“ତୁମକୁ ହାତ ଯୋଡୁଛି ବର୍ଷା, ତୁମେ ପ୍ଲିଜ୍ ଦୁରେଇ ଯାଅ । ମୋ ବାପା ଏବେ ଆଇସିୟୁରେ” ଏଭଳି କିଛି ହାତ ଯୋଡି ନେହୁରା ହୋଇ କହିଲେ ଅନୁଭବ ।

ଶାନ୍ତିରେ ଶେଷ ନିଃଶ୍ୱାସ ମାରିବାକୁ ଦିଅ ବର୍ଷା । ତେବେ ଏକଥା ଆମେ କହୁ ନାହୁଁ, ଏକଥା କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ନିଜେ ବର୍ଷାଙ୍କୁ ଅନୁରୋଧ କରି ଏମିତି କଥା କହିଛନ୍ତି । ଆପଣ ଏହି ଭିଡିଓରେ ଦେଖିବାକୁ ପାଇବେ ନିଜେ ଅନୁଭବ ମହାନ୍ତି ଦୁଃଖଦ ସମୟରେ ଏପରି କଥା ପୋଷ୍ଟ କରି କହିଛନ୍ତି ।

ଯେଯେତେବେଳେ ଅନୁଭବ ବାପାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଅତି ଗୁରୁତର ଅଛି, ଯେତେବେଳେ ଅନୁଭବଙ୍କ ବାପା ଗୁରୁତର ଅସୁସ୍ଥ ହୋଇ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି । କଟକରେ ଏକ ଘରୋଇ ହସ୍ପିଟାଲରେ ତାଙ୍କର ବର୍ତ୍ତମାନ ଚିକିତ୍ସା ଚାଲିଛି ।

ଆଉ ପୁଅ ଅନୁଭବ ଖବର ପାଇ ଦିଲ୍ଲୀରୁ ଭୁବନେଶ୍ବର ଦୌଡ଼ି ଆସୁଛନ୍ତି । ଠିକ୍ ସେତିକିବେଳେ ବର୍ଷାଙ୍କୁ ଅନୁଭବ ଲୁହ ଛଳଛଳ ଆଖିରେ ଅନୁରୋଧ କରିଛନ୍ତି । ଆଜ୍ଞା ହଁ, ବାପାଙ୍କ ଶେଷ ସମୟ ପୂର୍ବରୁ ମାମଲା ସାରି ଦେବାକୁ ପତ୍ନୀ ବର୍ଷାଙ୍କୁ ଟୁଇଟ୍ କରି କହିଛନ୍ତି ସାଂସଦ ଅନୁଭବ ମହାନ୍ତି ।

କାରଣ ଅନୁଭବ ଦିଲ୍ଲୀରୁ ଭୁବନେଶ୍ବର ଏବଂ ଭୁବନେଶ୍ୱରରୁ କଟକ ପହଞ୍ଚିବା ସମୟରେ ଗୋଟିଏ କଥାକୁ ବାରମ୍ବାର ଭାବୁଥିବେ, ଦିନେ ବର୍ଷା କହୁଥିଲେ ମୋ ଜୀବନ ପଛେ ନର୍କେ ପଡ଼ିଥାଉ ମୋ ଶାଶୁ ଶ୍ୱଶୁର ଭଲରେ ଥାଆନ୍ତୁ । ଆଜି ଏହି ଶ୍ୱଶୁର ସ୍ୱାସ୍ଥ୍ୟବସ୍ଥା ଖରାପ, ଯିଏକି ଆଇସିୟୁରେ ଚିକିତ୍ସିତ ହେଉଛନ୍ତି ।

ସୂଚନା ମୁତାବକ କଟକର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ଅନୁଭବଙ୍କ ବାପା । କିଭଳି ଏକ ସମୟରେ ଆଇନ ଗତ ଲଢ଼େଇ ସମାପ୍ତ କରି ମାନବିକତା ଦେଖାଇବାକୁ ଅନୁଭବ ବର୍ଷାଙ୍କୁ ହାତ ଧରି ନେହୁରା ହୋଇଛନ୍ତି । ବାପାଙ୍କୁ ଟିକିଏ ଶାନ୍ତିରେ ନିଶ୍ୱାସ ମାରିବାକୁ ଦିଅନ୍ତୁ ବୋଲି ଅନୁଭବ ଟୁଇଟ୍ ରେ ଲେଖିଛନ୍ତି । ଯାହାକୁ ବର୍ଷାଙ୍କ ଉଦ୍ଦେଶ୍ୟରେ ଅନୁଭବ ଲେଖିଛନ୍ତି ଆପଣ ଏହି ଭିଡିଓରେ ଦେଖିବାକୁ ପାଇବେ । ଆଉ ତାହା ପୁଣି ଯେତେବେଳେ ତାଙ୍କ ବାପା ଆଇସିୟୁରେ ଅଛନ୍ତି ।

ଯେତେବେଳେ ଅନୁଭବଙ୍କ ବାପା ଗୁରୁତର ଅଛନ୍ତି ଠିକ୍ ସେତିକିବେଳେ ଅନୁଭବ ମହାନ୍ତି ଏଭଳି ଏକ ଟୁଇଟ୍ କରିଛନ୍ତି । ଆଉ ହାତ ଯୋଡ଼ି ବର୍ଷାଙ୍କୁ କହିଛନ୍ତି ଶାନ୍ତିରେ ଟିକିଏ ମୋ ବାପାଙ୍କୁ ନିଶ୍ୱାସ ମାରିବାକୁ ଦିଅନ୍ତୁ । ତେବେ ସୋସିଆଲ ମିଡିଆରେ ଖବର ପ୍ରଚାର ହେବା ପରେ ଲୋକେ କହୁଛନ୍ତି ବର୍ଷା ଏ ସମୟରେ ମାନବିକତା ଦେଖାନ୍ତୁ ।

ଆଇନଗତ ଲଢ଼େଇ ବନ୍ଦ ହେଉ । ଶ୍ୱଶୁରଙ୍କର କିଛି କ୍ଷତି ହୋଇଗଲେ ସମାଜ ତାକୁ କ୍ଷମା ଦେବନି । ଏ ଲଢ଼େଇର କିଛି ମୂଲ୍ୟ ରହିବନି । ତେବେ ଯଥାଶୀଘ୍ର ଏହି ଆଇନଗତ ଲଢ଼େଇକୁ ବନ୍ଦ କରିବା ପାଇଁ ହାତ ଯୋଡ଼ି ନେହୁରି ହୋଇଛନ୍ତି କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି।

odia sambada
Comments (0)
Add Comment