ପୃଥିବୀରେ ଯେଉଁଠି ଅଛି ଭାରତ ସେଠାରୁ ଧୀରେ ଧୀରେ ଘୁଞ୍ଚୁଛି, କଣ ଭାରତ ରହିବ ନା ନାହିଁ !

ଦର୍ଷକବନ୍ଧୁ କଣ ଆପଣମାନେ ଜାଣିଛନ୍ତି ଆମ ଭାରତ ବର୍ଷ ଏହି ପୃଥିବୀରେ ଆଦୌ ନଥିଲା । ୨୭ କୋଟି ବର୍ଷ ପୂର୍ବେ ଭାରତ ବୋଲି କିଛି ନଥିଲା । ନା ହିଁ ଥିଲା କୌଣସି ମହାଦ୍ଵିପ । ପୁରା ପୃଥିବୀରେ ଥିଲା ଗୋଟିଏ ମହାଦ୍ଵିପ ଏଲଜିଆ ।

ମହାସାଗର ଘେରି ହୋଇ ରହିଥିଲା ଏହି ପେଞ୍ଜିଆ ଭୂଖଣ୍ଡକୁ । ଆଉ ପୃଥିବୀର ପରିଚୟ ଥିଲା କେବଳ ସେତିକି । କୋଟି କୋଟି ବର୍ଷ ପରେ ଭୂଖଣ୍ଡ ବଦଳିବାକୁ ଲାଗିଲା । ଆଉ ଏବେ ଦାବି ହେଉଛି ଆଗକୁ ଭାରତ ତା ଜାଗାରୁ ସେମିତି ଧୀରେ ଧୀରେ ଘୁଞ୍ଚିଯିବ । ଏବେ ପ୍ରଶ୍ନ ଉଠୁଛି କୁଆଡ଼େ ଯିବ ଭାରତ ।

ବୈଜ୍ଞାନିକ ମାନଙ୍କ କହିବା କଥା ହେଲା ଭାରତ ଯେଉଁ ଦିଗକୁ ବଢୁଛି ହୁଏତ ଆଈ କିଛି ବର୍ଷ ପରେ ଏହା ଏସିଆ ମହାଦେଶରୁ ସଂପୂର୍ଣ୍ଣ ଭାବେ ଅଲଗା ହୋଇଯିବ । ପୁରା ଦୁନିଆରୁ ଅଲଗା ହୋଇ ଏକ ସ୍ବତନ୍ତ୍ର ଭିନ୍ନ ମହାଦୀପ ବନିଯିବ ଭାରତ । ଅନ୍ୟ ଦେଶଗୁଡ଼ିକ ମଧ୍ୟ ଯୋଡ଼ି ହେବାକୁ ବଢୁଥିବା ବେଳେ ଭାରତ ସବୁଠାରୁ ଅଲଗା ହେବାକୁ ଯାଉଛି । ମାନେ ଅନ୍ୟ ସବୁ ଦେଶ ନିଜ ନିଜ ଭିତରେ ଯୋଡ଼ି ହେବାକୁ ଯାଉଛନ୍ତି କିନ୍ତୁ ଭାରତ ଦୁନିଆ ଠାରୁ ବିଚ୍ଛିନ୍ନ ହେବାକୁ ଯାଉଛି ।

ଉତ୍ତର ଏବଂ ଦକ୍ଷିଣ ଆମେରିକା ପଶ୍ଚିମ ଆଡ଼କୁ ବଢ଼ି ଚାଲିଛି । ଅଷ୍ଟ୍ରେଲିଆ ଉତ୍ତର ଦିଗ ଆଡେ ବଢୁଛି ନ୍ୟୁଜିଲାଣ୍ଡ ଅଷ୍ଟ୍ରେଲିଆର ଦକ୍ଷିଣ ଦିଗରେ ଯାଇ ମିଶି ଯାଇପାରେ । କୁହାଯାଉଛି ଆଫ୍ରିକା ଆଉ ୟୁରୋପ ଭିତରେ ଏତେ ଜୋର୍ ରେ ଧକ୍କା ହେବ ଯେ ହିମାଳୟ ପରି ଏକ ମହାନ୍ ପର୍ବତ ପୁଣି ଠିଆହେବ ।

ଦର୍ଷକବନ୍ଧୁ ଏହା ବୈଜ୍ଞାନିକଙ୍କର ବର୍ତମାନ କରାଯାଉଥିବା ଅନୁମାନରୁ ଯାହା ଜଣା ପଡୁଛି । ଆଗକୁ ଏଭଳି ସ୍ଥିତି ଆସି ଯାଇପାରେ ବୋଲି ବୈଜ୍ଞାନିକମାନେ କହି ସାରିଲେଣି । ଭାରତ ସଂପୂର୍ଣ୍ଣ ଦୂରେଇ ଯିବ ଦୁନିଆ ଠାରୁ ।

କେବଳ ମଝିରେ ରହିବ ଭାରତ ଆଉ ତାର ଚାରି ପଟରେ ପାଣି ହିଁ ପାଣି ରହିବ । ହେଲେ ଯେମିତି ପୃଥିବୀ ଭିତରେ ଥିବା ପ୍ଲେଟ୍ ସବୁ ଦୋହଲିବାରେ ଲାଗିଛି ବୈଜ୍ଞାନିକଙ୍କ ଏହି ଅନୁମାନ ମଧ୍ୟ ବଦଳି ଯାଇପାରେ ବୋଲି ବିଶ୍ୱାସ ।

ଭୂ-ଭାଗରେ ଅନ୍ୟ କିଛି ପରିବର୍ତନ ଦେଖା ଯାଇପାରେ ତେବେ ଆପଣଙ୍କୁ ଏବେ କଣ ଲାଗୁଛି ଯଦି ଭାରତ ଦୁନିଆରୁ ଅଲଗା ହୋଇଯିବ ମଣିଷଙ୍କ ଉନ୍ନତି ଏଭଳି ରହିବ ନା ସେଥିରେ ସମସ୍ୟା ଆସିବ । କଣ ଭାରତର ଆଗମୀ ପୀଢ଼ି ଦୁନିଆରେ ଏକ ଅଲଗା ମହାଦ୍ଵିପରେ ରହିଯିବେ ଏବେ ଏହାକୁ ନେଇ ମନରେ ଉଠୁଛି ପ୍ରଶ୍ନବାଚୀ ।

odia sambada
Comments (0)
Add Comment