ବିରାଟ କୋହଲି ଓ ରବି ଶାସ୍ତ୍ରୀ ଜାଣିଶୁଣି ୨୦୧୯ ବିଶ୍ୱକପ ହାରିଥିଲେ !

ବିରାଟ କୋହଲି ଓ ରବି ଶାସ୍ତ୍ରୀ ନିଜ ସମୟରେ ଭାରତକୁ ଏକ ଏମିତି ସ୍ଥାନରେ ପହଞ୍ଚାଇ ଦେଇଥିଲେ ଯେଉଁଠି ଅନ୍ୟ ଦଳ ଗୁଡ଼ିକ ପହଞ୍ଚିବାର ସ୍ୱପ୍ନ ହୋଇଯାଇଛି। ଉଭୟ ଭାରତକୁ 2019 ବିଶ୍ୱକପରେ ସେମି ଫାଇନାଲରେ ପହଞ୍ଚାଇବା, ଏହାସହ ଟେଷ୍ଟ ଚମ୍ପିୟାନସିପରେ ଭାରତକୁ ଫାଇନାଲରେ ପହଞ୍ଚାଇବା, ଅଷ୍ଟ୍ରେଲିଆରେ ଟେଷ୍ଟ ସିରିଜ ଶୃଙ୍ଖଳା ଜିତିବା ଏହିସବୁ କାରନାମା ଦ୍ୱାରା ଭାରତ ଏକ ଦୃଢ଼ ଟିମ ଭାବରେ ବିଶ୍ୱ କ୍ରିକେଟରେ ନିଜ ସ୍ଥାନ ହାସଲ କରିଛି।

ଯେତେବେଳେ ଶାସ୍ତ୍ରୀ ଓ କୋହଲି ଟିମ ପରିଚାଳନା କରୁଥିଲେ ସେତେବେଳେ ଉଭୟଙ୍କ ପାଖରେ ଇଂଲଣ୍ଡରେ 2019 ବିଶ୍ୱକପ ଜିତିବାର ସମ୍ପୂର୍ଣ୍ଣ ଚାନ୍ସ ଥିଲା କିନ୍ତୁ ଦଳ ସେମିଫାଇନାଲରେ ନ୍ୟୁଜିଲାଣ୍ଡ ଠାରୁ ପରାସ୍ତ ହୋଇଥିଲା। ଏବେ ଏହି ବିଶ୍ୱକପକୁ ନେଇ ଏକକ ରାଜ ଖୁଲାସା ହୋଇଛି ଯାହାକି ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ।

ପୂର୍ବ କୋଚ୍ କଲେ ବଡ଼ ଖୁଲାସା, କହିଲେ କାହିଁକି ହାରିଥିଲା ଭାରତୀୟ ଦଳ:-

ଆର ଶ୍ରୀଧର ଯିଏକି ଫିଲ୍ଡିଂ କୋଚ୍ ରୂପରେ ଭାରତର ସହାୟକ ଷ୍ଟାଫ ରୂପରେ ଥିଲେ, ସେ ଦଳ ସହିତ ବହୁତ ଭଲ ମୁହୂର୍ତ୍ତ ଅତିବାହିତ କଲେ। କିନ୍ତୁ ବିଶ୍ୱକପକୁ ନଯାଇ ସେ ଏକ ବଡ଼ ଅବସର ହରାଇଲେ। ଶ୍ରୀଧର କୁହନ୍ତି ଭାରତୀୟ ଟିମ ସର୍ବଦା 4 ନମ୍ବର ବ୍ୟାଟ୍ସମ୍ୟାନକୁ ନେଇ ଚିନ୍ତାରେ ଥିଲା, ଟୁର୍ଣ୍ଣାମେଣ୍ଟ ସମୟରେ ଦଳ 4 ନମ୍ବରକୁ ନେଇ ବହୁତ ଏକ୍ସପରିମେଣ୍ଟ କଲା କିନ୍ତୁ ଏହି 4 ନମ୍ବର ସେମିଫାଇନାଲରେ ଭାରତକୁ ମାତ୍ ଦେଲା।

କଣ କୋହଲି ଭୁଲ କଲେ?:-

ଶ୍ରୀଧର କୁହନ୍ତି, ଆମେ ଆମ ଟପ ଥ୍ରୀ ରୋହିତ, ଧାବନ ଓ କୋହଲିଙ୍କୁ ନେଇ ଅଧିକ ଉତ୍ସାହିତ ଥିଲୁ। ଏହାସହ ମହେନ୍ଦ୍ର ସିଂହ ଧୋନୀ ଓ ହାର୍ଦିକ ପାଣ୍ଡ୍ୟାଙ୍କୁ ନେଇ ମଧ୍ୟ ମନୋବଳ ସବଳ ଥିଲା କିନ୍ତୁ ଏଥିରେ ମ୍ୟାନେଜମେଣ୍ଟ 4 ନମ୍ବର ବ୍ୟାଟ୍ସମ୍ୟାନ ଉପରେ ଧ୍ୟାନ ଦେଲାନାହିଁ। ମୁଁ ଆଶା କରୁଛି ରୋହିତ ଓ ରାହୁଲ ଦ୍ରାବିଡ଼ ଏମିତି ଭୁଲ କରିବେନାହିଁ।

odia sambada
Comments (0)
Add Comment