ଆସନ୍ତାକାଲି ଏହି ଜିଲ୍ଲାରେ ହେବ କୁଆପଥର ! ଜାଣନ୍ତୁ ଆପଣଙ୍କ ଜିଲ୍ଲାରେ କଣ ରହିବ ସ୍ଥିତି ?

ଦୁଇଦିନ ହେଲା ରାଜ୍ୟରେ ପାଗ ମେଘୁଆ ରହିଥିବା ବେଳେ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ଝଡ଼ବର୍ଷା ହୋଇଯାଇଛି । ଆସନ୍ତା ୧୯ ତାରିଖ ଯାଏ ରାଜ୍ୟରେ ଏହିଭଳି ପାଗ ସହ ଅଧିକାଂଶ ସ୍ଥାନରେ ବର୍ଷା ହେବାର ସମ୍ଭାବନା‌ ରହିଛି । ଏଥିସହ ୧୮ ତାରିଖ‌ରେ ରାଜ୍ୟର ୬ ଜିଲ୍ଲାରେ କୁଆପଥର ବର୍ଷା ମଧ୍ୟ ହେବ ବୋଲି ପୂର୍ବାନୁମାନ ।

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ମୁତାବକ, ବାଂଲାଦେଶ ଓ ସଂଲଗ୍ନ ଉତ୍ତର ଉପକୂଳ ଆନ୍ଧ୍ରପ୍ରଦେଶ ଉପରେ ରହିଥିବା ଘୂର୍ଣ୍ଣିବଳୟ ମଧ୍ୟ ଦେଇ ଏକ ଟ୍ରଫ୍‌ଲାଇନ୍‌ ଗତି କରୁଛି । ଏହି ଟ୍ରଫ୍‌ଲାଇନ୍‌ଟି ପଶ୍ଚିମବଙ୍ଗ ଓ ଦକ୍ଷିଣ ଓଡ଼ିଶା ମଧ୍ୟ ଦେଇ ଗତି କରୁଛି । ଏହାର ପ୍ରଭାବରେ ରାଜ୍ୟରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବା ସହ ପାଗ କୋହଲା ରହିଛି ।

ଆସନ୍ତା‌କାଲି ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ ଯଥା, ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, ଗଜପତି, ଗଞ୍ଜାମ, କନ୍ଧମାଳ, କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ବର ଆଦି ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ଝଡ଼ବର୍ଷା ହେବ। ୪୦ରୁ ୫୦ କିମି ବେଗରେ ପବନ ମଧ୍ୟ ବହିବ ।

ତେବେ ୧୮ ତାରିଖ ଦିନ ରାଜ୍ୟରେ କୁଆପଥର ବର୍ଷା ସମ୍ଭାବନା ରହିଛି । ବିଶେଷ କରି କେନ୍ଦୁଝର, ଯାଜପୁର, ଢେଙ୍କାନାଳ, କଟକ, କୋରାପୁଟ ଓ ମାଲକାନଗିରିରେ କୁଆପଥର ବର୍ଷା ହେବାର ସମ୍ଭାବନା ରହିଛି । ଏଥିସହ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, ଖୋର୍ଧା, ପୁରୀ, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ଝଡ଼ବର୍ଷା ହେବ । ୧୯ ତାରିଖ ଦିନ ମଧ୍ୟ ରାଜ୍ୟ‌ର ଅଧିକାଂଶ ସ୍ଥାନରେ ବର୍ଷା ସମ୍ଭାବନା ରହିଛି ।

ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, କନ୍ଧମାଳ, ବୌଦ୍ଧ ଓ କଳାହାଣ୍ଡି ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି ।

୨୦ ତାରିଖ ଦିନ ବର୍ଷାର ବିସ୍ତୃତି କମିବ । କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ ଓ ଯାଜପୁର ଆଦି ଅଞ୍ଚଳରେ ହାଲୁକା ବର୍ଷା ହେବ । ଆସନ୍ତା ୩ ଦିନରେ ରାଜ୍ୟର ଦିନ ତାପମାତ୍ରା ୨ରୁ ୪ ଡିଗ୍ରି ପର୍ଯ୍ୟନ୍ତ କମିବ । ୨୧ ତାରିଖ ପରେ ରାଜ୍ୟର ପାଗ ପରିବର୍ତ୍ତନ ହୋଇପାରେ ।

odia sambada
Comments (0)
Add Comment