ଆଜିର ଯୁଗରେ ଶିକ୍ଷିତ ବେକାରୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ପାଠଶାଠ ପଢ଼ି ଶିକ୍ଷିତ ଯୁବକ ଯୁବତୀ ଚାକିରି ନପାଇ ବେରୋଜଗାର ହୋଇ ନିଜ ଜୀବନ ଅତିବାହିତ କରୁଛନ୍ତି । ସଂସାରରେ ମଣିଷ କୌଣସି ନା କୌଣସି କାର୍ଯ୍ୟରେ ନିୟୋଜିତ ହେବା କଥା । କିନ୍ତୁ ଦେଶରେ ବେକାରୀ ସମସ୍ୟା ବଶତଃ ଲୋକମାନେ କିଛି କାର୍ଯ୍ୟ ନକରିବାରୁ ଅନୈତିକ କାର୍ଯ୍ୟକଳାପରେ ମନ ନିବେଶ କରୁଛନ୍ତି । ଯଦ୍ୱାରା ସମାଜରେ କୁପ୍ରଭାବ ପଡୁଛି ।
ତେବେ ମଣିଷ ନିଜର ଜୀବନଯାପନ ତଥା ଆବଶ୍ୟକତା ପୂର୍ତ୍ତି ପାଇଁ ଅର୍ଥ ଏକାନ୍ତ ଆବଶ୍ୟକ ।କିନ୍ତୁ ମନୁଷ୍ୟ ବେରୋଜଗାରୀ ବଶତଃ ଅର୍ଥ ଉପାର୍ଜନ କରିପାରୁନାହିଁ ।ଆଜିର ଦୁନିଆରେ ସବୁଠୁ ବଡ଼ ଚିନ୍ତାର ବିଷୟ ଏହି କି ଯେ ଚାକିରୀ । ଆଜିର ଯୁବପିଢି ମାନେ ଚାକିରୀ ଅଭାବରୁ ଚିନ୍ତିତ ହେଉଛନ୍ତି ।
ଫୁଡ୍ କର୍ପୋରେସନ୍ ଅଫ୍ ଇଣ୍ଡିଆ (ଏଫ୍ସିଆଇ) ରେ ଚାକିରି ଖୋଜୁଥିବା ଯୁବକମାନଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ। ଏଥିପାଇଁ ଏଫ୍ସିଆଇ ଆସିଷ୍ଟାଣ୍ଟ୍ ଜେନେରାଲ୍ ମ୍ୟାନେଜର୍ (AE) ଏବଂ ଆସିଷ୍ଟାଣ୍ଟ ଜେନେରାଲ୍ ମ୍ୟାନେଜର (EM) ପଦବୀରେ ନିଯୁକ୍ତି ପାଇଁ ଆବେଦନ ପ୍ରକାଶ ପାଇଛି।
*ପଦଵୀ ସଂଖ୍ୟା:
ଏହି ନିଯୁକ୍ତି ପ୍ରକ୍ରିୟା ଅଧୀନରେ ଆସିଷ୍ଟାଣ୍ଟ ଜେନେରାଲ୍ ମ୍ୟାନେଜର (AE) ଏବଂ ଆସିଷ୍ଟାଣ୍ଟ ଜେନେରାଲ୍ ମ୍ୟାନେଜର (EM) ପାଇଁ ୨୬ଟି ପଦବୀ ପୂରଣ ହେବ।
*ମୋଟ ପୋଷ୍ଟ୍ ସଂଖ୍ୟା- ୪୬
*ଚୟନ ପ୍ରକ୍ରିୟା:
ଏହି ପଦବୀ ପାଇଁ ଆବେଦନ କରିଥିବା ପ୍ରାର୍ଥୀମାନେ ବ୍ୟକ୍ତିଗତ ସାକ୍ଷାତକାର ମାଧ୍ୟମରେ ମନୋନୀତ ହେବେ
*ଦରମା:
ଆସିଷ୍ଟାଣ୍ଟ ଜେନେରାଲ୍ ମ୍ୟାନେଜର (AE) ଏବଂ ଆସିଷ୍ଟାଣ୍ଟ ଜେନେରାଲ୍ ମ୍ୟାନେଜର (EM):
ସର୍ବନିମ୍ନ ଦରମା – ୬୦,୦୦୦ ଟଙ୍କା
ସର୍ବାଧିକ ଦରମା – ୧,୮୦,୦୦୦ ଟଙ୍କା
*ଜରୁରୀ ତାରିଖ:- ଏପ୍ରିଲ୍ ୩ ତାରିଖ
*ଯୋଗ୍ୟତା:
ଆସିଷ୍ଟାଣ୍ଟ୍ ଜେନେରାଲ୍ ମ୍ୟାନେଜର (AE) –
ଯେକୌଣସି ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ସିଭିଲ୍ ଇଞ୍ଜିନିୟରିଂରେ ଡିଗ୍ରୀ ହାସଲ ବା ଏହାର ସମାନ ଯୋଗ୍ୟତା।E-3 କିମ୍ବା L-11 ଗ୍ରେଡ୍ରେ ଏକ ଅନୁରୂପ ପୋଷ୍ଟ୍ କିମ୍ବା ଆସିଷ୍ଟାଣ୍ଟ୍ ଇଞ୍ଜିନିୟର ପଦବୀରେ ସର୍ବନିମ୍ ୦୫ ବର୍ଷର କାର୍ଯ୍ୟ ଅଭିଜ୍ଞତା
ଆସିଷ୍ଟାଣ୍ଟ ଜେନେରାଲ୍ ମ୍ୟାନେଜର୍ (EM) –
ଯେକୌଣସି ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂ / ମେକାନିକାଲ୍ ଇଞ୍ଜିନିୟରିଂରେ ଡିଗ୍ରୀ ହାସଲ ବା ଏହା ସହ ସମାନ ଡିଗ୍ରୀ।E-3 କିମ୍ବା L-11 ଗ୍ରେଡ୍ରେ ଏକ ଅନୁରୂପ ପୋଷ୍ଟ୍ କିମ୍ବା ଆସିଷ୍ଟାଣ୍ଟ୍ ଇଞ୍ଜିନିୟର ପଦବୀରେ ସର୍ବନିମ୍ ୦୫ ବର୍ଷର କାର୍ଯ୍ୟ ଅଭିଜ୍ଞତା ହୋଇଥିବା ଆବଶ୍ୟକ।ଅଧିକ ଜାଣିବା ପାଇଁ FCIର ଅଫିସିଆଲ୍ ୱେବସାଇଟ୍, fci.gov.in କୁ ଯାଇ ଆବେଦନ କରିପାରିବେ।