ମନ୍ତ୍ରୀ ନବ ଦାସଙ୍କୁ କାହିଁକି ଗୁ-ଳିକରି ହ-ତ୍ୟା କଲା ଅଭି-ଯୁକ୍ତ, ଏହି ଗୁମର ଜାଣିବା ପାଇଁ ଦୁଇ ସପ୍ତାହ ଧରି କସରତ କରୁଛି କ୍ରାଇମବ୍ରାଂଚ । କିନ୍ତୁ ଏପର୍ଯ୍ୟନ୍ତ କୌଣସି ନିର୍ଷ୍କସରେ ପହଁଚି ପାରିନାହିଁ ତଦନ୍ତକାରୀ ଟିମ୍ ।
୩ ଦଫାରେ ରିମା-ଣ୍ଡରେ ନେବା ପରେ ଏବେ ନାର୍କୋ ଟେଷ୍ଟ ରି-ପୋର୍ଟ ହିଁ ସବୁଠୁ ବଡ଼ ଭରସା ପାଲଟିଛି । ମିଳିଥିବା ସୂଚନା ଅନୁସାରେ ଅଭି-ଯୁକ୍ତ ଗୋପାଳ ଦାସ, ନାର୍କୋ ଟେଷ୍ଟ ବେଳେ ଯାହା ବ-ୟାନ ଦେଇଛି, ତାହା ସମସ୍ତଙ୍କୁ ଚମକାଇ ଦେବା ଭଳି । ଗୋପାଳ କୁଆଡ଼େ କହିଛି ଯେ, ମନ୍ତ୍ରୀଙ୍କ ଉପରେ ରା-ଗ ସୁଝାଇବା ପାଇଁ ସୁଯୋଗକୁ ଅପେକ୍ଷା କରି ରହିଥିଲା ।
ଆଉ କାଳେ ରା-ଗ କମିଯିବ, ସେଥିପାଇଁ ଦୁଇ ମାସ ଧରି ଔଷଧ ଖାଇ ନଥିଲା ଫଳରେ ରା-ଗ କମିବା ପରିବର୍ତ୍ତେ ବଢ଼ି ବଢ଼ି ଚାଲିଥିଲା । ତେବେ ଗୋପାଳ, ବାଇପୋଲାର ଡିଜଅର୍ଡରରେ ଆ-କ୍ରାନ୍ତ ଥିଲା ଏବଂ ଏଥିପାଇଁ ଔଷଧ ଖାଉଥିଲା ବୋଲି ପରିବାର ଲୋକ କହିଥିଲେ
ଏବେ ଯେଉଁ ତଥ୍ୟ ସାମ୍ନାକୁ ଆସୁଛି, ତାହା ଏତିକି ଦର୍ଶାଉଛି ଯେ କୌଣସି କାରଣ ପାଇଁ ନବ ଦାସଙ୍କ ଉପରେ ତା’ର ବ୍ୟକ୍ତିଗତ ରା-ଗ ଥିଲା । କିନ୍ତୁ କାହିଁକି ଏତେ ରା-ଗିଥିଲା, ସେ ନେଇ କିଛି ତଥ୍ୟ ମିଳିନାହିଁ ।
ନାର୍କୋ ଟେଷ୍ଟରେ ଗୋପାଳ କଣ କହିଲା, ଏ ନେଇ କ୍ରାଇମବ୍ରାଂଚ ପକ୍ଷରୁ ଆଧିକାରିକ ଭାବେ କିଛି କୁହାଯାଇ ନାହିଁ । କିନ୍ତୁ ସୂତ୍ରରୁ ମିଳିଥିବା ତଥ୍ୟ ଅନୁସାରେ ଅବଚେତନ ଅବସ୍ଥାରେ ସମସ୍ତଙ୍କୁ ଚମକାଇ ଦେବା ଭଳି କିଛି କଥା କହିଛି ଅଭି-ଯୁକ୍ତ ।
ଯାହାକୁ ତର୍ଜମା କରୁଛି କ୍ରାଇମବ୍ରାଞ୍ଚ । କ୍ରାଇମବ୍ରାଂଚର ପଚ-ରାଉ-ଚରା ସମୟରେ ଅଭି-ଯୁକ୍ତ ଗୋପାଳ ନାର୍କୋ ଟେଷ୍ଟ ସମୟରେ ସବୁ ସତକଥା କହିଛି ଗୋପାଳ । ମନ୍ତ୍ରୀଙ୍କୁ କେଉଁ କାରଣ ପାଇଁ ସେ ଗୁ-ଳି ମା-ରିଥିଲା ତାହା ଖୋଲି କରି କହିଛି । ମନ୍ତ୍ରୀଙ୍କ ସ୍ୱଭାବ ଭଲ ନଥିଲା ଏହା ସହିତ ଗୋପାଳର ମନ୍ତ୍ରୀଙ୍କ ଉପରେ ବ୍ୟକ୍ତିଗତ ରା-ଗ ଥିଲା ବୋଲି ସୂଚନା ଦେଇଥିବା ଶୁଣିବାକୁ ମିଳୁଛି ।
ଦୁଇଥର ମା-ରିବାକୁ ଚେଷ୍ଟା କରିଥିଲି ମୋତେ ସୁଯୋଗ ମିଳିଲା ଆଉ ମୁଁ ତାହା ଉପଯୋଗ କରିଲି ବୋଲି କହିଥିବା ସୂଚନା ମିଳୁଛି । ଗୁଜରାଟ ଗାନ୍ଧୀନଗର ସ୍ଥିତ ଡିଏଫ୍ଏସରେ ପଲିଗ୍ରାଫ ଟେଷ୍ଟ ଓ ଦୁଇ ଦିନ ଧରି ନାର୍କୋ ଟେଷ୍ଟ କରା ଯାଇଥିଲା ।
ନାର୍କୋ ଟେଷ୍ଟ କରିଥିବା ଟିମ୍ କ୍ରାଇମ୍ବ୍ରାଂଚ ଠାରୁ ଏକ ପ୍ରଶ୍ନ ତାଲିକା ନେଇଥିଲେ । ଏହି ତାଲିକା ସହ ଆଉ କିଛି ପ୍ରଶ୍ନ ମିଶାଇ ଗୋପାଳକୁ ପଚରା ଯାଇଥିଲା । କୁହାଯାଉଛି, ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ କ୍ରାଇମବ୍ରାଂଚ ହାତରେ ଲାଗିଛି । ନାର୍କୋ ଟେଷ୍ଟ ରି-ପୋର୍ଟ ଝାରସୁଗୁଡ଼ା କୋର୍ଟରେ ଦା-ଖଲ କରାଯିବ