ଯୋଶୀମଠ: ଗୁଗଲ ମ୍ୟାପ୍ସ ବତାଇଲା ଏମିତି ଶର୍ଟକଟ କି,ପାହାଡ଼ରୁ ଖସି ଫସିଗଲେ ଯାତ୍ରୀ, ବହୁତ ସମୟର ରେସକ୍ୟୁ ପରେ କରାଗଲା ଉ-ଦ୍ଧାର

ଦିଲ୍ଲୀରୁ ଯୋଶୀମଠ ଯାଉଥିବା ଦୁଇଜଣ ଯାତ୍ରୀଙ୍କୁ ଗୁଗଲ ମ୍ୟାପ୍ସ ବ୍ୟବହାର କରିବା ଭାରି ପଡ଼ିଯାଇଛି। ବିଷ୍ଣୁ ପ୍ରୟାଗ ଯିବାପାଇଁ ସେମାନେ ଗୁଗଲ ମ୍ୟାପ୍ସର ବ୍ୟବହାର କରିଥିଲେ ଓ ତାଙ୍କୁ ଏକ ପାଦଚଲା ରାସ୍ତା ମଧ୍ୟ ମିଳିଲା ଓ ସେମାନେ ଚାଲି ଚାଲି ଆଗକୁ ବଢ଼ିଲେ କିନ୍ତୁ ଶେଷରେ ସେମାନେ ଯାଇ ଦେଖନ୍ତି ତ ପୋଲ ଭଙ୍ଗାହୋଇ ପଡ଼ିଛି ଓ ସେଠାକୁ ଯିବାପାଇଁ କୌଣସି ରାସ୍ତା ନାହିଁ। ଯେତେବେଳେ ସୀମାନେ ଯିବାକୁ ଚେଷ୍ଟା କଲେ ସେତେବେଳେ ପାହାଡ଼ରୁ ଖସିଗଲେ ଓ ତାଙ୍କୁ ରେସକ୍ୟୁ କରିବାପାଇଁ ବହୁତ ସମୟ ମଧ୍ୟ ଲାଗିଲା।

ଆସନ୍ତୁ ଜାଣିବା ସେଠାରେ କଣ ହୋଇଥିଲା?:-

କୁହାଯାଉଛି କି, ଦିଲ୍ଲୀରୁ ଦୀପିକା ଓ ଅମିତ ଉତ୍ତରାଖଣ୍ଡ ବୁଲିବାକୁ ଆସିଥିଲେ। ସେ ସେଠାରେ ପହଞ୍ଚିଥିଲେ ଓ କେତେକ ସ୍ଥାନ ମଧ୍ୟ ବୁଲିଥିଲେ। ବୁଧବାର ଦିନ ଦୁହେଁ ପ୍ଲାନ କଲେ ଯେ, ଯୋଶୀମଠର ବିଷ୍ଣୁପ୍ରୟାଗ ବୁଲିବାକୁ ଯିବା। ଏହି ସମୟରେ ତାଙ୍କୁ ଗୁଗଲ ମ୍ୟାପ୍ସ ଜଣାଇଥିଲା ଯେ, ଯଦି ଚାଲି ଚାଲି ଯିବ ତାହେଲେ କମ ସମୟ ମଧ୍ୟରେ ପହଞ୍ଚିବାର ଚାନ୍ସ ରହିଛି।

ଗୁଗଲ ମ୍ୟାପ୍ସ କେତେକ ଶର୍ଟକଟ ରାସ୍ତା ବତାଇଲା ଓ ସେମାନେ ଏହି ଦିଗରେ ଆଗକୁ ବଢ଼ିଲେ ତାଙ୍କୁ ଜଣାନଥିଲା ଯେ, ଏହି ପୋଲ ଖରାପ ଋତୁ ଯୋଗୁଁ ଭା-ଙ୍ଗିଯାଇଛି। ଏହି ସମୟରେ ଦୁହେଁ ଦୀପିକା ଓ ଅମିତ ଯେତେବେଳେ ବିଷ୍ଣୁପ୍ରୟାଗ ପାଖରେ ପହଞ୍ଚିଲେ ତାଙ୍କର ସନ୍ତୁଳନ ବିଗିଡ଼ିଗଲା ଓ ସେମାନେ ଖସିପଡିଲେ।

ରେସକ୍ୟୁ କେମିତି କରାଗଲା?:-

ଏହାପରେ ପାଖାପାଖି ଦ୍ୱିପ୍ରହର 3.30 ମିନିଟରେ ସ୍ଥାନୀୟ ଲୋକଙ୍କୁ ଏହି ଘ-ଟଣା ବିଷୟରେ ଜଣାପଡ଼ିଲା ଓ ସେମାନେ ତୁରନ୍ତ ଏନଡ଼ିଆରଏଫ ଓ ପୋ-ଲିସକୁ ଏହାର ସୂଚନା ଦେଲେ। ସୂଚନାକୁ ଆଧାର କରି ରେସକ୍ୟୁ କାର୍ଯ୍ୟକ୍ରମ ଆରମ୍ଭ କରାଗଲା ଓ ଦୀର୍ଘ 3 ଘଣ୍ଟା ପରେ ଉଭୟଙ୍କୁ ବାହାର କରାଗଲା।

ଉ-ଦ୍ଧାର କରିବା ସମୟରେ ନଦୀର ପାଣି ବହୁତ ଥଣ୍ଡା ଥିଲା ଓ ରେସକ୍ୟୁ ଟିମ ଏହିସବୁ ଚ୍ୟାଲେ-ଞ୍ଜକୁ ସାମ୍ନା କରି ତାଙ୍କୁ ଉ-ଦ୍ଧାର କରିଥିଲେ। ଏହି ଉ-ଦ୍ଧାର କାର୍ଯ୍ୟରେ ସ୍ଥାନୀୟ ଲୋକ ମଧ୍ୟ ତାଙ୍କର ସହାୟତା କରିଥିଲେ।

odia sambada
Comments (0)
Add Comment