ଲୋପ ପାଇଗଲାଣି ମାନବିକତା । ଶେଷରେ ଏତେ ତଳକୁ ଖସିଗଲେ ଏହି ଦମ୍ପତି । ନାବା-ଳିକାଙ୍କୁ ପି-ଟିଲେ, ଡଷ୍ଟବିନ୍‌ରୁ ଖାଇବାକୁ ବାଧ୍ୟ କଲେ ।

ଏକ ସୁସ୍ଥ ସମାଜ ଗଠନ ନିମନ୍ତେ ନିରନ୍ତର ପ୍ରୟାସ ଜାରି ରଖିଛନ୍ତି ସରକାର । ଶିଶୁ ଶ୍ରମିକ ମାନଙ୍କ ସ୍ଥାୟୀ ନିଯୁକ୍ତି ପାଇଁ ସରକାର ବିଶେଷ ଧ୍ୟାନ ଦେଇ ବିଭିନ୍ନ ଯୋଜନାମାନ କାର୍ଯ୍ୟକାରୀ କରାଉଛନ୍ତି । ହେଲେ ଏତେ ସବୁ ହେଉଛି ସତ କିନ୍ତୁ କେଉଁଠି ନା ଯେଉଁଠି ସମ୍ପୂର୍ଣ ରୂପେ ଏହା ଉପରେ ରୋକ୍ ଲଗେଇବାରେ ଅକ୍ଷମ ହୋଇଛନ୍ତି ସରକାର । ଶିଶୁ ଶ୍ରମିକ ପ୍ରଥାକୁ ପ୍ରାୟତଃ ସମସ୍ତେ କଡ଼ା ବି-ରୋଧ କରିଥାନ୍ତି ।

ଆଜିର ଏହି ଡିଜିଟାଲ ଦୁନିଆରେ ଶିଶୁ ମାନଙ୍କର ସ୍ଥାନ କୌଣସି ହୋଟେଲର ବାସନ ଧୁଆ ଘରେ କିମ୍ବା ବାଲି ସିମେଣ୍ଟ ବୋହିବାରେ ନୁହେଁ ବରଂ ପାଠ ପଢ଼ି ଆଗକୁ ବଢ଼ି ଗୋଟେ ଭଲ ଭବିଷ୍ୟତ ଗଢିବାରେ ଅଛି । କିନ୍ତୁ ଏବେ ବି ବହୁ ସ୍ଥାନରେ ପିଲାମାନଙ୍କୁ ଶ୍ରମିକ ସଜାଇ ଅକଥନୀୟ ନିର୍ଯା-ତନା ଦିଆଯାଉଛି ।

ବାଧ୍ୟ କରି ଏଭଳି କାର୍ଯ୍ୟ ସବୁ କରିବାକୁ ଦିଆଯାଉଛି ଯାହା ଶୁଣିଲେ ର-କ୍ତ ଗରମ ହୋଇଯିବ । ଏହି ସବୁ ବେଆ-ଇନ କାର୍ଯ୍ୟକୁ ସମ୍ପୂର୍ଣ୍ଣ ବନ୍ଦ ଏବଂ ଉଚ୍ଛେଦ କରିବା ପାଇଁ ସରକାର ଯେତେ ପଦକ୍ଷେପ ନେଲେ ମଧ୍ୟ କିଛି ଫଳପ୍ରଦ ହେଉନାହିଁ ।

ଦୁଇ ପଇସା ରୋଜଗାର କରି ନିଜ ପେଟକୁ ଦାନା ମୁଠାଏ ଦେବା ସହ ନିଜର ପରିବାର ପ୍ରତିପୋଷଣ କରିବାରେ ହାତ ବଢ଼ାଇବା ପାଇଁ ଏଭଳି ଅ-ତ୍ୟାଚା-ରକୁ ଚୁପଚାପ୍ ସହି ନେଉଛନ୍ତି କିଛି ଶିଶୁ ଶ୍ରମିକ । ଆଉ ଏହାର ଫାଇଦା ଉଠାଉଛନ୍ତି ସେମାନଙ୍କର ମାଲିକ । କେତେବେଳେ ଖାଇବାକୁ ଠିକ୍‌ ଭାବେ ଦେଉ ନାହାନ୍ତି ତ ଆଉ କେତେବେଳେ ଟଙ୍କା ଦେଉ ନାହାନ୍ତି । ଏପରିକି କଅଁଳ ଶିଶୁଙ୍କୁ ନିର୍ଯା-ତନା ଦେବାକୁ ମଧ୍ୟ ସେମାନେ ପଛାଉ ନାହାନ୍ତି ।

ତେବେ ଏଭଳି ଏକ ଅଭା-ବନୀୟ ଘ-ଟଣା ସାମ୍ନାକୁ ଆସିଛି ଗୁରୁଗ୍ରାମରୁ । ଯେଉଁଠି ଦମ୍ପତି ତାଙ୍କ ଘରେ କାମ କରୁଥିବା ଜଣେ ୧୩ ବର୍ଷୀୟା ଘରୋଇ ସହାୟିକାଙ୍କୁ ଗତ କିଛିମାସରୁ ଶାରି-ରୀକ ନିର୍ଯ୍ୟା-ତନା ଦେଇ ଆସୁଛନ୍ତି ବୋଲି ଅଭି-ଯୋଗ ହୋଇଛି ।

ତେବେ ଅଭି-ଯୋଗ ଅନୁସାରେ, ନାବା-ଳିକାଙ୍କୁ ଗରମ ଚିମୁଟା ଓ ରଡ୍‌ରେ ଦମ୍ପତି ମା-ଡ଼ ମା-ରିବା ସହିତ ନାବା-ଳିକାଙ୍କୁ ଖାଇବାକୁ ମଧ୍ୟ ଦେଉନଥିଲେ । ଏପରିକି ଡଷ୍ଟବିନ୍‌ରେ ପଡ଼ିଥିବା ବଳକା ଖାଦ୍ୟକୁ ଖାଇବାକୁ ବାଧ୍ୟ କରୁଥିଲେ । ଆଉ ବର୍ତମାନ ସମୟରେ ପୋ-ଲିସ୍‌ ସମ୍ପୃକ୍ତ ଦମ୍ପତିଙ୍କୁ ଗି-ରଫ ସହ ସେମାନଙ୍କ ବିରୋ-ଧରେ ମାମ-ଲା ରୁଜୁ କରିଛି।

odia sambada
Comments (0)
Add Comment