ଆପଣଙ୍କ ଘରେ LPG ଗ୍ୟାସ ସିଲିଣ୍ଡର ଅଛି କି ?ତା ହେଲେ ଏହି ବୀମାରୁ ମିଳିବ ୪୦ ଲକ୍ଷ ଟଙ୍କା ! ଜାଣନ୍ତୁ କିପରି ?

ଦୁର୍ଘ-ଟଣା କାହା ସହ କେମିତି ଘଟିବ ତାହା କେହି ବି କହି ପାରିବେନି, କାରଣ ଏହା ଅଚାନକ ଘଟିଥାଏ ଆଉ କ୍ଷଣିକ ମଧ୍ୟରେ ସବୁକିଛି ଓଲଟ ପାଲଟ କରିଦେଇଥାଏ। ଆଜି ପର୍ଯ୍ୟନ୍ତ ଆପଣମାନେ ଅନେକ ବୀମା ବିଷୟରେ ଶୁଣି ଆସୁଥିବେ, ଯଦି ଆପଣଙ୍କ ଘରେ ଏଲପିଜି ଯୋଗୁଁ ଦୁର୍ଘ-ଟଣା ଘଟୁଛି ତେବେ ମାଗଣାରେ ଆପଣମାନେ କ୍ଷ-ତିପୂରଣ ବା ବୀମା ରାଶି ମିଳିବ।

ଏହା ବହୁତ କମ୍ ଲୋକ ଜାଣନ୍ତି କି ଏଲପିଜି ସଂଯୋଗ ନେବା ମାତ୍ରେ ହିଁ ଲୋକମାନେ ବୀମା ଭୁକ୍ତ ହୁଅନ୍ତି। ଏହି ପଲିସିକୁ ଏଲପିଜି ବୀମା କଭର୍ କୁହାଯାଏ। ଯଦି ଆପଣମାନଙ୍କ ଘରେ ଏଲପିଜି ଯୋଗୁଁ ଦୁର୍ଘ-ଟଣା ଘଟୁଛି ତେବେ ଏଲପିଜି ଗ୍ରାହକ ମାନେ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କ୍ଷ-ତିପୂରଣ ଦାବି କରି ପାରିବେ।

କେଉଁ କେଉଁ କ୍ଷେତ୍ରରେ ବୀମା ପାଇଁ ଦାବି କରି ପାରିବେ:-

*ସିଲିଣ୍ଡର ବିସ୍ଫୋ-ରଣ ଯୋଗୁଁ କୈାଣସି ବ୍ୟକ୍ତିଙ୍କର ମୃ-ତ୍ୟୁ ଘଟିଲେ ୬ ଲକ୍ଷ ଟଙ୍କା ଯାଏଁ କ୍ଷ-ତିପୂରଣ ମିଳି ପାରିବ।

*କୈଣସି ଏକ ବିସ୍ଫୋ-ରଣ ଘଟ-ଣାରେ ସର୍ବୋମୋଟ ୩୦ ଲକ୍ଷ ଟଙ୍କା ଯାଏଁ ଚିକିତ୍ସା ଖର୍ଚ୍ଚ ବହନ କରା ଯାଇ ପାରିବ।

*ଜଣଙ୍କ ପିଛା ସର୍ବାଧିକ ୨ ଲକ୍ଷ ଟଙ୍କା ଯାଏଁ ଚିକିତ୍ସା ଖର୍ଚ୍ଚ ବହନ କରିବ କମ୍ପାନୀ। ଧନ ସମ୍ପର୍ତ୍ତି କ୍ଷ-ୟକ୍ଷ-ତି ହେଲେ ୨ ଲକ୍ଷ ଟଙ୍କା ଯାଏଁ କ୍ଷ-ତିପୂରଣ ଦାବି କରି ହେବ।

*ଏହି ବୀମା କଭରର ଲାଭ ଉଠାଇବାକୁ ହେଲେ ଆପଣ ଗ୍ୟାସ ସିଲିଣ୍ଡର କିଣିବା ବେଳେ ଏହାର ଏକ୍ସପାୟାରୀ ଡେଟ୍ ଅଛି କି ନାହିଁ ଭଲଭାବରେ ଚେକ୍ କରି କିଣନ୍ତୁ।କାରଣ ଏହା ବୀମା ସିଲିଣ୍ଡର ର ସମାପ୍ତି ତାରିଖ ବା ଏକ୍ସପାୟାରୀ ଡେଟ୍ ସହ ଜଡିତ।

*ଏହି ଦାବିର ଲାଭ କେବଳ ସେହି ଲୋକଙ୍କ ପାଇଁ ଉପଲବ୍ଧ ଯେଉଁମାନଙ୍କର ସିଲିଣ୍ଡର ପାଇପ୍,ଷ୍ଟୋଭ୍ ଏବଂ ରେଗୁଲେଟରରେ ଆଇଏସଆଇ ମାର୍କ ଥିବ।

odia sambada
Comments (0)
Add Comment