ଓଡ଼ିଶାରେ ପଶିଗଲା ନୂଆ ଭାଇରସ H3N2, ଚିହ୍ନଟ ହେଲେଣି 60 ଜଣ ରୋଗୀ , ଚିନ୍ତାରେ ଡାକ୍ତର।:-

ଦେଶରେ ପୁଣି ଥରେ ଏକ ନୂଆ ଭାଇରସ ବ୍ୟାପିବାରେ ଲାଗିଛି। ଦୁଇ ଜଣଙ୍କ ମୃ-ତ୍ୟୁ ପରେ ଏବେ ଚିନ୍ତା ବଢ଼ିବାରେ ଲାଗିଛି। ଏହି ଭାଇରସର ନାମ H3N2। ଏହି ଭାଇରସ ଯୋଗୁଁ ହରିୟାଣା ଏବଂ କର୍ଣ୍ଣାଟକରେ ଦୁଇଜଣ ବ୍ୟକ୍ତିଙ୍କର ମୃ-ତ୍ୟୁ ହୋଇସାରିଛି। ଏଭଳି ଶୋଚନୀୟ ପରିସ୍ଥିତିକୁ ଦୃଷ୍ଟିରେ ରଖି ପୁଣି ଥରେ ମାସ୍କ ପିନ୍ଧିବାକୁ ପରାମର୍ଶ ଦେଇଛି ସ୍ୱାସ୍ଥ୍ୟବିଭାଗ।

ରାଜ୍ୟରେ 60 ଜଣ H3N2 ସଂକ୍ରମିତ ଚିହ୍ନଟ ହେବାପରେ ରାଜ୍ୟ ସରକାର ଆଜି ସ୍ୱତନ୍ତ୍ର ଗାଇଡଲାଇନ ଜାରି କରିଛନ୍ତି। ସଂକ୍ରମିତ ବ୍ୟକ୍ତିଙ୍କ ପାଇଁ କୌଣସି ନିର୍ଦ୍ଦିଷ୍ଟ ଚିକିତ୍ସା ବ୍ୟବସ୍ଥା ନଥିବାରୁ ମାସ୍କ ପିନ୍ଧିବା ସହ ଛିଙ୍କିବାବେଳେ ରୁମାଲ ଉପଯୋଗ କରିବା ଏବଂ ସଂକ୍ରମିତଙ୍କଠାରୁ ଦୂରେଇ ରହିବାକୁ ପରାମର୍ଶ ଦେଇଛନ୍ତି।

ଦେଶର ବିଭିନ୍ନ ଭାଗରେ ଏହି ଇନଫ୍ଲୁଏଞ୍ଜାର ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଥିବାବେଳେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଲୋକଙ୍କୁ କୋଭିଡ-19 ଗାଇଡଲାଇନକୁ କଡ଼ାକଡ଼ି ପାଳନ କରିବାକୁ ପରାମର୍ଶ ଦିଆଯାଇଛି। ତେବେ କୋଭିଡ-19ର ଲକ୍ଷଣ ଭଳି ସମାନ ଲକ୍ଷଣ H3N2 ରହିଛି। ତେବେ ଏହାକୁ ନେଇ ଭୟଭୀତ ହେବାର ଆବଶ୍ୟକତା ନାହିଁ।

କେବଳ ସତ-ର୍କତା ଅବଲବମ୍ବନ କରନ୍ତୁ। ଯେଉଁମାନେ ବିଭିନ୍ନ ରୋଗରେ ପୀ-ଡ଼ିତ ଏବଂ ରୋଗପ୍ରତିରୋଧକ କ୍ଷମତା କମ୍ ସେମାନଙ୍କ ନିମନ୍ତେ ଏହା ଅଧିକ କ୍ଷ-ତିକାରକ ହେବାର ଆଶଙ୍କା ରହିଛି। ଭୀଷଣ ଜ୍ୱର, ଥଣ୍ଡା, କଫ, ଗଳା ଦରଜ ଓ ମୁଣ୍ଡବ୍ୟଥା ଭଳି ଲକ୍ଷଣ ଏଥିରେ ଦେଖାଯାଏ। ତେବେ ଏହି ସଂକ୍ରମଣ ପାଇଁ କୌଣସି ନିର୍ଦ୍ଦିଷ୍ଟ ଚିକିତ୍ସା ଏପର୍ଯ୍ୟନ୍ତ ଉପଲବ୍ଧ ହୋଇନାହିଁ।

ତେଣୁ ପ୍ରତିଷେଧକମୂଳକ ପଦକ୍ଷେପସ୍ୱରୂପ ଲୋକମାନେ କୋଭିଡ-19 ଗାଇଡଳାଇନକୁ କଡ଼ାକଡ଼ି ପାଳନ କରିବା ଉଚିତ୍‌। ମାସ୍କ ପିନ୍ଧିବା ସହ ଛିଙ୍କ-କାଶବେଳେ ରୁମାଲ ଆଦି ଉପଯୋଗ କରନ୍ତୁ। ଯେଉଁମାନଙ୍କ ଶରୀରରେ ଏଭଳି ଲକ୍ଷଣ ଦେଖାଯାଉଛି ସେମାନଙ୍କଠାରୁ ଦୂରେଇ ରୁହନ୍ତୁ।

ଅନ୍ୟପକ୍ଷରେ ଗତ 2 ମାସ ତଳେ ମୋଟ 225ଜଣଙ୍କ ନୂମନା ସଂଗ୍ରହ କରାଯାଇଥିଲା। ସେମାନଙ୍କ ମଧ୍ୟରୁ 60ଜଣ H3N2 ଇନଫ୍ଲୁଏଞ୍ଜାର ସଂକ୍ରମିତ ହୋଇଛନ୍ତି। ଏହି H3N2 ଭୂତାଣୁ ହେଉଛି ଇନଫ୍ଲୁଏଞ୍ଜା-ଏର ସବଟାଇପ୍। ଏଥିରେ ସଂକ୍ରମିତ ବ୍ୟକ୍ତିଙ୍କ ଶରୀରରେ ଭୀଷଣ ଜ୍ୱର, ମୁଣ୍ଡବ୍ୟଥା, ଶରୀର ଯନ୍ତ୍ରଣା, ଗଳାରେ ଯନ୍ତ୍ରଣା, କଫ, ଥଣ୍ଡା ଓ ଫୁସଫୁସ ସମସ୍ୟା ଆଦି ଲକ୍ଷଣ ଦେଖିବାକୁ ମିଳିଥାଏ।

ଓଡ଼ିଶାରେ ଏହି ଭୂତାଣୁ ସଂକ୍ରମଣ ଚିହ୍ନଟ ହୋଇଥିବାବେଳେ କେନ୍ଦ୍ର ସରକାର ଶନିବାର କିଛି ରାଜ୍ୟରେ କୋଭିଡ୍ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାକୁ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି। ଏପଟେ କେନ୍ଦ୍ର ସରକାର ଆଜି ଓଡ଼ିଶା ସମେତ ସମସ୍ତ ରାଜ୍ୟ ସରକାରଙ୍କୁ ଚିଠି ଲେଖି H3N2 ସଂକ୍ରମଣକୁ ନିୟନ୍ତ୍ରଣ କରିବା ନିମନ୍ତେ ଗାଇଡଲାଇନ୍ ପାଳନ କରିବାକୁ ପରାମର୍ଶ ଦେଇଛନ୍ତି।

odia sambada
Comments (0)
Add Comment