କଣ ଆପଣ ଜାଣିଛନ୍ତି ପୃଥିବୀ ଓଲଟା ଘୁରିବା ଆରମ୍ଭ କଲାଣି

ଦର୍ଶକବନ୍ଧୁ ପୃଥିବୀ ଭିତରେ ଯାହା ଯାହା ଘଟୁଛି ତାହା ଆମକୁ ଜଣାନାହିଁ । ପୃଥିବୀକୁ ନେଇ କିଛି ନୂଆ ତଥ୍ଯ ଆସିଲେ ଆପଣଙ୍କୁ ବିଶେଷ ପ୍ରଭାବ ମଧ୍ଯ ପଡେନି । କଣ ଆପଣ ଜାଣିଛନ୍ତି ପୃଥିବୀ ଭିତରେ ଥିବା କୋର୍ ବେଲ୍ଟ ଏବେ ଓଲଟା ଘୂରିବା ଆରମ୍ଭ କରି ସାରିଛି ।

ଆମେ ସମସ୍ତେ ଜାଣିଛନ୍ତି ପୃଥିବୀ ବୁଲୁଛି ହେଲେ ଓଲଟା ବୁଲିବା ଫଳରେ ଏହାର କଣ ପ୍ରଭାବ ପଡ଼ିବ ଆମ ଉପରେ ଓ ଆଗାମୀ ଭବିଷ୍ୟତ ଉପରେ ସେ ବିଷୟରେ ଏବେ ଚିନ୍ତା ବଢ଼ିଛି ।

ଯଦି ପୃଥିବୀ ଓଲଟା ବୁଲିବ ତେବେ ପୃଥିବୀର ଦିଗ ମଧ୍ଯ ପରିବର୍ତ୍ତନ ହୋଇଯିବ । ଉତ୍ତର ଦକ୍ଷିଣ ଦିଗକୁ ଚାଲି ଆସିବ ଆଉ ଦକ୍ଷିଣ ଉତ୍ତର ଦିଗକୁ ଚାଲିଯିବ । ତେବେ କେମିତି ପୃଥିବୀ ଭିତରେ ଏତେ ସବୁ ବଦଳୁଛି ଆସନ୍ତୁ ଜାଣିବା ।

ଆଉ ପୃଥିବୀ ଓଲଟା ବୁଲିଲେ ମଣିଷଙ୍କ ଉପରେ କଣ ପ୍ରଭାବ ପଡ଼ିବ ତାହା ଭି ଜାଣିବା।ତେବେ ପୃଥିବୀର ମଝି ଉପର ଠାରୁ ୫୦୦୦ କିଲୋମିଟର ତଳେ ରହିଛି । ଏହି ସ୍ଥାନକୁ ମିନ୍ଟାଲ କୁହାଯାଏ । ଏହି ଲେୟାର୍ ୨୯୦୦ କିଲୋମଟର ମୋଟା । ତା ଉପରେ ଥିବା ଚଟାଣରେ ଆମେ ରହୁଛୁ ।

ବୈଜ୍ଞାନିକଙ୍କ କହିବା କଥା ହେଲା ପୃଥିବୀର ଭିତର କୋର୍ ବହୁତ ଧୀରେ ଧୀରେ ଏବେ ଓଲଟା ବୁଲିବାରେ ଲାଗିଲାଣି । ସାଉଥ୍ ଆଟଲାଣ୍ଟିକରୁ ଆଲେକ୍ସା ଯାଏଁ ଆସିଥିବା ସବୁ ପ୍ରକାରର ଭୂକମ୍ପକୁ ଟ୍ରାକ କରି ସେଥିରୁ ଜଣା ପଡ଼ିଛି ଏହି ଭୂକମ୍ପର ଉତ୍ପତ୍ତି ସ୍ଥଳ । ପୃଥିବୀର ଇନର କୋର୍ ରୁ ଯାତ୍ରା ଆରମ୍ଭ କରିଥିଲା ।

ଜଣାପଡୁଛି ପୃଥିବୀର ମଝି ଭାଗ କିଛି ସମୟ ସ୍ଥିର ରହି ଏବେ ଓଲଟା ବୁଲିବା ଆରମ୍ଭ କରିଛି । ୨୦୦୮ ମସିହାରେ ପୃଥିବୀର କୋର୍ ସ୍ଥିର ଥିବା ଅନୁମାନ କରା ଯାଇଥିଲା । ଅବଶ୍ୟ ଏହାକୁ ନେଇ ଭୟ କରିବାର କିଛିନାହିଁ ବୋଲି ବୈଜ୍ଞାନିକ କହିଛନ୍ତି ।କାରଣ ବନ୍ଧୁଗଣ ୭୦ ବର୍ଷରେ ଥରେ ଇନର୍ କୋର୍ ସ୍ଥିର ରୁହେ ପୁଣିଥରେ ବୁଲିବା ଆରମ୍ଭ କରେ ।

ଏହାର ମାନେ ପ୍ରତି ୭୦ ବର୍ଷରେ ଇନର୍ କୋର୍ ଓଲଟା ବୁଲେ । ଏହା ଫଳରେ ପୃଥିବୀର ମାଗ୍ନେଟିକ୍ ଫିଲ୍ଡରେ ପରିବର୍ତନ ଦେଖିବାକୁ ମିଳେ ଯାହା ଫଳରେ କମ୍ପାସ ମଧ୍ଯ ବଦଳି ଯିବାର ସମ୍ଭାବନା ଥାଏ । କିନ୍ତୁ ଏହା ବହୁତ ସମୟ ଲାଗିଥାଏ ବଦଳିବାକୁ । ଏବେ ଧିରେ ଧିରେ ଦିଗ ଭି ବଦଳୁଛି ଦର୍ଶକବନ୍ଧୁ । ଆଗକୁ ଦିନ ରାତିରେ ମଧ୍ଯ ଫରକ୍ ଆସିପାରେ ।

ଏବେ ଆପଣ ଯେଉଁଭଳି ଭାବରେ ଦିନ ଓ ରାତିର ହିସାବ କରୁଛନ୍ତି ଆଗକୁ ସେହି ହିସାବ ଏପଟ ସେପଟ ହୋଇ ଯାଇପାରେ । କିନ୍ତୁ ସେଥିପାଇଁ ଭି ସମୟ ଲାଗିବ । ଆଉ ପୃଥିବୀ ଧିରେ ଧିରେ ଓଲଟା ବୁଲୁଥିବାରୁ ବହୁତ ସମୟରେ ଭୂକମ୍ପ ଆସିବ । ଏବେ ଯାହା ଆଜି ତୁର୍କୀରେ ଦେଖିବାକୁ ମିଳିଲା । ଏହି କାରଣରୁ ଆଗକୁ ଦିନ ରାତିରେ ଫରକ୍ ଆସିବା ସହିତ ପାଣିପାଗରେ ମଧ୍ଯ ପରିବର୍ତନ ଆସିବ ।

odia sambada
Comments (0)
Add Comment