ସରକାରୀ ନିଯୁକ୍ତି 2023: ଖୁସି ଖବର…୭ମ, ୧୦ମ ଓ ଯୁକ୍ତ ୨ ପାସ୍ କରିଥିଲେ ମିଳିବ ସରକାରୀ ଚାକିରି, ଶୀଘ୍ର କରନ୍ତୁ ଆବେଦନ

    ତେବେ ସରକାରୀ ଚାକିରି ଆଶାୟୀ ମାନଙ୍କ ପାଇଁ ଆସିଛି ପୁଣି ଆଉ ଏକ ସୁଯୋଗ । ସପ୍ତମ, ଦଶମ ଓ ଯୁକ୍ତ ୨ ପାସ କରିଥିବା ଯୁବକ ଓ ଯୁବତୀ ମାନଙ୍କ ପାଇଁ ବିଭିନ୍ନ ପଦ ପଦବୀରେ ଚାକିରି ନିଯୁକ୍ତି ପ୍ରକାଶ ପାଇଛି । ଆଜ୍ଞା ହଁ ବନ୍ଧୁଗଣ ଯଦି ଆପଣ ଯୁକ୍ତ ୨ ପର୍ଯ୍ୟନ୍ତ ପାଠ ପଢିଛନ୍ତି ତାହାଲେ ଆପଣ ଏହି ସବୁ ପଦବୀ ପାଇଁ ଯୋଗ୍ୟ ଅଟନ୍ତି । ପୁଣେର କ୍ୟାଣ୍ଟନମେଣ୍ଟ ବୋର୍ଡ଼ ଦ୍ୱାରା ସରକାରୀ ସ୍ତରରେ ବିଭିନ୍ନ ପଦ ପଦବୀ ପାଇଁ ବିଜ୍ଞପ୍ତି ଜାରି ହୋଇଛି ।

    ତେବେ ଆବେଦନ କରିବାର ଶେଷ ତାରିଖ ଅପ୍ରେଲ ୫ ତାରିଖ ୨୦୨୩ ରହିଛି । ଆଉ ଇଛୁକ ଆଶାୟୀ ମାନେ ଯଦି ଏପର୍ଯ୍ୟନ୍ତ ଫର୍ମ ପକାଇ ନାହାଁନ୍ତି ତେବେ ଜଲ୍ଦୀ କରନ୍ତୁ ଏମିତି ସୁଯୋଗ ଆଉ ମିଳିବନି । ଏହାର ଅଫିସିଆଲ୍ ୱେବ୍ ସାଇଟ Pune.cantt.gov.in କୁ ଯାଇ ଇଚ୍ଛୁକ ପ୍ରାର୍ଥୀମାନେ ଆବେଦନ ପତ୍ର ଡାଉନଲୋଡ କରି ଅଫଲାଇନ ମାଧ୍ୟମରେ ଯୁବକ ଓ ଯୁବତୀ ମାନେ ଆବେଦନ କରିପାରିବେ ।

    ଏହି ସବୁ ପଦ ଗୁଡି଼କ ମଧ୍ୟରୁ ସଫେଇ କର୍ମଚାରୀ ପଦ ପାଇଁ ଶିକ୍ଷାଗତ ଯୋଗ୍ୟତା ସପ୍ତମ ପାସ ରହିଥିବା ବେଳେ ଡ୍ରେସର ପାଇଁ ଦଶମ ଓ ଲ୍ୟାବ ଆଟେଣ୍ଡାଣ୍ଟ ପଦ ଗୁଡି଼କ ପାଇଁ ବିଜ୍ଞାନରେ ଯୁକ୍ତ ୨ ପାସ କରିଥିବା ନେଇ ବାଧ୍ୟତାମୂଳକ କରାଯାଇଛି ।

    ଅନ୍ୟ ପଦବୀ ଗୁଡି଼କ ପାଇଁ ଜାରି କରାଯାଇଥିବା ଶିକ୍ଷାଗତ ଯୋଗ୍ୟତା ପାଇଁ ଉପରୋକ୍ତ ୱେବ ସାଇଟ୍ ଭିଜିଟ କରି ପାରିବେ । ଏବେ ଜାଣନ୍ତୁ କେଉଁଥିରେ କେତେଟା ଭେକେନ୍ସି ଅଛି ।

    * ଦୋକାନ କାର୍ଯ୍ୟ ଅଧିକ୍ଷକ ୧ଟି

    * ଫାୟାର ବ୍ରିଗେଡ ଅଧିକ୍ଷକ ୧ଟି

    * ବଜାର ସହାୟକ ୧ଟି

    * ଡିସ୍‌ଇନ୍ଫେକ୍ଟର ୧ଟି

    * ଡ୍ରେସର ୧ଟି

    * ଡ୍ରାଇଭର ୫ଟି

    * ଲ୍ୟାବ ଆସିଷ୍ଟାଣ୍ଟ ୧ଟି ପୋଷ୍ଟ

    * ହସ୍ପିଟାଲର ଲ୍ୟାବ ଆସିଷ୍ଟାଣ୍ଟ ୧ଟି

    * ଲେଜର କ୍ଲର୍କ ୧ଟି

    * ନର୍ସିଂ ୧ଟି ପୋଷ୍ଟ

    * ଚପରାସୀ ୨ଟି

    * ଷ୍ଟୋର କୁଲୀ ୨ଟି

    * ଚୌକିଦାର ୭ଟି

    * ଆୟା ୨ଟି

    * ଲ୍ୟାବ ଟେକ୍ନିସିଆନ ୧ଟି

    * ମାଳି ୫ଟି

    * ଶ୍ରମିକ ୮ଟି

    * ସଫେଇ କର୍ମଚାରୀ ୭୧ଟି

    * ଅଟୋ ମେକାନିକ ୧ଟି

    * ପମ୍ପ ଆଟେଣ୍ଡାଣ୍ଟ ୧ଟି

    ଏହାଛଡା଼ କମ୍ପ୍ୟୁଟର ପ୍ରୋଗ୍ରାମର ପାଇଁ ଗୋଟିଏ ପୋଷ୍ଟ, କନିଷ୍ଠ କିରାଣୀ ପାଇଁ ୧୪ଟି ପୋଷ୍ଟ, ହେଲ୍‌ଥ ସୁପରଭାଇଜର ପାଇଁ ୧ଟି ପୋଷ୍ଟ, ସହାୟକ ଚିକିତ୍ସା ଅଧିକାରୀ ପାଇଁ ୫ଟି ପୋଷ୍ଟ, ହାଇସ୍କୁଲ ଶିକ୍ଷକ ପାଇଁ ୭ଟି ପୋଷ୍ଟ, ସ୍ୱାସ୍ଥ୍ୟ ନିରୀକ୍ଷକଙ୍କ ପାଇଁ ୪ଟି ପୋଷ୍ଟ, ଇଲେକ୍ଟ୍ରିକାଲ ଜେଇ ପାଇଁ ୧ଟି ପୋଷ୍ଟ, ସିଭିଲ ଜେଇ ପାଇଁ ୩ଟି ପୋଷ୍ଟ, ଷ୍ଟାଫ ନର୍ସ ପାଇଁ ୩ଟି ପୋଷ୍ଟ, ଡିଇଡି ଶିକ୍ଷକ ପାଇଁ ୯ଟି ପୋଷ୍ଟ, ଫାୟାର ବ୍ରିଗେଡ ପାଇଁ ୩ଟି ପୋଷ୍ଟ, ହିନ୍ଦୀ ଟାଇପିଷ୍ଟ ପାଇଁ ୧ଟି ପୋଷ୍ଟ ରହିଛି।

    odia sambada
    Comments (0)
    Add Comment