ଆଗକୁ ମାଡ଼ି ଆସୁଅଛି ମହା ପ୍ରଳୟ । ଗବେଷକଙ୍କ ଦାବି ଅନୁସାରେ ତୁର୍କୀ ପରେ ଭାରତ, ଆଫଗାନିସ୍ତାନ ଓ ପାକିସ୍ତାନରେ ଆସିବ ଭୀଷଣ ଭୂମିକମ୍ପ ।

ବନ୍ଧୁଗଣ ଗତ ଫେବ୍ରୁଆରୀ ୬ ତାରିଖରେ ଭୀଷଣ ଭୂମିକମ୍ପରେ ଧୂଳିସାତ୍ ହୋଇଛି ତୁର୍କୀ । ଏହା ପୂର୍ବରୁ ତୁର୍କୀରେ ଏଭଳି ହେବ ବୋଲି ପୂର୍ବାନୁମାନ କରିଥିଲେ ନେଦରଲ୍ୟାଣ୍ଡର ଜଣେ ଗବେଷକ । ଫେବ୍ରୁଆରୀ ୩ ତାରିଖରେ ଭୂମିକମ୍ପର ସୂଚନା ଦେଇଥିବା ବେଳେ ମାତ୍ର ୩ ଦିନ ପରେ ତୁର୍କୀରେ ଏପରି ପ୍ରଳୟ ଆସିଥିଲା । ଏବେ ପୁଣି ଭାରତ ସମେତ ୩ ଦେଶରେ ଭୂମିକମ୍ପ ହେବା ନେଇ ଗବେଷକ ଫ୍ରାଙ୍କ ହୁଗରବିଟ୍ସଙ୍କ ଦାବୀ ପରେ ଆଲେଡନ ସୃଷ୍ଟି ହୋଇଛି ।

ତୁର୍କୀରେ ପ୍ରଳ-ୟଙ୍କରୀ ଭୂମିକମ୍ପ ଆସିବାରୁ କୁଢ କୁଢ ଶ-ବ ଗଦା ହେଉଛି । ଏବେ ବି ଚାଲିଛି ଉ-ଦ୍ଧାର କାର୍ଯ୍ୟ । ନିଜ ଆତ୍ମୀ-ୟଙ୍କୁ ହରାଇ ଭାଙ୍ଗି ପଡୁଛନ୍ତି ଲୋକେ । ଆଉ ଏପରି ଏକ ପ୍ରଳୟ ଆସିବ ବୋଲି ପୂର୍ବନୁମାନ କରିଥିଲେ ନେଦରଲ୍ୟାଣ୍ଡ ବୈଜ୍ଞାନିକ ଫ୍ରାଙ୍କ ହୁଗରବିଟ୍ସ । ତୁର୍କୀ ପରେ ଆଗକୁ ଭାରତ, ଆଫଗାନିସ୍ତାନ ଓ ପାକିସ୍ତାନରେ ବଡ ଧରଣର ଭୂମିକମ୍ପ ହେବ ବୋଲି ହୁଗରବିଟ୍ସ ଆକଳନ କରିଛନ୍ତି ।

ଆଗକୁ ମାଡ଼ି ଆସୁଥିବା ମହାପ୍ରଳୟକୁ ନେଇ ଭାରତୀୟ ଗଣମାଧ୍ୟମରେ ଚର୍ଚ୍ଚା ଆରମ୍ଭ ହୋଇଛି । ଫେବ୍ରୁଆରୀ ୩ ତାରିଖ, ମାନେ ତୁର୍କୀରେ ଭୂକମ୍ପ ହେବାର ଠିକ୍ ୩ ଦିନ ପୂର୍ବରୁ ଗବେଷକ ପୂର୍ବାନୁମାନ କରିଥିଲେ ଯେ, ତୁର୍କୀ ଓ ସିରିୟାରେ ୭.୫ ତୀବ୍ରତା ପୂର୍ଣ୍ଣ ଭୂମିକମ୍ପ ହୋଇପାରେ

ହେଲେ ଏହି କଥାକୁ କେହି ଗୁରୁ-ତର ସହ ନେଲେ ନାହିଁ । ହେଲେ ୩ ଦିନ ପରେ ଯେତେବେଳେ ଭୂକମ୍ପ ହେଲା ସେତେବେଳେ ଲୋକଙ୍କ ଚେତା ପଶିଲା । ଚେତା ପଶିଲା ବେଳକୁ ଚାଲି ଗଲାଣି ୩୪ ହଜାରରୁ ଅଧିକ ଜୀବନ । ହୁଗର ବିଟ୍ସଙ୍କ ସହ ଆଲୋଚନା କରିଥିଲେ କିଛି ଭାରତୀୟ ଗଣମାଧ୍ୟମ । ସେ କିପରି ଏନେଇ ସଠିକ୍ ଆକଳନ କରିପାରୁଛନ୍ତି ବୋଲି ପଚାରିଥିଲେ ।

ଏହାର ଉତ୍ତରରେ ହୁଗରବିଟ୍ସ କହିଥିଲେ ଯେ, ସେ ଗ୍ରହ ମାନଙ୍କର ଚଳନକୁ ନେଇ ଭୂକମ୍ପର ସୂଚନା ଦେଇପାରନ୍ତି । ସେ ‘ସୋଲାର ସିଷ୍ଟମ୍ ସର୍ଭେ ପାଇଁ କାମ କରୁଛନ୍ତି । ଏହା ଏକ ଗବେଷଣା ସଂସ୍ଥା ଅଟେ, ଯାହା ବିଶେଷ କରି ଭୂମିକମ୍ପର ପୂର୍ବାନୁମାନ କରିବାକୁ ଆକାଶୀୟ ପିଣ୍ଡ ଓ ଗ୍ରହ ନକ୍ଷତ୍ର ମାନଙ୍କ ଗତିବିଧିକୁ ନୀରିକ୍ଷଣ କରେ ।

ହେଲେ ଫ୍ରାଙ୍କ ହୁଗରବିଟ୍ସ ଭୂମିକମ୍ପ ନେଇ ଏଭଳି ପୂର୍ବାନୁମା ନକରିବା ପରେ ଅନକ ବୈଜ୍ଞାନିକ ପ୍ରଶ୍ନ ଉଠାଇଛନ୍ତି । ତୁର୍କୀରେ ଭୂମିକମ୍ପର ପ୍ରଳୟ ଆସିବା ପୂର୍ବରୁ ପୂର୍ବାନୁମାନ କରି ହୁଗରବିଟ୍ସ ଏକ ଟ୍ୱିଟ୍ କରିଥିଲେ । କାରଣ ଏହି କ୍ଷେତ୍ରରେ ବିସ୍ତୁୃତ ଗବେଷଣା କରିବା ପରେ ଏଠାରେ ଭୂକମ୍ପ ସମ୍ପର୍କୀତ ଗତିବିଧି ଚାଲିଛି ବୋଲି ସେ ଜାଣି ପାରିଥିଲେ ।

ଏଥିପାଇଁ କିଛି ଅଘ-ଟଣ ହେବା ପୁର୍ବରୁ ଲୋକଙ୍କ ଚେତାଇ ଦେବାକୁ ଚାହୁଁଥିଲେ । ହେଲେ କିଏ ଜାଣିଥିଲା ଏଭଳି ହଠାତ୍ ଭାବେ ସବୁକିଛି ଘଟିଯିବ ବୋଲି । ଆଉ ତୁର୍କୀ ପରେ ଏବେ ଆଫଗାନିସ୍ତାନ, ପାକିସ୍ତାନ ଓ ଭାରତରେ ମଧ୍ୟ ବଡ ଧରଣର ଭୂମିକମ୍ପ ହେବ ବୋଲି ଆକଳନ କରିଛନ୍ତି ଫ୍ରାଙ୍କ ।

odia sambada
Comments (0)
Add Comment