ରାହୁଲଙ୍କ 51 ମିନିଟ vs ପିଏମ ମୋଦିଙ୍କ 88 ମିନିଟ, କାହା ଭାଷଣରେ କେଉଁ ମୁଦ୍ଦା ଉଠାଗଲା ଜାଣନ୍ତୁ

ସଂସଦରେ ବିଗତ ଦୁଇଦିନ ଧରି ମାହୋଲ ଗରମ ଚାଲିଛି। ମଙ୍ଗଳବାର ଦିନ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଥିଲେ। ରାହୁଲ, ଆଦାନୀ ମାମଲାକୁ ନେଇ କେନ୍ଦ୍ର ସରକାର ଓ ପିଏମଙ୍କ ଉପରେ ଅଙ୍କ କସିଥିଲେ। ଏହାପରେ ବୁଧବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକସଭାରେ ନିଜର ସମ୍ବୋଧନ ଦେଇଥିଲେ। ଏହାମଧ୍ୟରେ କେନ୍ଦ୍ରସରକାର ମଧ୍ୟ ପଲଟା ଜବାବ ଦେଇଥିଲେ। ଖାଆସ କଥା ଏହା ହେଉଛି କି, ନିଜର 88 ମିନିଟର ଭାଷଣରେ ପିଏମ ରାହୁଲ ଗାନ୍ଧୀଙ୍କ ନାମ ନେଇନଥିଲେ।

ମଙ୍ଗଳବାର ଦିନ ରାହୁଲ ଗାନ୍ଧୀ କେବଳ ହିଁ କେବଳ ଆଦାନୀ ଗ୍ରୁପ ଓ ପ୍ରଧାନମନ୍ତ୍ରୀଙ୍କ ନାମ ନେଇଥିଲେ। ନିଜର 51 ମିନିଟର ଭାଷଣରେ ସେ 45 ମିନିଟ କେବଳ ଆଦାନୀ ଓ ପ୍ରଧାନମନ୍ତ୍ରୀଙ୍କ ବିଷୟରେ ହିଁ ଆଲୋଚନା କରିଥିଲେ। ଏହାସହ ସେ ହାଉସରେ ଏକ ଫୋଟ ମଧ୍ୟ ଦେଖାଇଥିଲେ ଯେଉଁଥିରେ ଆଦାନୀ ଓ ପିଏମ ମୋଦି ଏକାବେଳକେ ନଜର ଆସୁଛନ୍ତି। ସେ ନିଜର ଏହି ଭାଷଣରେ 60 ଥର ଗୌତମ ଆଦାନୀଙ୍କ ନାମ ନେଇଥିଲେ।

ଏହାପରେ ପିଏମ ମୋଦି ବୁଧବାର ଦିନ 88 ମିନିଟର ଲମ୍ବା ଭାଷଣ ଦେଇଥିଲେ। ସେ ନିଜ ଭାଷଣରେ 140 କୋଟି ଭାରତୀୟଙ୍କ ବିଷୟରେ କହିଥିଲେ ଓ ନିଜର ଯୋଜନା ବିଷୟରେ କହିଥିଲେ। ସେ ନିଜର 88 ମିନିଟର ଭାଷଣରେ କେବଳ 6 ମିନିଟ ଅପୋଜିସନ ବିଷୟରେ ଆଲୋଚନା କରିଥିଲେ।

ଏହାସହ ମୋଦି କହିଥିଲେ, ବିପକ୍ଷୀ ପାର୍ଟି ଦୀର୍ଘ 9 ବର୍ଷ ହେବ କେବଳ ତାଙ୍କ ଉପରେ ଆରୋପ ଲଗାଇ ଆସୁଛି କିନ୍ତୁ କେବେବି ଆଲୋଚନା କରୁନାହିଁ। ଯେତେବେଳେ ବିପକ୍ଷ ପାର୍ଟି ଆଲୋଚନା ସଠିକ ଭାବରେ କରିବ ସେତେବେଳେ ସେ ଏହାର ଜବାବ ଦେବେ ବୋଲି କହିଥିଲେ।

ରାହୁଲ ଉଠାଇଥିଲେ ଏହି ପ୍ରଶ୍ନ:-

ଜଣାଇଦେଉଛୁ କି, ରାହୁଲ ଗାନ୍ଧୀ ବିଗତ ମଙ୍ଗଳବାର ଦିନ କେନ୍ଦ୍ର ସରକାର ଉପରେ କେତେକ ପ୍ରଶ୍ନ ଉଠାଇଥିଲେ। ରାହୁଲ ଗାନ୍ଧୀ ଆରୋପ ଲଗାଇ କହିଥିଲେ କି, ଗୌତମ ଆଦାନୀଙ୍କୁ ଏଥିପାଇଁ ବିଦେଶରେ କଣ୍ଟ୍ରାକ୍ଟ ମିଳୁଛି କାରଣ ହେଉଛି ସେ ପିଏମଙ୍କ ପାଖାପାଖି ଲୋକ ଅଟନ୍ତି। ଏହାସହ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀଙ୍କ ବିଦେଶ ଗସ୍ତ ଉପରେ ବହୁବାର ପ୍ରଶ୍ନ ଉଠାଇଥିଲେ। ସେ ଏହାମଧ୍ୟ କହିଥିଲେ ପ୍ରଧାନମନ୍ତ୍ରୀଙ୍କ ସହିତ ଗୌତମ ଆଦାନୀ କେତେଥର ବିଦେଶ ଗସ୍ତ କରିଛନ୍ତି?

ରାହୁଲ ଗାନ୍ଧୀ ଯେତେବେଳେ ନିଜର ବୟାନ ଦେଇଥିଲେ ସେଥିରେ ସେ ନିଜ ସହିତ ଏକ ଫୋଟୋ ଆଣିଥିଲେ ଯେଉଁଥିରେ ପିଏମ ମୋଦି ଓ ଗୌତମ ଆଦାନୀ ନଜର ଆସୁଥିଲେ। କିନ୍ତୁ ବୁଧବାର ଦିନ ପିଏମ ମୋଦି ଭାଷଣ ଦେବା ସମୟରେ ରାହୁଲ ଗାନ୍ଧୀଙ୍କୁ ନେଇ କୌଣସି କଥା ଆଲୋଚନା କରିନଥିଲେ।

ପିଏମ ନାମ ନନେଇ ଜବାବ ଦେଲେ?:-

ରାହୁଲଙ୍କ ଭାଷଣର ଜବାବରେ ପିଏମ ମୋଦି ବୁଧବାର ଦିନ କହିଲେ, ‘ ଏହି ଯେଉଁ ଲୋକେ କହୁଛନ୍ତି ଭାରତ ଅନ୍ତଃରାଷ୍ଟ୍ରୀୟ ସ୍ତରରେ ଦୁର୍ବଳ ହେଉଛି। ଏବେ ସେହି ଲୋକ କହୁଛନ୍ତି ଏବେ ଭାରତ ଦ୍ଵିତୀୟ ଦେଶକୁ ଧମକାଉଛି। ଏହାସହ ପିଏମ ମୋଦି, ରାହୁଲଙ୍କୁ ଇଙ୍ଗିତ କରି କହିଥିଲେ, ଗତକାଲି ଭାଷଣ ଦେବାପରେ ତାଙ୍କର ସମର୍ଥକ ଓ ତାଙ୍କୁ ମଧ୍ୟ ରାତିରେ ଭଲ ନିଦ ଆସିଥିବ।

ପିଏମ ଭାଷଣ ସମୟରେ ବିପକ୍ଷଙ୍କ ହଙ୍ଗାମା:-

ପ୍ରଧାନମନ୍ତ୍ରୀଙ୍କ ଭାଷଣ ସମୟରେ ପ୍ରଧାନମନ୍ତ୍ରୀ ହଙ୍ଗାମା କରିବାରେ ଲାଗିଛନ୍ତି। ଏହି ସମୟରେ ଆଦାନୀ ଆଦାନୀ ନାରା ଲଗାଯାଉଥିଲା। ଏହାପରେ ମୋଦି କହିଥିଲେ, ସେ ନ୍ୟୁଜ ଓ ଗଣମାଧ୍ୟମରେ ନିଜର ମୁହଁ ଦେଖାଇବାକୁ ମୋଦି ହୋଇନାହାଁନ୍ତି ବରଂ ଦେଶ ପାଇଁ ନିଜକୁ ତ୍ୟାଗ କରିଦେବାପାଇଁ ମୋଦି ହୋଇଛନ୍ତି।

କଂଗ୍ରେସ ଉପରେ ଆକ୍ରମଣ କଲେ ମୋଦି:-

ମୋଦି ନିଜ ଭାଷଣରେ ଏହାମଧ୍ୟ କହିଥିଲେ କି, ବିପକ୍ଷକୁ ଯେତେବେଳେ ମୌକା ମିଳିଛି ସେ ଏହାକୁ ସମସ୍ୟାରେ ବଦଳାଇ ଦେଇଛନ୍ତି। ଏହାସହ ପ୍ରଧାନମନ୍ତ୍ରୀ ମୋଦି ଦୁଇ ଦଶକର କଥା ଆଲୋଚନା କରି କହିଥିଲେ 2004 ରୁ 2014 ପର୍ଯ୍ୟନ୍ତ ଯେତେବେଳେ ଦେଶରେ ଉପ ସରକାର ଥିଲା ସେତେବେଳେ ଦେଶର ସ୍ଥିତି ବିଷୟରେ ଆପଣ ଜାଣିଥିବେ କିନ୍ତୁ 2014 ରୁ 2023 ପର୍ଯ୍ୟନ୍ତ କେନ୍ଦ୍ରସରକାର ଯେତେବେଳେ ଦେଶ ପାଇଁ କାମ କରି ଦେଖାଇଲା ସେତେବେଳେ ଆଜି ସେମାନେ ଟାର୍ଗେଟ କରିବାରେ ଲାଗିଛନ୍ତି।

ଲାଲ ଚୌକରେ ତ୍ରିରଙ୍ଗା ଉଡ଼ାଇଲେ ରାହୁଲ:-

ଏହାବ୍ୟତୀତ ରାହୁଲ ଗାନ୍ଧୀ ଭାରତ ଯୋଡ଼ ଯାତ୍ରା ବିଷୟରେ କହିଥିଲେ। ଜଣାଇଦେଉଛୁ ଏହି ଭାରତ ଯୋଡ଼ ଯାତ୍ରାରେ ରାହୁଲ ତାମିଲନାଡ଼ୁ ଠାରୁ କାଶ୍ମୀରର ଶ୍ରୀନଗର ପର୍ଯ୍ୟନ୍ତ ଯାତ୍ରା କରିଥିଲେ ଓ ଶେଷରେ ଶ୍ରୀନଗରରେ ପହଞ୍ଚି ପତାକା ଲଗାଇଥିଲେ।

ପିଏମ ମୋଦି 90 ଦଶକ ହେବ ଉତ୍ତୋଳନ କରୁଛନ୍ତି ପତାକା:-

ପିଏମ ମୋଦି କୁହନ୍ତି 90 ଦଶକରେ ସେ ମଧ୍ୟ ନିଜର ଯାତ୍ରା କରିଥିଲେ ଓ ଲାଲଚୌକ ଠାରେ ପତାକା ଉତ୍ତୋଳନ କରିଥିଲେ। ସେତେବେଳେ ଆତଙ୍କି ମାନେ ପୋଷ୍ଟର ମାରିଥିଲେ କିଏ ମାଆ ର କ୍ଷୀର ପିଇଛ ଆସ ଏଠାରେ ପତାକା ଉତ୍ତୋଳନ କରିବ। ସେତେବେଳେ ମୁଁ ଆତଙ୍କିଙ୍କୁ କହିଥିଲି 11 ଘଟିକାରେ ମୁଁ ଲାଲଚୌକ ଠାରେ ପତାକା ଉତ୍ତୋଳନ କରିବି କିଏ ଯଦି ମାଆ କ୍ଷୀର ପିଇଛ ମୋତେ ଅଟକାଇ ଦେଖାଅ।

odia sambada
Comments (0)
Add Comment