍ରିଲ ମାସରେ ମଧ୍ୟ ଅନେକ କିଛି ନିୟମରେ ପରିବର୍ତ୍ତନ ହେବାକୁ ଯାଉଛି।ଆସନ୍ତୁ ଜାଣିବା କେଉଁ ସବୁ ନିୟମ 1 ଏପ୍ରିଲରୁ ପରିବର୍ତ୍ତନ ହେବ।

ଏପ୍ରିଲରେ ଏତିକି ଦିନ ରହିବ ବ୍ୟାଙ୍କ ବନ୍ଦ।

ଏପ୍ରିଲ୍ ମାସରେ ଅନେକ ଘରୋଇ ଏବଂ ସରକାରୀ କ୍ଷେତ୍ର ବ୍ୟାଙ୍କ ମୋଟ 15 ଦିନ ଛୁଟି ରହିବ। ଯେଉଁଥିରେ ସପ୍ତାହିକ ଏବଂ ଅନ୍ୟାନ୍ୟ ବ୍ୟାଙ୍କ ଛୁଟି ଅନ୍ତର୍ଭୁକ୍ତ। ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ର ନିର୍ଦ୍ଦେଶାବଳୀ ଅନୁଯାୟୀ ଏପ୍ରିଲ 2023 ରେ ଦ୍ୱିତୀୟ ଏବଂ ଚତୁର୍ଥ ଶନିବାର ଏବଂ ରବିବାର ସହିତ ବ୍ୟାଙ୍କଗୁଡିକ 15 ଦିନ ପାଇଁ ବନ୍ଦ ରହିବ।

ସୁନା କିଣିବା ପଦ୍ଧତିରେ ପରିବର୍ତ୍ତନ।

ଏପ୍ରିଲ 1 ତାରିଖରୁ ସୁନା ଅଳଙ୍କାର ଏବଂ ସୁନା କଳାକୃତିକୁ 6 ଅଙ୍କ ବିଶିଷ୍ଟ ଆଲଫାନୁମେରିକ୍ HUID ବିନା ବିକ୍ରି କରିବାକୁ ଅନୁମତି ଦିଆଯିବ ନାହିଁ। 1 ସରକାରଙ୍କ ଅନୁସାରେ ଏପ୍ରିଲ୍ ୨୦୨୩ ରୁ କେବଳ ସୁନା ଅଳଙ୍କାରକୁ HUID ସହିତ ବିକ୍ରି କରିବାକୁ ଅନୁମତି ଦିଆଯିବ। ଗ୍ରାହକଙ୍କ ସ୍ୱାର୍ଥ ଦୃଷ୍ଟିରୁ ଏହି ନିଷ୍ପତ୍ତି ନିଆଯାଇଛି।

ପାନ୍-ଆଧାର ଲିଙ୍କ୍।

ଆୟକର ବିଭାଗ ପାନ୍ କାର୍ଡକୁ ଆଧାର ସହିତ ଲିଙ୍କ୍ କରିବା ବାଧ୍ୟତାମୂଳକ କରିଛି। ଯଦି 31 ମାର୍ଚ୍ଚ 2023 ପୂର୍ବରୁ ଉଭୟ ପରିଚୟ ପତ୍ର ଲିଙ୍କ୍ ହୋଇନଥାଏ, ତେବେ ପାନ୍ କାର୍ଡ ରଦ୍ଦ ହୋଇଯିବ। ଲୋକମାନେ ଆୟକର ରିଟର୍ଣ୍ଣ ଦାଖଲ କିମ୍ବା ପ୍ୟାନ୍ ସହ ଜଡିତ ସେବା ପାଇବାରୁ ବଞ୍ଚିତ ହେବେ। 1 ଏପ୍ରିଲ୍ 2023 ଠାରୁ ଲିଙ୍କ୍ ହୋଇନଥିବା ପାନ୍ କାର୍ଡ ରଦ୍ଦ ହୋଇଯିବ।

ବୃଦ୍ଧି ହୋଇପାରେ ପେଟ୍ରୋଲ-ଡିଜେଲ ଏବଂ ଗ୍ୟାସ ମୂଲ୍ୟ।

ପ୍ରତ୍ୟେକ ମାସର ପ୍ରଥମ ଦିନରେ ସରକାରୀ ତୌଳ କମ୍ପାନୀ ଗ୍ୟାସ ସିଲିଣ୍ଡରକୁ ପେଟ୍ରୋଲ-ଡିଜେଲର ନୂତନ ଦର ପ୍ରକାଶ କରନ୍ତି। ସେହିଭଳି ଗତ ମାର୍ଚ୍ଚ ମାସରେ ଏଲପିଜି ଗ୍ୟାସ ସିଲିଣ୍ଡରର ମୂଲ୍ୟ 50 ଟଙ୍କାକୁ ବୃଦ୍ଧି କରାଯାଇଥିଲା। ଏଥି ସହିତ ବ୍ୟବସାୟିକ ସିଲିଣ୍ଡରର ମୂଲ୍ୟ 350 ଟଙ୍କା ବୃଦ୍ଧି କରାଯାଇଥିଲା। ବର୍ତ୍ତମାନ ଏପ୍ରିଲର ପ୍ରଥମ ତାରିଖରେ ସରକାର ଗ୍ୟାସର ମୂଲ୍ୟ ବଦଳାଇ ପାରନ୍ତି।

odia sambada
Comments (0)
Add Comment