ବର୍ତ୍ତମାନ ସମୟରେ ଏମିତି କିଛି ଘ-ଟଣା ଦିନକୁ ଦିନ ଘଟିବାରେ ଲାଗିଛି ଯାହା ଆପଣମାନେ ଜାଣିଲେ ଆପଣ ମାନେ ବିଶ୍ୱାସ କରିପାରିବେ ନାହିଁ କାରଣ ଏବେ କିଛି ପାହାଡିଆ ଅଞ୍ଚଳରେ ପଶୁ ପକ୍ଷୀ ମାନଙ୍କ ଦେହରେ ଲାଗୁଥିବା ଟିଙ୍କ ଏବେ ବହୁଳ ପରିମାଣରେ ବଢ଼ିବାରେ ଲାଗିଛନ୍ତି ଏବଂ ଏହା ସିଧାସଳଖ ମନୁଷ୍ୟ ମାନଙ୍କ ଉପରେ ଲାଗୁଥିବା ଦେଖିବାକୁ ମିଳିଛି।
ଛାତ୍ର ଛାତ୍ରୀଙ୍କୁ ଘାରିଛି ଟୀଙ୍କ ସମସ୍ୟା ଏବଂ ଏହା ଢ଼େଙ୍କାନାଳ ସ୍ଥିତ ସ୍ଵୟଂଶାସିତ ମହାବିଦ୍ୟାଳୟରେ ଏହା ଦେଖିବାକୁ ମିଳିଛି ଏବଂ ଏହି ଘଟ-ଣାଟି ସମ୍ପୂର୍ଣ ଭାବରେ ସତ।ଏହି ମହାବିଦ୍ୟାଳୟଟି ପାହାଡ଼ ପାଦଦେଶରେ ଅବସ୍ଥିତ ହୋଇଥିବାରୁ ଅନେକ ପ୍ରକାରର ଅଦରକାରୀ ପଦାର୍ଥ ମାନଙ୍କ ହେତୁ ଏବଂ ମୁନିଶିପାଲଟି ମାନଙ୍କ ଅବହେଳା ହେତୁ ଏହି ପ୍ରକାର ସମସ୍ୟା ଦେଖିବାକୁ ମିଳିଛି।
ଦେଖିବାକୁ ଗଲେ ଏହା ପାହାଡ଼ ପାଖରେ ହୋଇଥିବାରୁ ଅନେକ ପ୍ରକାର କୀଟ ପତଙ୍ଗ ମାନଙ୍କ ଉତ୍ପତ୍ତି ଏବଂ ସେମାନଙ୍କ ବଂଶ ବିସ୍ତାର ହୋଇ ଏହା ମହାବିଦ୍ୟାଳୟ ପର୍ଯ୍ୟନ୍ତ ପହଞ୍ଚି ଯାଇଛି।ଏହି ଟିଙ୍କ ପ୍ରଥମତଃ ପଶୁ ମାନଙ୍କ ଦେହରେ ଲାଗିଥାଏ ଏବଂ କିଛି ସମୟ ଲାଗିବା ପରେ ସେ ତାଙ୍କ ଦେହରୁ ର-କ୍ତ ଶୋଷିବା ଆରମ୍ଭ କରିଥାନ୍ତି।କିନ୍ତୁ ଏହି ଟିଙ୍କ ଏବେ ଢ଼େଙ୍କାନାଳ ସ୍ଥିତ ସ୍ଵୟଂଶାସିତ ମହାବିଦ୍ୟାଳୟରେ ପାଠ ପଢୁଥିବା ଛାତ୍ରଛାତ୍ରୀ ସମେତ ଅଧ୍ୟାପକ ଏବଂ ଅଧ୍ୟାପିକା ମାନଙ୍କୁ ମଧ୍ୟ କଷ୍ଟ ଦେଉଛି।
ଏହାସହ ଏବେ ଏହି ଟୀଙ୍କ ଅନେକ ସମସ୍ୟା ଉପୂଜାଉଛି। ତେଣୁ ଏହା ନେଇ ସମସ୍ତ ଛାତ୍ରଛାତ୍ରୀ ସମେତ ଅଧ୍ୟାପକ ଏବଂ ଅଧ୍ୟାପିକା ମାନେ କଲେଜର ପ୍ରିନ୍ସିପାଙ୍କୁ ଜଣାଇବା ପରେ ସେ ଏନେଇ ମୁନିଶିପାଲଟି କତୃପକ୍ଷଙ୍କ ସହ ଆଲୋଚନା କରିଛନ୍ତି ଏବଂ ଏହାର ନିରାକରଣ ପାଇଁ ସେହି ସ୍ଥାନକୁ ସଫା ରଖିବ ପାଇଁ ମଧ୍ୟ ଆବେଦନ କରିଛନ୍ତି