ଖୁବ୍‌ଶୀଘ୍ର ଓଡ଼ିଶାରେ ପୂରଣ ହେବ ୨୦,୦୦୦ କନିଷ୍ଠ ଶିକ୍ଷକ(JT ) ପଦବୀ

ଆମ ଦେଶ ଭାରତ ସମୃଦ୍ଧିର ଗୋଟେ ପାଦ ଆଗକୁ ବଢ଼ିବାରେ ଲାଗିଛି।ବନ୍ଧୁଗଣ ଆଜିକାଲି ସରକାର ଲୋକମାନଙ୍କର ସୁବିଧା ପାଇଁ ବିଭିନ୍ନ ପ୍ରକାର ପଦକ୍ଷେପମାନ ଗ୍ରହଣ କରୁଛନ୍ତି।ସେଥି ମଧ୍ୟରୁ ଶିକ୍ଷକ ପଦବୀ ଅନ୍ୟତମ।ହଁ ଆଜ୍ଞା ଖୁବ୍‌ଶୀଘ୍ର ଓଡ଼ିଶା ସରକାର ଖାଲି ପଡ଼ିଥିବା ଶିକ୍ଷକ ଏବଂ ଅଣ-ଶିକ୍ଷକ ପଦବୀ ପାଇଁ ନିଯୁକ୍ତି ମେଳା ଲଞ୍ଚ୍‌ କରିବାକୁ ଯାଉଛନ୍ତି।

ଏଥିପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦ୍ୱାରା ବ୍ୟାପକ ପଦକ୍ଷେପ ମାନ ଗ୍ରହଣ କରାଯାଇଛି।ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଏନେଇ ସୂଚନା ମିଳିଛି।ସରକାରୀ ପ୍ରାଥମିକ ବିଦ୍ୟାଳୟରେ ମାନଙ୍କରେ ଫାଙ୍କା ପଡ଼ିଥିବା ପଦବୀ ଗୁଡିକୁ ପୂରଣ କରିବା ପାଇଁ ସରକାର ୨୦ ହଜାର ଶିକ୍ଷକଙ୍କୁ ନିଯୁକ୍ତି କରିବେ। ସେଥିପାଇଁ ବିଦ୍ୟାଳୟ ମାନକରେ ତାଲିମ୍‌ପ୍ରାପ୍ତ ଶିକ୍ଷକ ଏବଂ ଶିକ୍ଷୟତ୍ରୀ ନିୟୋଜିତ ହେବେ।

ପୂର୍ଣ୍ଣ ଅନୁଦାନପ୍ରାପ୍ତ ବିଦ୍ୟାଳୟ ମାନଙ୍କରେ ୨୦୬୪ ଜଣ ଶିକ୍ଷକଙ୍କୁ ନିଯୁକ୍ତ କରିବାକୁ ବୋର୍ଡ ମାଧ୍ୟମରେ ପ୍ରକ୍ରିୟା ଆରମ୍ଭ କରିଛି ବୋଲି ସୂଚନା ମିଳିଛି।ରାଜ୍ୟରେ ଥିବା ସରକାରୀ ମାଧ୍ୟମିକ ବିଦ୍ୟାଳୟ ଗୁଡ଼ିକରେ ଶିକ୍ଷକ ଅଭାବର ସମସ୍ୟାକୁ ଦୂର କରିବାକୁ ସରକାର ୬୦୨୫ଟି ଏଲ୍ଟିଆର ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିଛନ୍ତି।ସରକାର ପୂର୍ଣ୍ଣ ଅନୁଦାନପ୍ରାପ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଗୁଡ଼ିକରେ ୧୫୪୩ ଜଣ ଶିକ୍ଷକ ପିଜିଟି ପୋଷ୍ଟ ନିଯୁକ୍ତ କରାଯିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି ବୋଲି ସୂଚନା ମିଳିଛି।

ଓପିଏସ୍‌ସି ମାଧ୍ୟମରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଗୁଡ଼ିକରେ ୩୩୫ ଜଣ ଶିକ୍ଷକ/ଶିକ୍ଷୟିତ୍ରୀଙ୍କୁ ନିଯୁକ୍ତି କରିବାର ପ୍ରକ୍ରିୟା ଆରମ୍ଭ ହୋଇଛି।ଡି.ଆଇ.ଇ.ଟି ଓ ବି.ଆଇ.ଇ.ଟିରେ ସର୍ବମୋଟ ୧୨୦ଟି ଶିକ୍ଷକ-ପ୍ରଶିକ୍ଷକ ପଦବୀ ପୂରଣ କରିବାକୁ ଓଡ଼ିଶା ଷ୍ଟାଫ୍‌ ସିଲେକ୍ସନ୍‌ କମିଶନଙ୍କ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଗୁଡ଼ିକରେ ପ୍ରଥମ ପର୍ଯ୍ୟାୟରେ ୫୫୫ଟି ପିଜିଟି ପୋଷ୍ଟ ନିଯୁକ୍ତି କରିବା ପ୍ରକ୍ରିୟା ଆରମ୍ଭ ହୋଇଛି।

odia sambada
Comments (0)
Add Comment