ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ପୁଣିଥରେ ବଡ ଝଟକା, କୋର୍ଟରେ ବର୍ଷା ହାରିଲେ ଅନୁଭବ ମହାନ୍ତି ଜିତିଲେ

ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ହାଇକୋର୍ଟଙ୍କ ବଡ଼ ଝଟକା। ସୋସିଆଲ ମିଡିଆରେ ଅନୁଭବ ମହାନ୍ତିଙ୍କ ମନ୍ତବ୍ୟ ପ୍ରସଙ୍ଗରେ ବର୍ଷାଙ୍କ ଆବେଦନକୁ ଖାରଜ କଲେ ହାଇକୋର୍ଟ। ଅନୁଭବ ମହାନ୍ତି ସୋସିଆଲ ମିଡିଆରେ ଯେଉଁ ଆକ୍ଷେପ କରିଥିଲେ ତାହାକୁ ଚ୍ୟାଲେଞ୍ଜ କରି ଅଭିନେତ୍ରୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।

କୋର୍ଟ ଏହି ମାମଲା ବିଚାରକୁ ନେଇ ଅଭିନେତ୍ରୀଙ୍କ ଆବେଦନକୁ ଖାରଜ କରିଛନ୍ତି। ତେବେ ସାମାଜିକ ଗଣମାଧ୍ୟମରେ ପରସ୍ପରକୁ ଆକ୍ଷେପ ନକରିବା ପାଇଁ କୋର୍ଟ ପୂର୍ବରୁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ। ସୋସିଆଲ ମିଡିଆରେ ପରସ୍ପର ବିରୋଧରେ ଆକ୍ଷେପ ଘଟଣାରେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ପକ୍ଷରୁ ହାଇକୋର୍ଟରେ ଆବେଦନ କରାଯାଇଥିଲା।

ସୋସିଆଲ ମିଡିଆରେ ସ୍ବାମୀ ସାଂସଦ ଅନୁଭବ ମହାନ୍ତି ବାରମ୍ବାର ଆକ୍ଷେପ କରୁଥିବା ଅଭିଯୋଗରେ ବର୍ଷା ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ମାମ-ଲାର ପ୍ରାରମ୍ଭିକ ଶୁଣାଣିରେ ପରସ୍ପର ବିରୋ-ଧରେ କେହି ସୋସିଆଲ ମିଡିଆରେ ଆକ୍ଷେପ କରିବେ ନାହିଁ ବୋଲି ପୂର୍ବରୁ ଅନ୍ତରୀଣ ନିର୍ଦ୍ଦେଶ ଦେଇଥିଲେ କୋର୍ଟ।

ଅଭିନେତା ଅନୁଭବ ମହାନ୍ତି ଏବଂ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ବିବାହ ବି-ଚ୍ଛେଦ ଏବଂ ଅନ୍ୟ କେତେକ ମାମ-ଲା ଅଦା-ଲତରେ ବିଚା-ରାଧୀନ ଥିବାବେଳେ ଏବେ ସୋସିଆଲ ମିଡିଆରେ ନାନା ପ୍ରକାର କଥା ଚର୍ଚ୍ଚା ହେଉଛି।

ସୋସିଆଲ ମିଡିଆରେ ତାଙ୍କ ନାମରେ ବିଭିନ୍ନ ଚର୍ଚ୍ଚା ହେବା କାରଣରୁ ମର୍ଯ୍ୟାଦାହାନି ହେଉଥିବା ଦର୍ଶାଇ ଏହା ଉପରେ ଅଙ୍କୁଶ ଲଗାଇବାକୁ ବର୍ଷା ହାଇକୋର୍ଟରେ ଆବେଦନ କରିଥିଲେ। ଅନୁଭବ ମହାନ୍ତି ତାଙ୍କର ବ୍ୟକ୍ତିଗତ ଜୀବନ ସମ୍ପର୍କରେ ସୋସିଆଲ ମିଡିଆରେ ବିଭିନ୍ନ କଥା ଆକ୍ଷେପ କରି କହୁଛନ୍ତି।

ଅନୁଭବ ଭିଡିଓ ମାଧ୍ୟମରେ ନିଜ ମତ ରଖୁଥିବାବେଳେ ଏ ସବୁ ବର୍ଷାଙ୍କ ଜୀବନ ସହିତ ଜଡିତ। ଏପରି ସୋସିଆଲ ମିଡିଆ ପୋଷ୍ଟ ଉପରେ ଅଙ୍କୁଶ ଜାରି କରାଯିବା ଆବଶ୍ୟକ ବୋଲି ବର୍ଷାଙ୍କ ଆବେଦନରେ ଦର୍ଶାଯାଇଥିଲା।

odia sambada
Comments (0)
Add Comment