ବଡ ଖବର : ଫୁଲୁଚି ସମୁଦ୍ର, ପାଣିରେ ବୁଡିଯିବ ଏହି ସବୁ ସହର !

ଦିନକୁ ଦିନ ଦୁନିଆ ପରିବର୍ତ୍ତନ ହେବାରେ ଲାଗିଛି ଏବଂ ତା ସହ ଲୋକମାନେ ମଧ୍ୟ ତା ସହ ପରିବର୍ତ୍ତନ ହେବା ସହ ଚାଲିଚଳନ ଏବଂ କଥାବାର୍ତ୍ତାରେ ମଧ୍ୟ ପରିବର୍ତ୍ତନ ଆସୁଛି।କୁହାଯାଇଛି ଯେ ଆମେ ସାଧାରଣତଃ ଯେଉଁଠି ବାସ କରୁଛୁ ସେଥିମଧ୍ୟରୁ ୩ ଭାଗ ଜଳ ଏବଂ ୧ ଭାଗ ସ୍ଥଳ।ତେଣୁ ଆମେ ଯେଉଁଠି ବାସ କରୁଛୁ ଚାରିଆଡେ ଆମକୁ ଜଳ ଘେରି ରହିଛି ଏବଂ ଯେ କୌଣସି ମୁହୂର୍ତ୍ତରେ ଆମେ ସମୁଦ୍ର ଗର୍ଭରେ ଲୀନ ହୋଇପାରୁ।

ବିଶ୍ଵ ପାଣିପାଗ ବିଭାଗ ପକ୍ଷରୁ ଏମିତି ଏକ ସୂଚନା ମିଳିଛି ଯାହା ଶୁଣିଲେ ଆପଣମାନେ ଚକିତ ହୋଇଯିବେ କାରଣ ଏବେ ବିଶ୍ୱରେ ଗ୍ଲୋବାଲ ୱାର୍ମିଂ ବା ବିଶ୍ଵତାପନ୍ ବଢ଼ିବାରେ ଲାଗିଛି ଏବଂ ଏହାର ମୁଖ୍ୟ କାରଣ ହେଉଛି ବିଶ୍ୱରେ ବଢ଼ି ଚାଲିଥିବା ଜନସଂଖ୍ୟା।ଏବେ ବହୁଳ ପରିମାଣରେ ଜନ ସଂଖ୍ୟା ବଢିବାରେ ଲାଗିଛି ଯାହା ପାଇଁ ଗ୍ଲୋବାଲ ୱର୍ମିଂ ବଢୁଛି ।

ଗ୍ଲେସିୟାର ତରଲିବାରେ ଲାଗିଛି ଯାହା ପାଇଁ ସମୁଦ୍ର ତାର ଓସାର ବଢାଇ ଚାଲିଛି।ଶୁଣିବାକୁ ମିଳୁଛି ଯେ ସମୁଦ୍ର ଏବେ ଫୁଲିବାରେ ଲାଗିଛି ଏବଂ ଏହା କିଛି ଦିନ ମଧ୍ୟରେ ଅନେକ ବଡ଼ ବଡ଼ ସହରକୁ ବୁଡ଼ାଇଦେଇପରେ କାରଣ ସମୁଦ୍ର ନିକଟରେ ଥିବା ଉପକୂଳ ଅଞ୍ଚଳକୁ ସମୁଦ୍ର ନିଜ ଗର୍ଭରେ ଲୀନ କରିପାରେ। ଗ୍ଲୋବାଲ ୱାମିଂ ପାଇଁ ଗ୍ଲାସିଅର୍ ତରଲୁଛି ଯାହା ପାଇଁ ସମୁଦ୍ରରେ ଜଳର ପରିମାଣ ଦିନକୁ ଦିନ ବଢୁଥିବା ଦେଖିବାକୁ ମିଳୁଛି।

ସମୁଦ୍ରରେ ଜଳ ର ପରିମାଣ ଦିନକୁ ଦିନ ବଢୁଥିବାରୁ ଏବେ ଭାରତ ,ଇଂଲଣ୍ଡ ,ସାଂଘାଇ , କୋପେନ୍ ହଙ୍ଗେନ୍, ନ୍ୟୁୟର୍କ , ବ୍ୟାଙ୍ଗକକ୍, ଜାକର୍ତ୍ତା, ମୁମ୍ବାଇ, ଢାକା , ମାପୁଟୋ, ଲାଗସ,କାହିରା ଭଳି ସହର ସମୁଦ୍ର ଗର୍ଭରେ ଲୀନ ହୋଇଯିବ ବୋଲି ପାଣି ପାଗ ବିଭାଗ ପକ୍ଷରୁ ପ୍ରକାଶିତ ହୋଇଛି।ଏହାର ମୁଖ୍ୟ କାରଣ ବିଶ୍ଵ ତପନ ଯୋଗୁଁ ହୋଇଛି ବୋଲି ପାଣିପାଗ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡିଛି ଏବଂ ଏହା ମଧ୍ୟ କହିଛନ୍ତି କି କେଉଁ ମୁହୂର୍ତ୍ତରେ ସମୁଦ୍ର ଉପକୂଳ ଆଡ଼କୁ ମାଡ଼ିଆସିବ ତାହା ମଧ୍ୟ କହିବା ସମ୍ଭବ ନୁହେଁ।

odia sambada
Comments (0)
Add Comment