ବିଜୁବାବୁଙ୍କ ପ୍ରିୟ ‘ଡାକୋଟା’ କୁ କେଉଁମାନେ ଦେଲେ ନୂଆ ରୂପ, ଜାଣନ୍ତୁ କେତେ ହେଲା ଖର୍ଚ୍ଚ ?

ଦ୍ବିତୀୟ ବିଶ୍ବଯୁଦ୍ଧ, ସ୍ବାଧୀନତା ମୁକ୍ତି ସଂଗ୍ରାମ, କାଶ୍ମୀରରେ ଅନୁପ୍ରବେଶକୁ ପ୍ରତିହତ କରିବା ପାଇଁ ବିଜୁ ବାବୁ ଯେପରି ଅଦମ୍ୟ ସାହାସ ଦେଖାଇଥିଲେ ପୂର୍ବରୁ ସେସବୁ କାଗଜ କଲମରେ ଦେଖିବାକୁ ମିଳୁଥିଲା ।

ଏଣିକି କିନ୍ତୁ ଲୋକମାନେ ବାସ୍ତବରେ ନିଜ ଆଖିରେ ବିଜୁ ବାବୁଙ୍କର ସବୁଠାରୁ ପ୍ରିୟ ଜିନିଷ ଡାକୋଟାକୁ ଦେଖିପାରିବେ। ବିଜୁବାବୁଙ୍କ ଜୟନ୍ତୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଲୋକାର୍ପଣ କରିଛନ୍ତି।

୩୦ ମିଟର ପରିଧିର ମାର୍ବଲ୍ ଓ ଗ୍ରାନାଇଟ୍ ଖଚିତ ପ୍ଲାଟଫର୍ମ ଉପରେ ଦଣ୍ଡାୟମାନ ହୋଇଛି ଏହି ବିଶାଳ ଡାକୋଟା ବିମାନ, ଡାକୋଟାର ଇଞ୍ଜିନ ସହିତ ପୂରା ବିମାନକୁ ହାଲକା ଗ୍ରେ ରଙ୍ଗ କରାଯାଇଛି।

ପଶ୍ଚିମବଙ୍ଗ ସରକାରଙ୍କ ସହ ଲେଖାପଢା ପରେ କୋଲକାତାରୁ ଡାକୋଟାକୁ ଆଣିଥିଲେ ରାଜ୍ୟ ସରକାର, ସେଠାରେ ଅସୁରିକ୍ଷିତ ଅବସ୍ଥାରେ ପଡ଼ିଥିବାରୁ ଏହାର ଧ୍ୟାନ ନ ନିଆଯାଉଥିବାରୁ ବିମାନର ବହୁ ଅଂଶ ନଷ୍ଟ ହୋଇଯାଇଥିଲା।

ଜାନୁଆରୀ ୨୦ ତାରିଖରୁ ଭୁବନେଶ୍ବର ବିମାନବନ୍ଦର ହ୍ୟାଙ୍ଗରରେ ମରାମତି ପାଇଁ ଦିନ ରାତି ଏକ କରି ଦେଇଥିଲେ ଏଆର୍ଡିସିର ପ୍ରାୟ ୧୫୦ ଇଞ୍ଜିନିୟର । ଅନ ଦି ଜବ୍ ଟ୍ରେନିଂରେ ଥିବା ଇଞ୍ଜିନିୟର ମାନେ ଏହି ଡାକୋଟାକୁ ନୂଆ ରୂପ ଦେଇଛନ୍ତି ।

ଯେଉଁମାନେ କି ଏୟାରକ୍ରାଫ୍ଟ ମେଣ୍ଟେନାନ୍ସ ଇଞ୍ଜିନିୟରିଂ ପାଠ ସହ ଡିପ୍ଲୋମା ପରେ ଏୟାରକ୍ରାଫ୍ଟରେ କାମ କରୁଥିବା ଦକ୍ଷ ଇଞ୍ଜିନିୟର ମାନେ ଏହାକୁ ସୁନ୍ଦର ରୂପ ଦେଇଛନ୍ତି। ପୁରୁଣା ଏୟାରକ୍ରାଫ୍ଟରେ ଯେଉଁ ସବୁ ମ୍ୟାଟେରିଆଲ ବ୍ୟବହାର ହୁଏ ତାହା ସବୁ ବିଜୁ ବାବୁଙ୍କ ଡାକୋଟାରେ ବ୍ୟବହାର କରାଯାଇଛି।

ପୁରୁଣା ଏୟାରକ୍ରାଫ୍ଟ ରେ ଯେଉଁ ସବୁ ମ୍ୟାଟେରିଆଲ ବ୍ୟବହାର କରାଯାଏ ତାକୁ ଯୋଗାଡ କରି କାମ କରିବା ପଛରେ ବହୁତ ଲୋକ ପରିଶ୍ରମ କରିଛନ୍ତି। ଡାକୋଟାର ମରାମତି ସହ ଜନସାଧାରଣ ପାଇଁ ଡିସପ୍ଲେ କରିବା ଯାଏଁ ୭୫ ଲକ୍ଷ ପର୍ଯ୍ୟନ୍ତ ଟଙ୍କା ଖର୍ଚ୍ଚ ହୋଇଛି।

odia sambada
Comments (0)
Add Comment