ଜାତିପ୍ରଥା ଦୂରକରିବାକୁ ସରକାରଙ୍କ ବଡ ଯୋଜନା, ଇଣ୍ଟରକାଷ୍ଟ ମ୍ୟାରେଜ କଲେ ମିଳିବ 10 ଲକ୍ଷ ଟଙ୍କା …

ସାଧାରଣତଃ ଲୋକମାନେ ନିଜଜାତିରେ ବିବାହ କରିବାକୁ ପସନ୍ଦ କରିଥାନ୍ତି। ଏହାସହ ଘରଲୋକଙ୍କୁ ରାଜି କରାଇବା ପାଇଁ ନିଜ ଜାତିର ପୁଅ କିମ୍ବା ଝିଅ ହେବା ଦରକାର। ଯଦି କୌଣସି ବ୍ୟକ୍ତି ଅନ୍ୟ ଜାତିରେ ବିବାହ କରନ୍ତି ତେବେ ସମାଜ ତାକୁ ଖରାପ ଦୃଷ୍ଟିରେ ଦେଖେ।

ଘରେ ଅନେକ ସମୟରେ ଝଗଡା ଲାଗିରହେ। କେହି କେହି ନିଜ ପୁଅ କିମ୍ବା ଝିଅକୁ ଘରୁ ବାହାର କରିଦିଅନ୍ତି। ଗୋଟିଏ ଜାତିର ଝିଅ ଯଦି ଅନ୍ୟ ଜାତିରେ ବିବାହ କରେ ତେବେ ଅନେକ ସମୟରେ ନିର୍ଯାତନାର ଖବର ସାମ୍ନାକୁ ଆସିଥାଏ। ଏମିତିକି ନିର୍ଯାତନା ଯୋଗୁ କିଛି ନବବଧୂଙ୍କ ଜୀବନ ମଧ୍ୟ ଚାଲିଯାଇଥାଏ।

ଜାତିପ୍ରଥା ଏବଂ କିଛି ଅନ୍ଧ ବିଶ୍ୱାସକୁ ଦୃଷ୍ଟିରେ ରଖି ସରକାର ସ୍ୱତନ୍ତ୍ର ପଦକ୍ଷେପ ନେଇଛନ୍ତି। ଲୋକଙ୍କ ମନରୁ ଏହା ଦୂରକରିବାକୁ ଏକ ଭିନ୍ନ ପ୍ରୟାସ କରିଛନ୍ତି ରାଜସ୍ଥାନ ସରକାର। ଯଦି ଜଣେ ବ୍ୟକ୍ତି ଅନ୍ୟ ଏକ ଜାତିରେ ବିବାହ କରେ ତେବେ ସେଥିପାଇଁ ସରକାର ପ୍ରୋତ୍ସାହନ ରାଶି ଘୋଷଣା କରିଛନ୍ତି।

ପୂର୍ବରୁ ମଧ୍ୟ ରାଜସ୍ଥାନ ସରକାରଙ୍କ ପକ୍ଷରୁ ଏନେଇ ଘୋଷଣା କରାଯାଇଥିଲା। କିନ୍ତୁ ବର୍ତ୍ତମାନ ସରକାର ଏହି ପ୍ରୋତ୍ସାହନ ରାଶିକୁ ଦ୍ୱିଗୁଣିତ କରିଛନ୍ତି। ସରକାରଙ୍କ ନିୟମ ଅନୁସାରେ ଏହା ପୂର୍ବରୁ 5ଲକ୍ଷ ଟଙ୍କା ମଧ୍ୟରେ ସୀମିତଥିଲା। କିନ୍ତୁ ଏହି ରାଶିକୁ ବଢ଼ାଇ ରାଜସ୍ଥାନ ସରକାର 10 ଲକ୍ଷ ଟଙ୍କା ଘୋଷଣା କରିଛନ୍ତି।

ଯାହାଦ୍ୱାରା ଭିନ୍ନ ଜାତିରେ ବିବାହ କରୁଥିବା ନବଦମ୍ପତି ଏହି ସୁବିଧା ପାଇପାରିବେ।ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଚଳିତ ବର୍ଷ ବଜେଟ୍‌ରେ ଏହା ଘୋଷଣା କରିଥିଲେ। କିନ୍ତୁ ଗତ ଗୁରୁବାର ଦିନ ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି।

ସୂଚନା ଅନୁସାରେ ସରକାରଙ୍କ ପକ୍ଷରୁ 10ଲକ୍ଷ ଟଙ୍କା ଦମ୍ପତିଙ୍କୁ ମିଳିବ। କିନ୍ତୁ 5ଲକ୍ଷ ଟଙ୍କା ବ୍ୟାଙ୍କ ଖାତାକୁ ଆସିବା ସହ ଅନ୍ୟ 5ଲକ୍ଷ ଟଙ୍କା ଆଗାମୀ 8 ବର୍ଷ ପାଇଁ ବ୍ୟାଙ୍କ ଆକାଉଣ୍ଟରେ ସେଭିଂ ହୋଇରହିବ। ରାଜସ୍ଥାନ ସରକାର ଏହି ଯୋଜନାକୁ 2006ରେ ଆରମ୍ଭ କରିଥିଲେ। କିନ୍ତୁ ସେ ସମୟରେ ପ୍ରୋତ୍ସାହନ ରାଶି ମାତ୍ର 50,000 ଟଙ୍କା ରହିଥିଲା।

କିନ୍ତୁ ଏହା ପରେ ଏହାକୁ ବଢ଼ାଇ 5ଲକ୍ଷ ଟଙ୍କା ଘୋଷଣା କରାଯାଇଥିଲା। କିନ୍ତୁ ଏବେ କେନ୍ଦ୍ର ଏବଂ ରାଜ୍ୟ ସରକାର ମିଳିତ ଭାବେ ଏହି ଯୋଜନା କରିଛନ୍ତି। ଯେଉଁଥିରେ 10ଲକ୍ଷ ଟଙ୍କାରୁ ରାଜ୍ୟ ସରକାର 75 ପ୍ରତିଶତ ଅର୍ଥ ଦେଉଥିବା ବେଳେ କେନ୍ଦ୍ର ସରକାର 25 ପ୍ରତିଶତ ଅର୍ଥ ଦେଉଛନ୍ତି।

odia sambada
Comments (0)
Add Comment