ଆଉ ଟ୍ରେନରେ ଯାତ୍ରୀଙ୍କର ହେବ ନାହିଁ ଅସୁବିଧା, ଏଣିକି ମାଗେଣାରେ ଖାଇବାକୁ ଦେବ RAILWAY

ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଆସିଯାଇଛି ଏକ ଖୁସି ଖବର। ଏବେ ଟ୍ରେନରେ ମିଳିବ ମାଗେଣା ଖାଇବା ଏବଂ ଆହୁରି ଅନେକ ସୁବିଧା। ଏହି ଖବର ଶୁଣି ଆପଣଙ୍କୁ ବିଶ୍ୱାସ ହେଉନଥିଲେ ମଧ୍ୟ ଏହା ସତ। ବର୍ତ୍ତମାନ ଭାରତୀୟ ରେଳ ବିଭାଗ ପକ୍ଷରୁ ଆପଣଙ୍କୁ ମାଗଣାରେ ଖାଦ୍ୟ ଏବଂ ପାନୀୟ ସୁବିଧା ଯୋଗାଇ ଦିଆଯିବ।

ଯାତ୍ରୀଙ୍କୁ ରେଳବାଇ ଏବଂ ଆଇଆରସିଟିସି ପକ୍ଷରୁ ଅନେକ ପ୍ରକାର ସୁବିଧା ଯୋଗାଇ ଦିଆଯାଉଛି। କିନ୍ତୁ ଅନେକ ଯାତ୍ରୀ ଏହି ସୁବିଧାକୁ ନେଇ ଅବଗତ ନଥିବାରୁ ସେମାନେ ଏହାର ଲାଭ ଉଠାଇପାରୁନାହାନ୍ତି। ଯଦି ଆପଣ ଟ୍ରେନରେ ଯାତ୍ରା କରୁଛନ୍ତି ତେବେ ଆଇଆରସିଟିସି ପକ୍ଷରୁ ଆପଣଙ୍କୁ ମାଗଣା ଖାଇବା ସହ ମାଗଣା ଥଣ୍ଡା ପାନୀୟ ମଧ୍ୟ ଯୋଗାଇ ଦିଆଯିବ।

କିନ୍ତୁ ହଁ ଏହି ସୁବିଧା ପାଇଁ ଏକ ସର୍ତ୍ତ ମଧ୍ୟ ଅଛି। ଯେତେବେଳେ ଆପଣଙ୍କର ଟ୍ରେନ ବିଳମ୍ବରେ ଆସିବ ସେତେବେଳେ ଆପଣ ଏହି ସବୁ ସୁବିଧା ପାଇ ପାରିବେ। ଏପରି ପରିସ୍ଥିତିରେ ଆପଣଙ୍କୁ କୌଣସି ଚିନ୍ତା କରିବାର ଆବଶ୍ୟକତା ନାହିଁ। ରେଳବାଇ ପକ୍ଷରୁ ଏହି ସୁବିଧା ଗୁଡି଼କୁ ଆପଣ ସହଜରେ ଉପଭୋଗ କରିପାରିବେ।

ଭାରତୀୟ ରେଳବାଇର ପରିବର୍ତ୍ତିତ ନିୟମ ଅନୁଯାୟୀ ଯାତ୍ରା ସମୟରେ କୌଣସି କାରଣରୁ ଟ୍ରେନ ବିଳମ୍ବ ହେଲେ ଆଇଆରସିଟିସିର କ୍ୟାଟରିଂ ନିୟମ ଅନୁସାରେ ଯାତ୍ରୀମାନଙ୍କୁ ଜଳଖିଆ ଏବଂ ହାଲୁକା ଭୋଜନ ମାଗଣାରେ ଯୋଗାଇ ଦିଆଯିବ।ତେବେ ଆପଣଙ୍କର ଟ୍ରେନ 2 ଘଣ୍ଟାରୁ ଅଧିକ ସମୟ ଧରି ବିଳମ୍ବ ହୁଏ ସେତେବେଳେ ଏହି ସୁବିଧା ଏକ୍ସପ୍ରେସ ଟ୍ରେନର ଯାତ୍ରୀମାନଙ୍କୁ ଦିଆଯାଏ।

ଶତାଦ୍ଦୀ ଏକ୍ସପ୍ରେସ, ରାଜଧାନୀ ଏକ୍ସପ୍ରେସ ଏବଂ ଦୁରନ୍ତୋ ପରି ଏକ୍ସପ୍ରେସ ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଏହି ଖବର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ। ଜଳଖିଆ ପାଇଁ ଟ୍ରେନରେ ଚାହା, କଫି ଏବଂ ବିସ୍କୁଟ ଯୋଗାଇବା ବ୍ୟବସ୍ଥା ରହିଛି।

ଏହାସହ ସନ୍ଧ୍ୟା ସମୟରେ ଚାହା କିମ୍ବା କଫି ସହ 4 ଖଣ୍ଡ ପାଉଁରୁଟି ଏବଂ ଗୋଟିଏ ବଟର ଚିପଲେଟ୍‌ ଯୋଗାଇ ଦିଆଯାଇଥାଏ। ଅପରାହ୍ନର ଖାଇବାରେ ରୁଟି, ଡାଲି ଓ ପନିପରିବା ତରକାରୀ ଦେଉଥିବା ସହ ବେଳେବେଳେ ପୁରୀ ମଧ୍ୟ ଦିଆଯାଇଥାଏ।

odia sambada
Comments (0)
Add Comment