ଦିନେ ନିଜକୁ ୟଙ୍ଗ ୟଙ୍ଗ ଫିଲ କରୁଥିବା ବିଧାୟକ ଦିବ୍ୟଶଙ୍କର ବେଦୀରେ ବସିବା ପୂର୍ବରୁ ଆଜି ଦେଖା ଦେଇଛନ୍ତି କ୍ରିମ କ୍ରିମ ଲୁକରେ ।

ଆଜି କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ନିର୍ବାଚନ ମଣ୍ଡଳୀର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଦ୍ବିତୀୟ ବିବାହ କରିବେ । ପ୍ରିୟଙ୍କା ଅଗସ୍ତୀଙ୍କର ହାତ ଧରିବେ ଦିବ୍ୟଶଙ୍କର । ପୁରୀ ଜିଲ୍ଲା  ପିପିଲିର ଦି ଆଡଭେଞ୍ଚର କନଭେନସନରେ ଏହି ବିବାହ ଉତ୍ସବ ନିରାଡମ୍ବର ଭାବେ ଅନୁଷ୍ଠିତ ହେଉଛି । ପୂର୍ବାହ୍ନରେ ଉଭୟଙ୍କର ନି-ର୍ବନ୍ଧ ସରିଛି । ସନ୍ଧ୍ୟାରେ ବାହାଘର ଅନୁଷ୍ଠିତ ହେବ ବୋଲି ଜଣାଯାଇଛି ।

ବିବାହ ଉତ୍ସବରେ କେବଳ ସମ୍ପ-ର୍କୀୟ ଓ ଅତି ପାଖ ଲୋକ ସାମିଲ ହେବେ । ଯେଉଁମାନଙ୍କ ନିକଟରେ କେବଳ ପାସ ଅଛି ସେମାନଙ୍କୁ ବିବାହ ଉତ୍ସବକୁ ଛଡ଼ାଯିବାକୁ ଅନୁମତି ରହିଛି । ମିଳିଥିବା ସୂଚନା ଅନୁଯାୟୀ ଏହି ବାହାଘରରେ କନ୍ୟାଘରର ୨୮ ଜଣ ଓ ବରଘରର ୩୨ଜଣ ସାମିଲ ହେଉଛନ୍ତି ।

କିଛି ଦିନରୁ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର ପୁଣି ବିବାହ କରୁଥିବା ନେଇ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚା ହେଉଥିଲା । ଯାହା ଏବେ ସତ ହୋଇଛି । ତାଙ୍କ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗୋଲାମୁଣ୍ଡା ବ୍ଲକ ଦେକୋଟ ଗାଁର ଇଞ୍ଜିନିୟର ପ୍ରିୟଙ୍କା ଅଗସ୍ତିଙ୍କୁ ବିବାହ କରୁଛନ୍ତି ଦିବ୍ୟଶଙ୍କର ମିଶ୍ର ।

ତେବେ ସୂଚନାଯୋଗ୍ୟ ଯେ ଉଭୟଙ୍କର ଏହା ଦ୍ୱିତୀୟ ବିବାହ । ତେଣୁ ଆଜି ହେବାକୁ ଥିବା ଏହି ବିବାହ ଉତ୍ସବକୁ ନେଇ ପୁଣି ଚର୍ଚ୍ଚାରେ ପୂର୍ବତନ ମନ୍ତ୍ରୀ ତଥା ଜୁନାଗଡ଼ର ବିଜେଡି ବିଧାୟକ ଦିବ୍ୟଶଙ୍କର ମିଶ୍ର । ଆଉ ଏଥରର ଚର୍ଚ୍ଚା, ତାଙ୍କର ଦ୍ୱିତୀୟ ବିବାହକୁ ନେଇ । ସବୁଠାରୁ ବଡ଼ କଥା ହେଲା ବୟସ ଅଧିକ ହେଲେ ମଧ୍ୟ ୟଙ୍ଗ ୟଙ୍ଗ ଲାଗୁଛି ।

ବେଦୀକୁ ଯିବା ପୂର୍ବରୁ ନି-ର୍ବନ୍ଧ ସମୟର କିଛି ଫୋଟ ସୋସିଆଲ ମିଡ଼ିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ୟଙ୍ଗ ଦେଖା ଯାଉଥିବା ଦିବ୍ୟଶଙ୍କର ପୁରା କ୍ରିମ କ୍ରିମ ରଙ୍ଗରେ ନଜର ଆସିଛନ୍ତି

ହଁ ଆଜ୍ଞା ଦର୍ଶକବନ୍ଧୁ କ୍ରିମ ରଙ୍ଗର କୁର୍ତା ପାଜାମା ଦିବ୍ୟ ଶଙ୍କର ପିନ୍ଧିଥିବା ବେଳେ ବାନ୍ଧବୀ ପ୍ରିୟଙ୍କା କ୍ରିମ ରଙ୍ଗର ଲେହେଙ୍ଗା ପିନ୍ଧିଛନ୍ତି । ଆଉ ତା ସାଙ୍ଗକୁ ପୁରା ବାତାବରଣ ମଧ୍ୟ କ୍ରିମ କ୍ରିମ ଲାଗୁଛି । ତେବେ ଏଠାରେ କହି ରଖିବାକୁ ଚାହିଁବୁ ଦିବ୍ୟଶଙ୍କର ପୂର୍ବରୁ ଜୟପାଟଣାରେ ବିବାହ କରିଥିଲେ। କିନ୍ତୁ କୌଣସି କାରଣକୁ ନେଇ ସେ ଛା-ଡପ-ତ୍ର ଦେଇଥିଲେ । ଦୁହିଁଙ୍କର ଗୋଟେ ପୁଅ ମଧ୍ୟ ଅଛି ।

odia sambada
Comments (0)
Add Comment