ତୋ ବରଯାତ୍ରୀ ମୋ ଭାଇକୁ ମାରିଲେ, ମୁଁ ତୋତେ ବାହା ହେବିନି, ଶିଶୁପାଳ ହେଇ ଫେରିଲା ବର

ସୋସିଆଲ ମିଡିଆରେ ପ୍ରତ୍ୟେକ ଦିନ ହଜାର ହଜାର ଖବର ସବୁ ଦେଖିବାକୁ ମିଳିଥାଏ, ସେହିସବୁ ଖବରରେ ଦୁନିଆର କିଛି କିଛି ଭଲ ଖବର ଥାଏ, ଆଉ କିଛି କିଛି ଖବର ଆଜିର ଦୁନିଆର ଲୋକମାନଙ୍କର ନିଚ୍ଚ ଧରଣର ଚିନ୍ତାଧାରା ସମ୍ପର୍କରେ ଜାଣିବାକୁ ମିଳିଥାଏ।ସେଥିପାଇଁ ଦୁନିଆ ପରିବର୍ତନ ହେବା ସହିତ ଲୋକମାନଙ୍କର ଚିନ୍ତା ଧାରାରେ ମଧ୍ୟ ଦିନକୁ ଦିନ ପରିବର୍ତ୍ତନ ହେବାରେ ଲାଗିଛି ଏବଂ ସେମାନଙ୍କ ଚିନ୍ତା ଧାର ଦିନକୁ ଦିନ ତଳକୁ ଖସିବାରେ ଲାଗିଛି।ଦିନକୁ ଦିନ ଦୁନିଆ ପରିବର୍ତ୍ତନ ହେବାରେ ଲାଗିଛି।

ତା ସହ ଲୋକମାନେ ମଧ୍ୟ ତା ସହ ପରିବର୍ତ୍ତନ ହେବା ସହ ଚାଲିଚଳନ ଏବଂ କଥାବାର୍ତ୍ତାରେ ମଧ୍ୟ ପରିବର୍ତ୍ତନ ଆସୁଛି । ଏହା ସହ ଲୋକଙ୍କ କଥା ବାର୍ତ୍ତା ଏବଂ ଚାଲିଚଲନରେ ମଧ୍ୟ ପାର୍ଥକ୍ୟ ଦେଖାଯାଇଛି ।ଏବେ ଅନେକ ଖବର ଲୋକଙ୍କ ସାମ୍ନାକୁ ଆସୁଛି ଯାହାକୁ ଆପଣମାନେ ଶୁଣିଲେ ଆଶ୍ଚର୍ଯ୍ୟ ହେବା ସହ ବିଶ୍ୱାସ ମଧ୍ୟ କରିପାରିବେ ନାହିଁ।ଗତ ୨୪ ତାରିଖରେ ଏମିତି କିଛି ଘଟଣା ଘଟିଛି ଯାହା ପାଇଁ ବିବାହ ପାଇଁ ଯାଇଥିବା ବର ଶିଶୁପାଳ ହୋଇ ଫେରିଥିବା ଦେଖିବାକୁ ମିଳିଛି। ଏହା ହୋଇଛି ବରଯାତ୍ରୀରେ ଯାଇଥିବା ଲୋକ ମଦ ପିଇ ନିଶାରେ ଗଣ୍ଡଗୋଳ କରିଛନ୍ତି ଯାହା ପାଇଁ କନ୍ୟାର ବଡ଼ ଭାଇ ଆହତ ହୋଇ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି।

ବିବାହ ପାଇଁ ଆସିଥିବା ଜୟାନନ୍ଦ ସାଥିରେ ବରଯାତ୍ରୀ ନେଇ dj ନେ଼ଇ ରୋଷଣୀ କରି ପ୍ରମିଳାଙ୍କୁ ବାହା ହେବା ପାଇଁ ଆସିଥିଲେ। କିନ୍ତୁ ବରଯାତ୍ରୀଙ୍କ ମଧ୍ୟରୁ ଦୁଇ ଜଣକ ସହ ପ୍ରମିଳାଙ୍କ ବଡ଼ ଭାଇଙ୍କର ଗଣ୍ଡଗୋଳ ହୋଇଥିଲା। ଯାହା ପରେ ପ୍ରମିଳାଙ୍କ ବଡ଼ ଭାଇଙ୍କୁ ଦୁଇ ବରଯାତ୍ରୀ ମାଡ଼ ମାରିଥିଲେ ଯାହା ପାଇଁ ସେ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି।ଏହାକୁ ଆଖିରେ ରଖି କନ୍ୟା ଜଣକ ପ୍ରତିଶୋଧ ମଧ୍ୟ ନେଇଛନ୍ତି ଏବଂ ବିବାହ ବେଦୀରୁ ଉଠି ଯାଇଛନ୍ତି।ବିବାହ କରିବା ପାଇଁ ସମ୍ପୂର୍ଣ୍ଣ ମନା ମଧ୍ୟ କରିଛନ୍ତି।ଯାହା ପାଇଁ ବର ଜୟାନନ୍ଦଙ୍କୁ ଶିଶୁପାଳ ହୋଇ ଫେରିବାକୁ ପଡ଼ିଛି।

ଏହାକୁ ନେଇ କନ୍ୟାଜଣକ ଥାନାରେ ଅଭିଯୋଗ କରିବା ସହ ଦୁଇ ବ୍ୟକ୍ତିଙ୍କ ନାମରେ ଥାନାରେ ଏତଲା ଦେବା ସହ ଦୁହିଁଙ୍କୁ ପୋଲିସରେ ମଧ୍ୟ ଦେଇଛନ୍ତି।ଦୁଇ ଅଭିଯୁକ୍ତ ହେଉଛନ୍ତି ଯୋଗେନ୍ଦ୍ର ଛୁରା ଏବଂ ଅଭିନାଶ ଛୁରା ଯେଉଁ ମାନଙ୍କୁ ଏବେ ପୋଲିସ ଥାନାରେ ଅଟକ ରଖିଛି।ଏହି ଦୁଇଜଣ ହେଉଛନ୍ତି ମିରିପାଲ ଗ୍ରାମର ଅଧିବାସୀ ଯେଉଁମାନେ ଜୟାନନ୍ଦଙ୍କୁ ବାହା କରିବା ପାଇଁ ବରଯାତ୍ରୀ ଭାବରେ ଯାଇଥିଲେ। କନ୍ୟାର ବଡ଼ ଭାଇ ସହ ଗଣ୍ଡଗୋଳ କରି ତାକୁ ଆକ୍ରମଣ କରିଥିଲେ। ଯାହା ପାଇଁ ବିବାହ ବନ୍ଦ ହେବା ସହ ବର ଶିଶୁପାଳ ହୋଇ ଘରକୁ ଫେରିଥିଲା।

odia sambada
Comments (0)
Add Comment