ଜାତୀୟ ସୂଚନା ବିଜ୍ଞାନ କେନ୍ଦ୍ରରେ ଖାଲି ପଡିଛି ୫୯୮ ପଦବୀ,ଜଲ୍ଦି ଜଲ୍ଦି ଆବେଦନ କରନ୍ତୁ,ଦରମା ୧.୭୭ ଲକ୍ଷ

ଆଜିର ଯୁଗରେ ଶିକ୍ଷିତ ବେକାରୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ପାଠଶାଠ ପଢ଼ି ଶିକ୍ଷିତ ଯୁବକ ଯୁବତୀ ଚାକିରି ନପାଇ ବେରୋଜଗାର ହୋଇ ନିଜ ଜୀବନ ଅତିବାହିତ କରୁଛନ୍ତି । ସଂସାରରେ ମଣିଷ କୌଣସି ନା କୌଣସି କାର୍ଯ୍ୟରେ ନିୟୋଜିତ ହେବା କଥା । କିନ୍ତୁ ଦେଶରେ ବେକାରୀ ସମସ୍ୟା ବଶତଃ ଲୋକମାନେ କିଛି କାର୍ଯ୍ୟ ନକରିବାରୁ ଅନୈତିକ କାର୍ଯ୍ୟକଳାପରେ ମନ ନିବେଶ କରୁଛନ୍ତି । ଯଦ୍ୱାରା ସମାଜରେ କୁପ୍ରଭାବ ପଡୁଛି ।

ତେବେ ମଣିଷ ନିଜର ଜୀବନଯାପନ ତଥା ଆବଶ୍ୟକତା ପୂର୍ତ୍ତି ପାଇଁ ଅର୍ଥ ଏକାନ୍ତ ଆବଶ୍ୟକ ।କିନ୍ତୁ ମନୁଷ୍ୟ ବେରୋଜଗାରୀ ବଶତଃ ଅର୍ଥ ଉପାର୍ଜନ କରିପାରୁନାହିଁ ।ଆଜିର ଦୁନିଆରେ ସବୁଠୁ ବଡ଼ ଚିନ୍ତାର ବିଷୟ ଏହି କି ଯେ ଚାକିରୀ । ଆଜିର ଯୁବପିଢି ମାନେ ଚାକିରୀ ଅଭାବରୁ ଚିନ୍ତିତ ହେଉଛନ୍ତି ।ତେବେ ଜାତୀୟ ସୂଚନା ବିଜ୍ଞାନ କେନ୍ଦ୍ର(NIC), ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ତରଫରୁ ବୈଷୟିକ ସହାୟକ ତଥା ଅନ୍ୟାନ୍ୟ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି।

*ଗୁରୁତ୍ୱପୂର୍ଣ୍ଣ ତାରିଖ:

ଆବେଦନ ପ୍ରକ୍ରିୟା ଆରମ୍ଭ : ମାର୍ଚ୍ଚ ୦୪

ଆବେଦନ ପ୍ରକ୍ରିୟା ଶେଷ: ଏପ୍ରିଲ୍ ୦୪

*ପଦବୀ ସଂଖ୍ୟା:

ମୋଟ ପଦବୀ ସଂଖ୍ୟା – ୫୯୮ଟି

ବୈଜ୍ଞାନିକ B ଗ୍ରୁପ୍ A – ୭୧ଟି ପୋଷ୍ଟ୍‌

ବୈଜ୍ଞାନିକ ଅଧିକାରୀ / ଇଞ୍ଜିନିୟର – ୧୯୬ ଟି ପୋଷ୍ଟ୍‌

ବୈଜ୍ଞାନିକ / ବୈଷୟିକ ସହାୟକ – ୩୩୧ଟି ପୋଷ୍ଟ୍‌

*ବୟସ ସୀମା:

ସର୍ବନିମ୍ନ ବୟସ – ୩୦ ବର୍ଷ

ସର୍ବାଧିକ ବୟସ – ୩୫ ବର୍ଷ

ବୟସ ଗଣନା ୦୪।୦୪।୨୦୨୩ ଅନୁସାରେ ହେବ

*ଶିକ୍ଷାଗତ ଯୋଗ୍ୟତା:

ବୈଜ୍ଞାନିକ B ଗ୍ରୁପ୍ A – B.Tech/ M.Tech/ M.Sc

ବୈଜ୍ଞାନିକ ଅଧିକାରୀ / ଇଞ୍ଜିନିୟର – B.Tech/ M.Tech/ M.Sc/ MCA

ବୈଜ୍ଞାନିକ / ବୈଷୟିକ ସହାୟକ – B.Tech/ M.Tech/ M.Sc/ MCA

*ଦରମା:

ମାସକୁ ସର୍ବନିମ୍ନ ଦରମା – ୩୫,୪୦୦ ଟଙ୍କା

ମାସକୁ ସର୍ବାଧିକ ଦରମା – ୧,୭୭,୫୦୦ ଟଙ୍କା

*ଆବେଦନ ଶୁଳ୍କ:

ସାଧାରଣ ବର୍ଗ/ଓବିସି/ଇଡବ୍ଲ୍ୟୁଏସ୍ – ୮୦୦ଟଙ୍କା

ଏସ୍‌ସି/ଏସ୍‌ଟି – ଦେୟ ମୁକ୍ତ

ପ୍ରାର୍ଥୀମାନେ ଡେବିଟ୍ କାର୍ଡ, କ୍ରେଡିଟ୍ କାର୍ଡ ଓ ନେଟ୍‌ବ୍ୟାକିଂ ମାଧ୍ୟମରେ ଶୁଳ୍କ ଦେଇପାରିବେ

*ଚୟନ ପ୍ରକ୍ରିୟା:

ଲିଖିତ ପରୀକ୍ଷା

ସାକ୍ଷାତକାର

ଡକ୍ୟୁମେଣ୍ଟ୍ ଯାଞ୍ଚ୍‌

*କିପରି କରିବେ ଆବେଦନ:

ସର୍ବପ୍ରଥମେ ଆପଣ NIC ର ଅଫିସିଆଲ୍ ୱେବସାଇଟ୍‌କୁ ଯାଆନ୍ତୁ।ଏଠାରେ “NIC ରିକ୍ରୁଟ୍‌ମେଣ୍ଟ ୨୦୨୩” ରେ କ୍ଲିକ୍ କରନ୍ତୁ।ବର୍ତ୍ତମାନ ନୂଆ ଲଗ୍‌ଇନ୍ ପୃଷ୍ଠା ଉପଲବ୍ଧ ହେବ। ଏଠାରେ ପଞ୍ଜୀକରଣ କରି ଲଗଇନ୍ ଆଇଡି ଏବଂ ପାସ୍‌ୱାର୍ଡ ତିଆରି କରନ୍ତୁ।ଆବେଦନ ଫର୍ମକୁ ଯାଆନ୍ତୁ ଏବଂ ଏଠାରେ ମଗାଯାଇଥିବା ସୂଚନା ଏବଂ ଡକ୍ୟୁମେଣ୍ଟ ଦାଖଲ କରନ୍ତୁ।

ଶେଷରେ ଆବେଦନ ଶୁଳ୍କ ଜମା କରି ଆବେଦନ ଫର୍ମ Submit କରନ୍ତୁ।ଆବେଦନ ଫର୍ମର ଏକ ପ୍ରିଣ୍ଟ୍‌ ବାହାର କରନ୍ତୁ, ଯାହା ଭବିଷ୍ୟତରେ ଆବଶ୍ୟକ ହେବ।ଏହି ପୋଷ୍ଟ୍‌ଗୁଡିକ ପାଇଁ ଆଗ୍ରହୀ ଏବଂ ଯୋଗ୍ୟ ପ୍ରାର୍ଥୀମାନେ NIELIT ର ଅଫିସିଆଲ୍ ୱେବ୍‌ସାଇଟ୍ nielit.gov.in କୁ ଯାଇ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ।

odia sambada
Comments (0)
Add Comment