ପୋଷ୍ଟ ଅଫିସ୍ ସ୍କିମ୍ ଏହାର ଗ୍ରାହକଙ୍କ ପାଇଁ ନୂତନ ସ୍କିମ୍ ଆଣିଥାଏ ଯାହା ଦ୍ୱାରା ଲୋକମାନେ ସହଜରେ ସେମାନଙ୍କ ଟଙ୍କା ବିନିଯୋଗ କରିପାରିବେ। ଆଜି ଆମେ ଆପଣଙ୍କୁ ଡାକଘରର ଏକ ନୂତନ ଯୋଜନା ବିଷୟରେ କହିବୁ ।
ତେବେ ପୋଷ୍ଟ ଅଫିସରେ ଟଙ୍କା ଲଗାଉଥିବା ଲୋକଙ୍କ ପାଇଁ ବଡ ଖୁସି ଖବର । ଏବେ ଆପଣଙ୍କ ପାଖରେ ୫୦ ଲକ୍ଷ ଟଙ୍କା ପାଇବାର ରହିଛି ବଢ଼ିଆ ମଉକା । ଆଜ୍ଞା ହଁ, ସରକାରଙ୍କ ତରଫରୁ ଅନେକ ସୁବିଧା ଦିଆଯାଉଛି ।
ଯାହାର ଫାଇଦା ଲୋକମାନେ ନିଶ୍ଚୟ ନେବା ଉଚିତ । ତାହେଲେ ଆସନ୍ତୁ ଆଉ ଡେରି ନକରି ଜାଣିବା କେମିତି ଆପଣ ପାଇବେ ୫୦ ଲକ୍ଷ ଟଙ୍କା । ତେବେ ବନ୍ଧୁଗଣ ଆମେ ଯେଉଁ ସ୍କିମ କଥା କହୁଛୁ ତାର ନାମ ହେଉଛି ଡାକ ଜୀବନ ବୀମା ।
ଆପଣ ଏହି ଯୋଜାନରେ ନିବେଶ କରି ଟଙ୍କାକୁ ଦୁଇଗୁୁଣା କରିପାରିବେ । ଏବଂ ସବୁଠୁ ଖାସ୍ କଥା ହେଉଛି ଏହା ସବୁଠାରୁ ପୁରୁଣା ସରକାରୀ ବୀମା ଯୋଜନା । ଆସନ୍ତୁ ଜାଣିବା ଆପଣ ଏଥିରେ କିପରି ଆବେଦନ କରିବେ । ଏହି ଯୋଜନାରେ ପଲିସିଧାରକଙ୍କୁ ୫୦ ଲକ୍ଷ ପର୍ଯ୍ୟନ୍ତ ଫାଇଦା ମିଳିଥାଏ ।
ଏଥିରେ ୧୯ ବର୍ଷରୁ ୫୫ ବର୍ଷ ପର୍ଯ୍ୟନ୍ତ ବୟସର ଲୋକ ନିବେଶ କରିପାରିବେ । ଏଥିରେ ଆପଣଙ୍କୁ ବୋନସ୍ ମଧ୍ୟ ମିଳିବ । ଏହାସହିତ ମିନିମମ୍ ୨୦,୦୦୦ ଟଙ୍କା ଏବଂ ଅଧିକତମ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତର ସମ୍ ଆସ୍ୟୁର୍ଡର ଫାଇଦା ପାଇପାରିବେ ।
ଯଦି ଏହି ସ୍କିମ ମଝିରେ ପଲିସିଧାରକଙ୍କ ମୃତ୍ୟୁ ହୋଇଯାଏ ତାହେଲେ ସମସ୍ତ ଟଙ୍କା ନମିନୀଙ୍କୁ ଦେଇ ଦିଆଯାଏ । ଏଥିରେ ଯଦି ବୀମାଧାରତ ୪ ବର୍ଷ ପର୍ଯ୍ୟପ୍ତ ପଲିସି ରଖନ୍ତି ତାହେଲେ ପଲିସିଧାରକଙ୍କୁ ଲୋନ୍ ସୁବିଧା ମଧ୍ୟ ଦିଆଯାଏ ।
ଯଦି ଆପଣ ପଲିସିକୁ ବନ୍ଦ କରିବାକୁ ଚାହାଁନ୍ତି ତାହେଲେ ୩ ବର୍ଷ ପରେ କରିପାରିବେ । ଯଦି ଆପଣ ୫ ବର୍ଷ ପୂର୍ବରୁ ଏହାକୁ ବନ୍ଦ କରିଦିଅନ୍ତି ତାହେଲେ ଆପଣଙ୍କୁ ବୋନସର ଲାଭ ମିଳିବନାହିଁ । ଏହି ପଲିସିର ଲାଭ ୮୦ ବର୍ଷ ବୟସରେ ମିଳିଥାଏ । କାହିଁକିନା ଆସ୍ୟୁର୍ଡ ଆମାଉଣ୍ଟ ଇନ୍ସୁରାନ୍ସର ସୁବିଧା ଆପଣଙ୍କୁ ୮୦ ବର୍ଷରେ ମିଳିଥାଏ ।
ଆପଣ ଲାଇଫ୍ ଇନସୁରାନ୍ସ ଲିଙ୍କକୁ ଯାଇ ଏହି ବିମା ପାଇଁ ଆବେଦନ କରିପାରିବେ । ଯଦି ଏହାରି ଭିତରେ ପଲିସିଧାରକଙ୍କ ମୃତ୍ୟୁ ହୋଇଯାଏ ତାହେଲେ ବୀମାର ସମସ୍ତ ରାଶି ନିମିନୀଙ୍କୁ ଦେଇ ଦିଆଯିବ ।