ନିଜ ପୁଅର ସାଙ୍ଗକୁ ଆଜି ବାହା ହେବେ ବିଧାୟକ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର । ଝିଅର ବୟସ ଶୁଣି ଚମକି ପଡିବେ ଆପଣ !

ଛା-ଡ଼ପ-ତ୍ର ପରେ ପୁଣି ଥରେ ବେଦୀରେ ବସିବେ କ୍ୟାପଟେନ I ହେବ କ୍ୟାପିଟେନଙ୍କ ସହ ଇଂଜିନିୟରିଂ କନ୍ୟାଙ୍କ ବାହାଘର । ହଁ ଆଜ୍ଞା ଦର୍ଶକବନ୍ଧୁ ପୁଣି ବିବାହ କରିବେ ବିଧାୟକ ଦିବ୍ୟ ଶଙ୍କର ମିଶ୍ର । ଯାହାକୁ ନେଇ ପୁଣିଥରେ ଚର୍ଚ୍ଚା ଜୋର ଧରିଛି । କଳାହାଣ୍ଡି ଜିଲ୍ଲାର ଜୁନାଗଡ଼ ନିର୍ବାଚନ ମଣ୍ଡଳୀର ବିଧାୟକ ତଥା ପୂର୍ବ ମନ୍ତ୍ରୀ ପୁଣି ବିବାହ କରିବାକୁ ଯାଉଥିବା ନେଇ ସୋସିଆଲ ମିଡିଆରେ ଖବର ଭାଇରାଲ ହୋଇଛି । ଏହାକୁ ନେଇ ସବୁଠି ଚର୍ଚ୍ଚା ଜୋର୍‌ ଧରିଛି ।

ଆପଣମାନେ ଜାଣିଥିବେ ଯେ ସୁର ରାଉତରାୟଙ୍କ ବୟାନକୁ ନେଇ ତୀବ୍ର ଆଲୋଚନା ସୃଷ୍ଟି ହୋଇଥାଏ । ବର୍ତ୍ତମାନ ସମୟରେ ମଧ୍ୟ ଦିବ୍ୟଶଙ୍କରଙ୍କ ଦ୍ଵିତୀୟ ବିବାହକୁ ନେଇ ସୁର ରାଉତରାୟଙ୍କର ଏକ ଉକ୍ତି ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି ।

ତେବେ ସୁର ଭାଇନାଙ୍କ କହିବା ଅନୁସାରେ ବିବାଦୀୟ ପୂର୍ବତନ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର କୁଆଡ଼େ ନିଜ ପୁଅର ସାଂଗକୁ ବିବାହ କରିବାକୁ ଯାଉଛନ୍ତି । ବର୍ତ୍ତମାନ ସମୟରେ ଦିବ୍ୟଶଙ୍କରଙ୍କୁ ୫୬ ବର୍ଷ ବୟସ ହୋଇଥିବା ବେଳେ ବିବାହ କରୁଥିବା ପ୍ରିୟଙ୍କାଙ୍କ ବୟସ ମାତ୍ର ୧୯ ବର୍ଷ ।

ସୁର ରାଉତରାୟଙ୍କ କହିବା କଥା ଯେ ସେ ନିଜ ପୁଅର ସାଙ୍ଗକୁ ବିବାହ କରି ପାରନ୍ତି । କିନ୍ତୁ ଆଉ ନଟର ପଟରରେ ନପଶନ୍ତୁ । ସୁର ରାଉତରାୟଙ୍କ ଅନୁଯାୟୀ ବିବାହ କଲେ ହେଲା । ତେବେ ସେମାନେ ଯେଉଁଠି ବି ରୁହନ୍ତୁ ନା କାହିଁକି ଭଲରେ ରୁହନ୍ତୁ ସଂସାର କରନ୍ତୁ

ବନ୍ଧୁଗଣ ସୂଚନାଯୋଗ୍ୟ ଦିବ୍ୟଶଙ୍କର ମିଶ୍ର ନିଜ ଜୁନାଗଡ଼ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗୋଲାମୁଣ୍ଡା ବ୍ଲକ୍‌ ଦେକୋଟ ଗାଁର ଭବାନୀ ଅଗସ୍ତିଙ୍କ ଝିଅ ପ୍ରିୟଙ୍କା ଅଗସ୍ତିଙ୍କୁ ବିବାହ କରୁଛନ୍ତି । ଯିଏକି ଜଣେ ଇଞ୍ଜିନିୟର ଅଟନ୍ତି । ଫେବୃଆରୀ ୨୫ ତାରିଖରେ ଅର୍ଥାତ୍ ଆଜି ପୁରୀର ଏକ ରିଶୋର୍ଟ ଠାରେ ବିବାହ କରିବେ ବୋଲି ସୂଚନା ମିଳିଛି । ‌

ଆଉ ବିବାହ ବହୁତ ନିଡ଼ାମ୍ବର ସହକାରେ ଅନୁଷ୍ଠିତ ହେବ । ଦୁହିଁଙ୍କ ନିକଟ ସମ୍ପର୍କୀୟ ତଥା ପାରିବାର ଜନଙ୍କ ଉପସ୍ଥିତିରେ ବୈଦିକ ରୀତିନୀତିରେ ବିବାହ ସମ୍ପନ୍ନ ହେବ । ତେବେ ଏଠାରେ ଆମେ କହି ରଖୁଛୁ ଯେ, ଏହା ଉଭୟଙ୍କ ଦ୍ୱିତୀୟ ବିବାହ ।

ଦିବ୍ୟ ଶଙ୍କର ପୂର୍ବରୁ ଜୟପାଟଣାରେ ବିବାହ କରିଥିଲେ ଓ ପ୍ରିୟଙ୍କା ମଧ୍ୟ ପୂର୍ବରୁ ଧର୍ମଗଡ଼ର ଜଣଙ୍କୁ ବିବାହ କରିଥିବା ଜଣାପଡିଛି । ତେବେ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କରଙ୍କ ଗୋଟିଏ ୨୧ ବର୍ଷର ପୁଅ ଅଛନ୍ତି ଆଉ ବର୍ତ୍ତମାନ ଦିବ୍ୟ ଶଙ୍କରଙ୍କ ପୁଅ ଦୁବାଇରେ ପାଠ ପଢ଼ୁଥିବା ଜଣାପଡ଼ିଛି ।

odia sambada
Comments (0)
Add Comment