ସରକାରଙ୍କ ବଡ଼ ନିର୍ଦ୍ଦେଶ: ଏବେ ମାଗଣାରେ ଟିଭିରେ ଦେଖିପପାରିବେ ଏହିସବୁ ଚ୍ୟାନେଲ:-

ଦେଶରେ ବହୁତ ଜଲଦି 200 ରୁ ଅଧିକ ଫ୍ରି ଏୟାର ସାଟେଲାଇଟ ଚ୍ୟାନେଲ ବିନା ସେଟଟପ ବକ୍ସରେ ଟିଭିରେ ଚାଲିବ।

କେନ୍ଦ୍ରୀୟ ସୂଚନା ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି ଯେ, ଟିଭି ଭିତରେ ଏକ ସାଟେଲାଇଟ ଟ୍ୟୁନର ଲଗାଇବା ଉପରେ ମନ୍ତ୍ରାଳୟରେ ଆଲୋଚନା ହୋଇଛି।

ଠାକୁର ଏହାସହ କହିଛନ୍ତି, ଦେଶରେ ଫ୍ରି ଟିଭି ଚ୍ୟାନେଲର ବିସ୍ତାର କରାଯାଉଛି। ଟିଭି ଭିତରେ ଇନବିଲଟ ଟ୍ୟୁନରର ପ୍ରସ୍ତାବ ବିଚାରଧୀନ ହୋଇ ରହିଛି। ସରକାର ଫଇସଲା ନେବାପରେ କୋଟି କୋଟି ଲୋକ ଲାଭାନ୍ବିତ ହେବେ। ସମସ୍ତ ନୂଆ ଟିଭିରେ ଇନବିଲଟ ସାଟେଲାଇଟ ଟ୍ୟୁନର ଆସି ଲାଗିବ। ଏହାର ଫାଇଦା ମୁଖ୍ୟତଃ ସେମାନଙ୍କ ପାଇଁ ହେବ ଯାହା ପାଖରେ ଏବେବି ସୁଦ୍ଧା ଇଣ୍ଟରନେଟ ଓ କେବୁଲ ଟିଭି ପହଞ୍ଚିନାହିଁ।

ଦୁଇଗୁଣା ହୋଇଗଲେଣି ଫ୍ରି ଡିଶ ଉପଭୋକ୍ତା:-

କେପିଏମଜି ର ଏକ ରିପୋର୍ଟ ମୁତାବିକ 2015 ମସିହାରେ ସାରା ଦେଶରେ ଫ୍ରି ଡ଼ିଶର ୨କୋଟି ଉପଭୋକ୍ତା ଥିଲେ। ଯାହାକି ମାର୍ଚ୍ଚ 2021 ରେ ବଢ଼ିଯାଇ 4.3 କୋଟିରୁ ଅଧିକ ହୋଇଗଲେଣି।

25 ପ୍ରତିଶତ ଘରେ ଫ୍ରି ଡ଼ିଶ ବ୍ୟବହାର ହେଉଛି।

ଶିକ୍ଷଣୀୟ ସମ୍ବନ୍ଧୀୟ ରହିଛି 55ଟି ଚ୍ୟାନେଲ:-

କରୋନା ମହାମାରୀ ସମୟରେ ପିଏମ ମୋଦି ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ 55ଟି ଏଜୁକେଶନାଲ ଚ୍ୟାନେଲ ଆରମ୍ଭ କରିଥିଲେ। ଆଜି ସେଥିପାଇଁ ଛାତ୍ର ଓ ଛାତ୍ରୀଙ୍କୁ ଏହାର ଲାଭ ହେଉଛି।

କେମିତି କାମ କରିବ ଏହି ସିଷ୍ଟମ:-

‘ବିଲଟ-ଇନ ସାଟେଲାଇଟ ଟ୍ୟୁନର’ ସହିତ ଟେଲିଭିଜନ ସେଟ କୌଣସି ଉଚ୍ଚସ୍ଥାନ ଯେମିତିକି ଛାତ ଓ କାନ୍ଥ ଭଳି ସ୍ଥାନରେ ଛୋଟ ଆଣ୍ଟିନା ଲଗାଇ ଫ୍ରି ଟୁ ଏୟର ଟେଲିଭିଜନ ଓ ରେଡ଼ିଓ ଚ୍ୟାନେଲ ସୁବିଧା ମଧ୍ୟ ପାଇବାକୁ ସକ୍ଷମ ହେବ।

ବର୍ତ୍ତମାନ ସମୟରେ ଲୋକେ ସେଟଟପ ବକ୍ସ ଓ ଡ଼ିଶ ଟିଭି ଜରିଆରେ ଅଧିକ ଚ୍ୟାନେଲର ଲାଭ ଉଠାଇବାକୁ ଚାହୁଁଛନ୍ତି। ଏହି ସାଟେଲାଇଟ ଟ୍ରାନ୍ସମିଶନର ଉପଯୋଗ କରି ଫ୍ରି ଟୁ ଏୟର ପ୍ରସାରଣ ଜାରି ରହିବ।

ଦୂରଦର୍ଶନ ଫ୍ରି ଡ଼ିଶ ବାଲା ଘରର ସଂଖ୍ୟା 2015 ରୁ ଦୁଇଗୁଣା ହୋଇଗଲାଣି। କେପିଏମଜିର ଏକ ରିପୋର୍ଟ ମୁତାବିକ 2015 ମସିହାରେ ଫ୍ରି ଡ଼ିଶ ଟିଭି ୟୁଜରଙ୍କ ସଂଖ୍ୟା 2 କୋଟି ଅନୁମାନ କରାଯାଇଥିଲା ଓ ବର୍ତ୍ତମାନ ଏହା 4.3 କୋଟି ହୋଇସାରିଛି।

odia sambada
Comments (0)
Add Comment