ଏଥର IPL ରେ ଶୁଣିବାକୁ ମିଳିବ ଓଡ଼ିଆରେ କମେଣ୍ଟ୍ରି

ବର୍ତ୍ତମାନ ସମୟରେ ଲୋକଙ୍କର ନଜର କ୍ରିକେଟ ଉପରେ ରହିଛି କାରଣ ସମସ୍ତେ ଏବେ କ୍ରିକେଟ୍ ଖେଳିବା ପାଇଁ ଇଚ୍ଛା ପ୍ରକାଶ କରୁଛନ୍ତି। ଅଧିକାଂଶ ଲୋକମାନେ ଖେଳ ପ୍ରତି ରୁଚି ରଖୁଥିବାର ଦେଖିବାକୁ ମିଳୁଛି।ସେମାନେ କାର୍ଯ୍ୟ ସାଙ୍ଗକୁ ଖେଳ ପାଇଁ ମଧ୍ୟ ସମୟ ଦେଉଛନ୍ତି ତାହା ପୁଣି କାର୍ଯ୍ୟରୁ ଫାଙ୍କା ପାଇଲେ।

ତେଣୁ ଏବେ ଦେଖିବାକୁ ଗଲେ କ୍ରିକେଟକୁ ଅନେକ ଖେଳିବାକୁ ପସନ୍ଦ କରୁଥିବା ବେଳେ ଆଉ କେତେକ ହକି ଏବଂ ଅନେକ ଖେଳକୁ ପସନ୍ଦ କରୁଛନ୍ତି ଏବଂ ଖେଳରେ ଅଧିକ ସମୟ ବିତାଉଛନ୍ତି। କାରଣ ବର୍ତ୍ତମାନ ସମୟରେ କ୍ରିକେଟ ପ୍ରତି ସମସ୍ତେ ଆକର୍ଷିତ ହେଉଛନ୍ତି।

ଯେବେ ଠାରୁ କ୍ରିକେଟ ଦିନିକିଆ , ଟି ୨୦ରେ ଭାଗ ହେଲାଣି ସେବେଠାରୁ ଲୋକମାନଙ୍କ ଉତ୍ସାହ ଦିନକୁ ଦିନ କ୍ରିକେଟ୍ ଉପରେ ବଢ଼ି ଚାଲିଛି।ଲୋକମାନେ ଏବେ ସର୍ଟ ଫର୍ମାଟ ଖେଳକୁ ଦେଖିବାକୁ ଅଧିକ ପସନ୍ଦ କରୁଛନ୍ତି।ଏବେ ସମଗ୍ର ବିଶ୍ୱରେ ଅଗ୍ରଣୀ ହୋଇଛି ଭାରତରେ ଅନୁଷ୍ଠିତ ହେଉଥିବା କ୍ରିକେଟ ର ମହାପର୍ବ ipl ଯେଉଁଥିରେ ବିଶ୍ଵର ସମସ୍ତ ଦେଶ ( ପାକିସ୍ତାନ କୁ ଛାଡ଼ି) ଏହି ମହାପର୍ବରେ ଯୋଗଦେଇଥନ୍ତି ଏବଂ ଏହାର ଆନନ୍ଦ ଉଠାଇଥାନ୍ତି।

ଏହି ଖେଳ ପ୍ରତ୍ୟେକ ବର୍ଷ ଅନୁଷ୍ଠିତ ହୋଇଥାଏ।ଏହି ମହା ପର୍ବରେ ୧୦ଟି ଟିମ୍ ସାମିଲ ହୋଇଥାନ୍ତି ,ଏବଂ ପ୍ରତ୍ୟେକ ଟିମରେ ଟିମ୍ ଏକାଦଶରେ ଚାରି ଜଣ ବିଦେଶୀ ଖେଳାଳି ସ୍ଥାନ ପାଇଥାନ୍ତି।ବର୍ତ୍ତମାନ ଆପଣ ମାନଙ୍କ ପାଇଁ ଆସୁଛି ଖୁସି ଖବର କାରଣ ଆପଣମାନେ ଆପଣମାନଙ୍କ ପ୍ରିୟ ଖେଳାଳିଙ୍କୁ ଗୋଟିଏ ଟିମରେ ଦେଖିବେ ଏବଂ ଆହୁରି ଅନେକ ଖୁସି ଖବର ରହିଛି ଯେମିତି jio ତରଫରୁ କୌଣସି ସିମ୍ ଧାରି ବ୍ୟକ୍ତି jio cinemaରେ ipl ମ୍ୟାଚ୍ live ଦେଖିପାରିବେ ଏବଂ ଏହି ବର୍ଷ ନୂଆ କରି ଓଡିଆ ଭାଷାରେ ଆଇପିଏଲ ମ୍ୟାଚର ସିଧା ପ୍ରସାରଣ ହେବ।

ଏହି ବର୍ଷ ଆଇପିଏଲ ମ୍ୟାଚରେ ୧୧ଟି ଭାଷାରେ ସିଧା ପ୍ରସାରଣ ହେବ ।ସେହି ଭାଷା ଗୁଡ଼ିକ ହେଉଛି ଓଡ଼ିଆ ,ହିନ୍ଦୀ,ଇଂଲିଶ,ତେଲଗୁ,ତାମିଲ , କନ୍ନଡ଼,ଭୋଜପୁରୀ, ମାଲାୟଲମ୍,ବଙ୍ଗାଳୀ , ମରାଠୀ ଏବଂ ଗୁଜୁରାତି।

ଏହି ସମସ୍ୟା ଭାଷାରେ ଅନୁଷ୍ଠିତ ହେଉଥିବା ଆଇପିଏଲ ମ୍ୟାଚରେ ସିଧା ପ୍ରସାରଣ ହେବା ଏବଂ ଏହି ସମସ୍ତ ଭାଷା ରେ କମେଣ୍ଟ୍ରି କରିବେ କ୍ରିକେଟ ବିଷୟରେ ଜଣାଶୁଣା ଖେଳାଳି।ଓଡ଼ିଆ ଭାଷାରେ କମେଣ୍ଟ୍ରି କରିବେ ଓଡିଶା ଜଣାଶୁଣା ଖେଳାଳି ଦେବାଶିଷ ମହାନ୍ତି, ବସନ୍ତ ମହାନ୍ତି,ରଶ୍ମି ରଂଜନ ପରିଡ଼ା ଏବଂ ବିପ୍ଳବ ସାମନ୍ତରାୟ।

odia sambada
Comments (0)
Add Comment