ଅଣ୍ଟାରୁ ବ-ନ୍ଧୁକ କାଢ଼ି ଜଣେ ବ୍ୟକ୍ତିଙ୍କୁ ଅବିକଳ ଫା-ୟାରିଂ କଲା ଭଳି ଆକ୍ସନ୍ କରିଥିଲା, ପରେ କହିଲା ମଜା କରୁଥିଲି

ମନ୍ତ୍ରୀ ନବ ଦାସଙ୍କୁ କର୍ମୀମାନେ ଫୁଲମାଳ ପକାଉଥିଲେ। ମନ୍ତ୍ରୀ ସାମାନ୍ୟ ମୁଣ୍ଡ ନୁଆଁଇ ଏସବୁ ଫୁଲମାଳକୁ ଗ୍ରହଣ କରୁଥିଲେ । ଜଣେ କର୍ମୀ ମନ୍ତ୍ରୀଙ୍କ ପାଦ ଛୁଇଁବାକୁ ଉଦ୍ୟମ କରୁଥିଲେ । ଆଉ ଏହାକୁ ସବୁଠାରୁ ଭଲ ସମୟ ବୋଲି ଭାବି ନେଇଥିଲା ଗୋପାଳ ।

ତୁରନ୍ତ ମା-ଡ଼ି ଯାଇଥିଲା ମନ୍ତ୍ରୀଙ୍କ ପର୍ଯ୍ୟନ୍ତ । ଦୁଇହାତରେ ପିସ୍ତଲ ଧରି ମନ୍ତ୍ରୀଙ୍କ ମୁଣ୍ଡକୁ ଲକ୍ଷ୍ୟ କରି ଗୁ-ଳିଚା-ଳନା କରିଥିଲା । ହେଲେ ସେହି ସମୟରେ ମନ୍ତ୍ରୀ ମୁଣ୍ଡ ଟେକି ଦେଇଥିଲେ, ଏଣୁ ଗୁ-ଳି ସିଧା ଭେଦ କରିଥିଲା ମନ୍ତ୍ରୀଙ୍କ ଛାତିକୁ । ଏହି ଗୁ-ଳି ଚାଳନା ସମୟରେ ସେ ଆଦୌ ଚାପଗ୍ରସ୍ତ କିମ୍ବା ବିଚଳିତ ନଥିଲା ।

ତୁରନ୍ତ ପୁଣି ଦୁଇ ରାଉଣ୍ଡ ଗୁ-ଳି ଚାଳନା କରିଥିଲା । ହେଲେ ଏସବୁ ଗୁ-ଳି ଲକ୍ଷ୍ୟଭେଦ କରିନଥିଲା । ବାସ୍, ଏତିକିରେ ପଛକୁ ଘୁଞ୍ଚିଥିଲା ଗୋପାଳ । ଗତ ୨୯ ତାରିଖ ଦିନ ଗାନ୍ଧୀଛକ ନିକଟରେ ମନ୍ତ୍ରୀ ନବ ଦାସଙ୍କୁ କିଭଳି ଗୁ-ଳି କରି ହ-ତ୍ୟା କଲା

ସେସବୁ ବଖାଣିବା ସହିତ କାଲି ଆଉଥରେ ସିନ୍‌ ରିକ୍ରିଏସନ୍‌ କରି ଦେଖାଇଛି ପୁ-ଲିସ ଏଏସ୍‌ଆଇ ଗୋପାଳ ଦାସ । ଜେରା ବେଳେ ଯେମିତି କ୍ରାଇମବ୍ରାଞ୍ଚକୁ ଗୋପାଳ ଶୁଣାଇଥିଲା ଯେ ମନ୍ତ୍ରୀଙ୍କୁ ଦେଖିଲେ ଚି଼ଡ୍‌ ଚିଡ୍ ଲାଗୁଥିଲା । ନବ ଦାସ ଆଦୌ ଭଲ ଲୋକ ନଥିଲେ, ଏଣୁ ତାଙ୍କୁ ସେ ମା-ରିଦେଲା ।

ସରକାରଙ୍କୁ ବଦ-ନାମ୍ କରୁଥିଲେ, ଏଣୁ ଲୋକ ତାଙ୍କୁ ଘୃଣା କରୁଥିଲେ । ଏଥିପାଇଁ ସେ ତାଙ୍କୁ ସଫା କରିଦେବା ପାଇଁ ଚାହିଁଥିଲା, ଠିକ୍ ସେମିତି କାଲି ଅନୁରୂପ ଢଙ୍ଗରେ ଗୋଟି ଗୋଟି କରି ଅଭିନୟ କରି ସେସବୁ କ୍ରାଇମବ୍ରାଞ୍ଚ ଅଧିକାରୀଙ୍କୁ ଦେଖାଇଥିଲା । ନବଙ୍କୁ ଗୁ-ଳି ମା-ରିବାରେ ଗୋପାଳର ଆଦୌ ଅନୁଶୋଚନା ନାହିଁ, କାଲି ବି ସେ ଏକଥା ସିନ୍ ରିକ୍ରିଏସନ୍ ବେଳେ ଜଣାଇ ଦେଇଛି ।

ଏପରିକି ଅଭି-ଯୁକ୍ତ ଯେଉଁଭଳି ‌ଘ-ଟଣା ସଂପର୍କରେ ବର୍ଣ୍ଣନା କରୁଥିଲା ଓ ନିର୍ଭ-ୟରେ ସବୁ ପ୍ରଶ୍ନର ଉତ୍ତର ଦେଇ ଚାଲିଥିଲା, ତାହା ଅନେକଙ୍କୁ ବିସ୍ମିତ କରିଛି । ତେବେ ଏହି ଘଟ-ଣାଟି ପୂରା ମାମ-ଲାର ମୋଡ଼ ବଦଳାଇ ଦେଇଛି । ଗୋପାଳ କ୍ରାଇମବ୍ରାଞ୍ଚ ଆଗରେ ସ୍ବୀକାର କରିଛି ଯେ ହ-ତ୍ୟାକା-ଣ୍ଡର ଦୁଇ ଦିନ ପୂର୍ବରୁ ଝାରସୁଗୁଡା ଗାନ୍ଧୀ ଛକକୁ ଯାଇ ଦୁଇ ଧର ସେ ପୂର୍ବାନୁମାନ କରିଥିଲା ।

ଗାଡ଼ି କେଉଁଠି ରଖିବ ଗୁ-ଳି କେମିତି ମା-ରିବ ଆଦି ତିକନିକ କରି ଯୋଜନା କରିଥିଲା । ଦୁଇଥର ନିଜେ ଯାଇ ସେହି ସ୍ଥାନରେ ଅଭ୍ୟାସ କରିଥିଲା ଗୋପାଳ । ମନ୍ତ୍ରୀଙ୍କୁ ହ-ତ୍ୟା କରିବା ପାଇଁ ଯୋଜନାବଦ୍ଧ ଭାବରେ ଏକ ପ୍ଲାନ୍ ତିଆରି କରିଥିଲା ଗୋପାଳ ।

odia sambada
Comments (0)
Add Comment