ବିତ୍ତ ମନ୍ତ୍ରୀଙ୍କ ଘୋଷଣା ପରେ ସିନିୟର ସିଟିଜେନ ମାନେ ପାଇଲେ ଲାଭ, ପ୍ରତିମାସରେ ପାଇବେ 20 ହଜାର ଟଙ୍କା:-

ଚଳିତବର୍ଷ ବିତ୍ତ ମନ୍ତ୍ରୀ ନିର୍ମଳା ସୀତାରମନ 2023 ର ଆର୍ଥିକ ବଜେଟ ଘୋଷଣା କରିଥିଲେ ଓ ଏହି ବଜେଟ ଆସିବାପରେ ଟାକ୍ସ ପେୟର୍ସ ଓ ସିନିୟର ସିଟିଜେନ ମାନଙ୍କୁ ଫାଇଦା ହୋଇଥିବାର ଦେଖିବାକୁ ମିଳିଛି। ଏହାସହ ବରିଷ୍ଠ ନାଗରିକ ନିବେଶର ଅଧିକତମ ରାଶିକୁ 15 ଲକ୍ଷରୁ 30 ଲକ୍ଷ ପର୍ଯ୍ୟନ୍ତ କରାଯାଇଛି।

ସୁଧଦରରେ ମଧ୍ୟ ଵୃଦ୍ଧି:-

ସରକାରଙ୍କ ତରଫରୁ ମାର୍ଚ୍ଚ 31 ତାରିଖ 2023 ତ୍ରିମାସିକ ପାଇଁ ସୁଧଦର 8 ପ୍ରତିଶତ ବୃଦ୍ଧି କରି ଦିଆଯାଇଛି। ଜାନୁଆରୀ 1 ତାରିଖ 2023 ପୂର୍ବରୁ ଏହି ସରକାରୀ ଯୋଜନା ଉପରେ 7.6 ପ୍ରତିଶତ ବାର୍ଷିକ ସୁଧ ଦିଆଯାଉଥିଲା। ଦେଖାଯାଏ ତ ଏହି ସୁଧ ବୃଦ୍ଧି ପାଇବା ଯୋଗୁଁ ବରିଷ୍ଠ ନାଗରିକଙ୍କ ଟଙ୍କା ଦୁଇଗୁଣା ହୋଇଯିବ।

କେତେ ହେବ ଫାଇଦା:-

ପ୍ରଥମେ ଏହି ଯୋଜନାରେ 15 ଲକ୍ଷ ଟଙ୍କା ନିବେଶ କରିବାଦ୍ୱାରା 7.6 ପ୍ରତିଶତ ସୁଧ ହିସାବରେ ପରିପକ୍ଵତା ବେଳକୁ ଏହି ରାଶି 20.70 ଲକ୍ଷ ଟଙ୍କା ମିଳୁଥିଲା। ବାର୍ଷିକ ରୂପରେ ଦେଖିବାକୁ ଗଲେ ଏହି ରାଶି 1.14 ଲକ୍ଷ ଓ ମାସିକ ସାଢ଼େ ନଅ ହଜାର ଟଙ୍କା ହୋଇଥାଏ।

ଯଦି ଆପଣ ଏବେ 30 ଲକ୍ଷ ଟଙ୍କା ନିବେଶ କରୁଛନ୍ତି ତାହେଲେ ପାଞ୍ଚବର୍ଷ ପରେ ଏହି ରାଶି 42 ଲକ୍ଷ ଟଙ୍କା ହୋଇଯାଇଥିବ। ଏହି ରାଶି ବାର୍ଷିକ ହିସାବରେ 2.4 ଲକ୍ଷ ଟଙ୍କା ଓ ମାସିକ 20 ହଜାର ଟଙ୍କା ହୋଇଥାଏ।। ପୂର୍ବରୁ ସାଢ଼େ ନଅ ହଜାରକୁ ତୁଳନା କଲେ ଏବେ ସିନିୟର ସିଟିଜେନଙ୍କୁ 20 ହଜାର ଟଙ୍କା ମିଳିବ।

ଏହି ଯୋଜନାର ଲାଭ କଣ?:-

ସରକାରଙ୍କ ତରଫରୁ ‘ବରିଷ୍ଠ ନାଗରିକ ସଞ୍ଚୟ ଯୋଜନା’ କୁ ଦେଶର ବରିଷ୍ଠ ନାଗରିକଙ୍କ ପାଇଁ ଚଳାଯାଇଥାଏ। ଏହି ଯୋଜନାକୁ ଆରମ୍ଭ କରିବାର ଉଦ୍ଦେଶ୍ୟ ଥିଲା ସେବନିବୃତ ବ୍ୟକ୍ତିଙ୍କୁ ଆର୍ଥିକ ସାହାର୍ଯ୍ୟ ପ୍ରଦାନ କରିବା। ଏହାଦ୍ୱାରା ପ୍ରତିମାସରେ ସୁଧ ହିସାବରେ ବରିଷ୍ଠ ନାଗରିକଙ୍କୁ ଟଙ୍କା ଦିଆଯାଏ।

ଦେଢଲକ୍ଷର ଟାକ୍ସ ଛାଡ଼ ପାଇବେ:-

ବରିଷ୍ଠ ନାଗରିକଙ୍କ ପାଇଁ ଖୋଲାଯାଇଥିବା ଏହି ଯୋଜନାରେ ପତି ଓ ପତ୍ନୀ ଏକତ୍ରିତ ଖାତା ମଧ୍ୟ ଖୋଲିପାରିବେ। ଖାଆସ କଥା ଏହା ହେଉଛି କି, ଆୟକର ଅଧିନିୟମ ଧାରା 80ସି ଅନୁସାରେ ଦେଢଲକ୍ଷ ଟଙ୍କା ପର୍ଯ୍ୟନ୍ତ ଟାକ୍ସ ଛାଡ଼ ହେବ।

odia sambada
Comments (0)
Add Comment