ପୋଷ୍ଟ ଅଫିସ ଆଣିଛି ଜବରଦସ୍ତ ସ୍କିମ୍ । ମିଳିବ ୫୦ ଲକ୍ଷ ଟଙ୍କାର ଫାଇଦା,ଜାଣନ୍ତୁ ସ୍କିମ ବିଷୟରେ ସମ୍ପୂର୍ଣ ସୂଚନା

ଭାରତୀୟ ପୋଷ୍ଟ ଅଫିସର ଅନେକ ସ୍କିମ ରହିଛି । କୋଟି କୋଟି ଲୋକ ଏହି ପୋଷ୍ଟ ଅଫିସ ସ୍କିମରେ ନିବେଶ କରି ଭଲ ରିଟର୍ଣ୍ଣ ମଧ୍ୟ ପାଇଥାନ୍ତି । ପୋଷ୍ଟ ଅଫିସ କେନ୍ଦ୍ର ସରକାରଙ୍କ ଅନ୍ତର୍ଗତ ଏକ ବିଭାଗ ହୋଇଥିବାରୁ ଏହାକୁ ଲୋକମାନେ ଭରସା କରିଥାନ୍ତି ।

ପୋଷ୍ଟ ଅଫିସରେ ଟଙ୍କା ରଖିବା ରିସ୍କ ଫ୍ରି ହୋଇଥାଏ । ପ୍ରତ୍ୟେକ ନିଜ ଟଙ୍କାକୁ ସୁରକ୍ଷିତ ରଖିବା ସହିତ ଭଲ ରିଟର୍ଣ୍ଣ ରାଶି ପାଇବାକୁ ଚାହିଁଥାନ୍ତି । ତେଣୁ ବିନିଯୋଗ ପାଇଁ ଏହି ବିଭାଗ ସବୁଠୁ ବେଷ୍ଟ ହୋଇଥାଏ । ତେଣୁ ଏବେ ବି ଅନେକ ଲୋକ ଇଣ୍ଡିଆନ୍ ପୋଷ୍ଟ ଅଫିସରେ ଟଙ୍କା ନିବେଶ କରୁଛନ୍ତି ।

ଯଦି ଆପଣ ବି ପୋଷ୍ଟ ଅଫିସ ସ୍କିମ ରେ ଟଙ୍କା ନିବେଶ କରିବାକ ଚାହୁଁଛନ୍ତି ତେବେ ଆପଣଙ୍କ ପାଇଁ ସବୁଠୁ ଭଲ ହେଉଛି ଡାକ ଘରରର “ଡାକ ଜୀବନ ବୀମା” । ଯେଉଁ ଯୋଜନା ବିଷୟରେ ଆମେ ଆଜି କହିବାକୁ ଯାଉଛୁ, ଯେଉଁଥିରେ ଆପଣ ୫୦ ଲକ୍ଷ ଟଙ୍କା ଲାଭ ପାଇବେ

ତେବେ ଆସନ୍ତୁ ଡିଟେଲ୍ସରେ ଜାଣିବା ଏହି ସ୍କିମ୍ ବିଷୟରେ । ତେବେ ଏହା ହେଉଛି ସର୍ବ ପୁରାତନ ସରକାରୀ ବୀମା ଯୋଜନା ଯେଉଁଥିରେ ଟଙ୍କା ବିନିଯୋଗ କରି ଆପଣ ଟଙ୍କାକୁ ଆରାମ ସେ ଦ୍ୱିଗୁଣିତ କରିପାରିବେ ।

ତେବେ ବନ୍ଧୁଗଣ ଏବେ ଆସନ୍ତୁ ଜାଣିବା ଆପଣମାନେ କେମିତି ଏହି ଯୋଜନାରେ ଆବେଦନ କରି ପାରିବେ । ଏହି ଯୋଜନାରେ ୧୯ ବର୍ଷରୁ ୫୫ ବର୍ଷ ବୟସର ଲୋକ ଏଥିରେ ବିନିଯୋଗ କରିପାରିବେ । ଆଉ ବିନିଯୋଗ କରିଥିବା ପଲିସିଧାରୀଙ୍କୁ ୫୦ ଲକ୍ଷ ପର୍ଯ୍ୟନ୍ତ ସୁବିଧା ମିଳିଥାଏ । କେବଳ ସେତିକି ନୁହେଁ ତା ସହିତ ବୋନସ୍ ମଧ୍ୟ ପାଇବେ । ଏହି ସ୍କିମରେ ବିନିଯୋଗ କରିବା ପାଇଁ ସର୍ବନିମ୍ନ ରାଶି ୨୦ ଲକ୍ଷ ଟଙ୍କା ହୋଇଥିବା ବେଳେ ସର୍ବାଧିକ ୫୦ ଲକ୍ଷ ଟଙ୍କା।

ନିୟମ ଅନୁଯାୟୀ ୪ ବର୍ଷ ପାଇଁ ପଲିସିଧାରୀ ଯଦି କ୍ରମାଗତ ଭାବରେ ପଲିସି ରଖନ୍ତି, ତେବେ ଋଣ ସୁବିଧା ମଧ୍ୟ ପଲିସିଧାରୀଙ୍କୁ ଦିଆଯାଏ । ତେବେ ଆପଣ ପଲିସି ବନ୍ଦ କରିବାକୁ ଇଚ୍ଛା କଲେ ୩ ବର୍ଷ ପରେ କରି ପାରିବେ କିନ୍ତୁ ଯଦି ଆପଣ ୫ ବର୍ଷ ପୂର୍ବରୁ ବନ୍ଦ କରି ଦିଅନ୍ତି ତେବେ ଆପଣ ବୋନସର ଲାଭ ପାଇବେ ନାହିଁ ।

ଏହି ବୀମା ଯୋଜନାର ସୁବିଧା ୮୦ ବର୍ଷ ବୟସରେ ନିଶ୍ଚିତ ପରିମାଣର ପାଇପାରିବେ । ହେଲେ ଯଦି ଏହା ମଝିରେ ହିଁ ପଲିସିଧାରୀ ମରିଯାଆନ୍ତି, ତେବେ ସମସ୍ତ ଟଙ୍କା ନାମାଙ୍କନକାରୀଙ୍କୁ ଦିଆ ଯାଇଥାଏ । ଆପଣ ଇଣ୍ଡିଆନ ପୋଷ୍ଟ ଅଫିସର ଅଫିସିଆଲ୍ ସାଇଟ୍ କୁ ଯାଇ ଜୀବନ ବୀମା ପାଇଁ ଆବେଦନ କରିପାରିବେ ।

odia sambada
Comments (0)
Add Comment