ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାରି ମ୍ୟାଚ ବିଶିଷ୍ଟ ବର୍ଡ଼ର ଗାଭାସ୍କର ଟେଷ୍ଟ ସିରିଜର ପ୍ରଥମ ମୁକାବିଲା ନାଗପୁରର VCA ଷ୍ଟାଡିୟମରେ ଖେଳାଯାଉଛି। ଟିମ ଇଣ୍ଡିଆ ପ୍ରଥମ ଦିନରେ ଶାନଦାର ବୋଲିଂ କରି ଅଷ୍ଟ୍ରେଲିଆକୁ 177 ରନରେ ଅଲଆଉଟ କରିଦେଇଛି।
ଏହାପରେ ଅଧିନାୟକ ରୋହିତ ଶର୍ମାଙ୍କ ଅର୍ଧଶତକ ସହିତ ଭାରତୀୟ ଟିମ 77 ରନରେ ଗୋଟିଏ ଉଇକେଟ ହରାଇ ଭଲ ପୋଜିଶନରେ ରହିଛି। ତଥାପି ଦଳର ଅଧିନାୟକ ରୋହିତ ଶର୍ମା ଏକ ଭୁଲ କରିଦେଇଛନ୍ତି।
ଏହି ବଡ଼ ଭୁଲ:-
ହୁଏତ ରୋହିତ ଶର୍ମା ଏହି ଟେଷ୍ଟ ମ୍ୟାଚରେ ଅର୍ଧଶତକ କରି ଦଳକୁ ଏକ ଶକ୍ତ ପୋଜିଶନରେ ପହଞ୍ଚାଇଛନ୍ତି କିନ୍ତୁ ସେ ଅଷ୍ଟ୍ରେଲିଆ ବିପକ୍ଷ ଏହି ମ୍ୟାଚରେ ଦଳରେ ଏହି ଯୁବ ତାରକାଙ୍କୁ ସାମିଲ ନକରି ବହୁତ ବଡ଼ ଭୁଲ କରିଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷରେ ଏହି ଖେଳାଳି ନଥିବାରୁ ଭାରତୀୟ ଟିମକୁ କ୍ଷତି ସହ୍ୟ କରିବାକୁ ପଡ଼ିଛି।
ବିଗତ ପାଞ୍ଚ ମାସ ଭିତରେ ପାଞ୍ଚଟି ଶତକ ମାରି ଜବରଦସ୍ତ ଫର୍ମରେ ଥିବା ଶୁବମାନ ଗିଲଙ୍କୁ ସ୍ଥାନ ନଦେଇ ଅଧିନାୟକ ରୋହିତ ଶର୍ମା ପ୍ରଥମେ ଟେଷ୍ଟରେ ଆଉଟ ଅଫ ଫର୍ମରେ ଚାଲୁଥିବା କେଏଲ ରାହୁଲଙ୍କୁ ଦଳରେ ସ୍ଥାନ ଦେଇଥିଲେ ଓ ଯାହାକି ଭାରତୀୟ ଟିମକୁ ଏହାର ଖରାପ ପରିଣାମ ମିଳିଛି। ରାହୁଲ ମାତ୍ର 20 ରନ ବନାଇ ଆଉଟ ହୋଇଥିଲେ।
ରୋହିତଙ୍କ ନିର୍ଣ୍ଣୟକୁ ନେଇ ସୋସିଆଲ ମିଡ଼ିଆରେ ଆଲୋଚନା:-
ସୋସିଆଲ ମିଡ଼ିଆରେ କେଏଲ ରାହୁଲଙ୍କ ଖରାଲ ପ୍ରଦର୍ଶନକୁ ନେଇ ବହୁତ ଆଲୋଚନା ହେବାରେ ଲାଗିଛି। ସୋସିଆଲ ମିଡ଼ିଆରେ ଜନତାଙ୍କ କହିବା ହେଲା ଯେ, ଯଦି ରୋହିତ ଶର୍ମା କେଏଲ ରାହୁଲଙ୍କ ସ୍ଥାନରେ ଶୁବମନ ଗିଲଙ୍କୁ ମୌକା ଦେଇଥାନ୍ତେ
ତାହେଲେ ଭାରତର 76 ରନରେ ଗୋଟିଏ ଉଇକେଟ ପଡ଼ିନଥାନ୍ତା। ଶୁବମାନ ଗିଲ ଭାରତ ପାଇଁ ଜୋରଦାର ପ୍ରଦର୍ଶନ ଦେଖାଉଛନ୍ତି, ସେ ମାତ୍ର 23 ବର୍ଷ ବୟସରେ କ୍ରିକେଟର ସମସ୍ତ ଫାର୍ମାଟରେ ଶତକ ହାସଲ କରିସସାରିଛନ୍ତି।
ମ୍ୟାଚ ଉଇନରଙ୍କୁ ଦଳରୁ ବାଦ ଦେଲେ ରୋହିତ:-
ଶୁବମାନ ଗିଲ ଏବେପର୍ଯ୍ୟନ୍ତ ଭାରତ ପାଇଁ 6ଟି T20 ମୁକବିଲାରେ 40.4 ଆଭରେଜ 202 ରନ ବନାଇ ସାରିଛନ୍ତି, ଯେଉଁଥିରେ ଏକ ଶତକ ମଧ୍ୟ ସାମିଲ ରହିଛି। ଶୁବମାନ ଗିଲ ଏବେପର୍ଯ୍ୟନ୍ତ 21 ଦିନିକିଆ ମ୍ୟାଚରେ 73.76 ଆଭରେଜରେ 1254 ରନ ବନାଇ ସାରିଛନ୍ତି। ଯେଉଁଥିରେ ସେ ଗୋଟିଏ ଦ୍ଵିଶତକ, 4 ଶତକ, 5 ଅର୍ଧଶତକ ମାରିଛନ୍ତି।
ସେହିପରି 13ଟି ଟେଷ୍ଟ ମ୍ୟାଚରୁ ସେ 736 ରନ ବନାଇଛନ୍ତି ଯେଉଁଥିରେ ଗୋଟିଏ ଶତକ ଓ 5 ଅର୍ଧଶତକ ସାମିଲ ରହିଛି। ଶୁବମାନ ଗିଲଙ୍କ ବ୍ୟାଟିଂରେ ଉଭୟ ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ଝଲକ ଦେଖିବାକୁ ମିଳୁଛି। ଶୁବମାନ ଗିଲ ଯେଉଁଭଳି ବ୍ୟାଟ୍ସମ୍ୟାନ ଅଟନ୍ତି, ଆଗାମୀ 10 ରୁ 15 ବର୍ଷ ସେ ଭାରତୀୟ କ୍ରିକେଟରେ ରାଜ କରିବେ।