ପାଇଖାନାକୁ ଯିବ କହି ପୁରୁଣା ପ୍ରେମିକ ସହ କନିଆଁ ମାଧବି ଫେ-ରାର

ବାହାଘର ପୂର୍ବରୁ ଫେ-ରାର୍‌ ମାରିଛି ମଙ୍ଗୁଳା କନ୍ୟା । ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ପୁଇନ୍ତଳା ଥା-ନା ଅଞ୍ଚଳରେ । ରବିବାର ହଳଦୀ କାର୍ଯ୍ୟକ୍ରମ ମଧ୍ୟ ସରି ଯାଇଥିବା ବେଳେ ସୋମବାର ରାତିରେ ବରଯାତ୍ରୀ ଆସିଥାନ୍ତେ । ବରଯାତ୍ରୀଙ୍କୁ ସ୍ୱାଗତ କରିବା ସହିତ କନ୍ୟାଦାନ ପାଇଁ ସବୁ ପ୍ରକାର ପ୍ରସ୍ତୁତି ସରି ଯାଇଥିଲା ।

ଘରେ ପହଞ୍ଚି ସାରିଥିଲେ ବନ୍ଧୁ ବାନ୍ଧବ । କିନ୍ତୁ ସୋମବାର ଭୋର୍‌ରୁ ଫେ-ରାର ମା-ରିଲା ଝିଅ । ଗାଁର ଜଣେ ଯୁବକ ସହିତ ସେ ଫେ-ରାର ମା-ରିଥିବା ସ-ନ୍ଦେହ କରୁଥିଲେ ପରିବାର ଲୋକେ । ଖୋଜା ଖୋଜି ପରେ ଝିଅକୁ ନପାଇ ପୁଇନ୍ତଳା ଥା-ନାରେ ଲିଖିତ ଅଭି-ଯୋଗ କରିଥିଲେ । ସେପଟେ ବରଘର ଲୋକେ ଏପରି ଖବର ଶୁଣି ଭା-ଙ୍ଗିପଡ଼ିଛନ୍ତି ।

ହଁ ଆଜ୍ଞା ବନ୍ଧୁଗଣ ପୁଣି ବାହାଘରେ ଘଟିଲା ଅଘ-ଟଣ । ହାତଗଣ୍ଠି ପଡିବା ପୂର୍ବରୁ ମଙ୍ଗୁଳା କନ୍ୟା ମା-ରିଲା ଚମ୍ପଟ୍ । ତେବେ ଏଭଳି ଏକ ଅଭା-ବନୀୟ ଘ-ଟଣା ଦେଖିବାକୁ ମିଳିଛି ପୁଇଁତଲା ଥା-ନା ଅନ୍ତର୍ଗତ ବୁଢିସିଂଣ୍ଢୋଲ ଗ୍ରାମରେ । ମିଳିଥିବା ସୂଚନା ମୁତାବକ କନ୍ୟା ମଙ୍ଗୁଳା ସରିଥିଲା । ବୁଢିସିଣ୍ଢୋଲ ଗ୍ରାମର ବିଜୟ ଗଇଗରିଆଙ୍କ ଝିଅ ମାଧବୀ ସହ ପଟୁଆପାଲି ଗ୍ରାମର ଗଜିନ୍ଦ୍ର ଡାଙ୍ଗଙ୍କ ସାନପୁଅ ଧିରୋଜ ସହ ବିବାହ ଠିକ୍ ହୋଇଥିଲା ।

ତେବେ ଉଭୟଙ୍କର ବାହାଘର କନ୍ୟାପିତାଙ୍କ ଘରେ ହୋଇଥାନ୍ତା । ଏଥିପାଇଁ ସବୁ ପ୍ରକାର ପ୍ରସ୍ତୁତି ମଧ୍ୟ ସରିଥିଲା । କିନ୍ତୁ ବର ଠିକ୍ ଆସିବା ପୂର୍ବରୁ ଶୌଚାଳୟ ଯିବା ବାହାନାରେ ହଠାତ୍ ଯୁବତୀ ଜଣକ ଗା-ଏବ ହୋଇ ଯାଇଥିଲେ । ଏନେଇ ପରିବାର ଲୋକେ ପୁଇଁତଲା ଥା-ନାରେ ଅଭି-ଯୋଗ କରିଥିଲେ।

ତେବେ ବାହାଘର ପୂର୍ବରୁ ଯୁବତୀ ଜଣକ ନିଜ ପ୍ରେମିକ ସହ ଫେ-ରାର ମା-ରିଥିବା ସ୍ଥାନୀୟ ଅଞ୍ଚଳରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ମାଧବୀଙ୍କ ମା ସୂର୍ଯ୍ୟ ଗାଏଗରିଆ କହିଛନ୍ତି ସେଦିନ ରାତିରେ ସେ ଏବଂ ତାଙ୍କ ଝିଅ ଦୁଆରେ ସୋଇଥିଲେ ।

ଝିଅ ରାତି ଅଧାରୁ ଉଠିକି କହିଲା ମୋର କାଇଁ ପେଟ କଣ ହଉଛି ମୁଁ ଟିକେ ଝାଡ଼ା ଯାଇ ଆସୁଛି । ସେଥିପାଇଁ ମୁଁ ତା ସାଥିରେ ଗଲି । ସେ ଝାଡ଼ା ବସି ସରିବାପରେ ଆମେ ଆସି ଶୋଇଲୁ ।

ସେ ପୁଣି କିଛି ସମୟ ପରେ ଝାଡ଼ା ଯିବ ବୋଲି କହିଲା ଏମିତି ୩-୪ ଥର କଲା ପରେ ତାର ଗୋଟେ ଫୋନ୍ ଆସିଲା ମୁଁ ପଚାରିଲି କିଏ ଫୋନ୍ କରିଛି ସେ କହିଲା ମୁଁ ଜାଣିପାରୁନି । କିନ୍ତୁ ସେ କେତେବେଳେ ରାତି ଅଧାରୁ ଉଠି ସେ ଟୋକା ସହ କୁଆଡେ ପଳେଇଲା ।

odia sambada
Comments (0)
Add Comment