ବାର୍ଥ ସାର୍ଟିଫିକେଟ ଠାରୁ ନେଇ ଡିଏଲ ପର୍ଯ୍ୟନ୍ତ, ମାତ୍ର ଗୋଟିଏ ୱେବସାଇଟରେ ବନାନ୍ତୁ ସମସ୍ତ ଡକ୍ୟୁମେଣ୍ଟ

ଗତ କିଛି ବର୍ଷ ଅପେକ୍ଷା ବର୍ତ୍ତମାନ ସରକାରୀ କାଗଜପତ୍ର ବନାଇବା ବହୁତ ସହଜ ହୋଇଗଲାଣି । କାହିଁକିନା ଏବେ ଆପଣ ଏହି ଡକ୍ୟୁମେଣ୍ଟ ପାଇବା ପାଇଁ ଆଉ କୌଣସି ସରକାରୀ ଅଫିସରେ ଲମ୍ବା ଲାଇନ ଲଗାଇବାକୁ ପଡୁନାହିଁ ।

ଏହାକୁ ଆପଣ ଘରେ ବସି ଅନଲାଇନ୍‌ ମାଧ୍ୟମରେ ଅତି ସହଜରେ ପାଇପାରୁଛନ୍ତି । ଯଦିଓ ଏଥିପାଇଁ ଅଲଗା ଅଲଗା ୱେବସାଇଟକୁ ଯିବାକୁ ପଡିଥାଏ । ଏହି କାରଣରୁ ଲୋକଙ୍କୁ ଅନେକ ଥର କୌଣସି ଡକ୍ୟୁମେଣ୍ଟସ ବନାଇବା ପାଇଁ ସଠିକ ସୂଚନା ମିଳି ପାରିନଥାଏ । ସରକାରୀ କାଗଜପତ୍ର ବହୁତ ଜରୁରୀ ହୋଇଥାଏ ।

ତେଣିକି ତାହା ପାନ୍‌ କାର୍ଡ ହେଉ ଅବା ଡ୍ରାଇଭିଙ୍ଗ ଲାଇସେନ୍ସ । ଏହି ଡକ୍ୟୁମେଣ୍ଟସ ଆପଣଙ୍କର ପରିଚୟ ସାଜିଥାଏ । ଯଦିଓ ଅନଲାଇନରେ ଏହି ଦସ୍ତାବିଜକୁ ବନାଇବାବେଳେ ଅନେକ ଲୋକ ବହୁତ କନଫ୍ୟୁଜ୍‌ ହୋଇଯାନ୍ତି ।

ଯଦି ଆପଣ ବି ଏମିତି ସମସ୍ୟାକୁ ସାମ୍ନା କରୁଛନ୍ତି ତାହେଲେ ଆଜି ଆମେ ଆପଣଙ୍କୁ ଏକ ଏମିତି ୱେବସାଇଟ ବିଷୟରେ ବତାଇବୁ, ଯେଉଁଠି ଆପଣ ଗୋଟିଏ ପ୍ଲାଟଫର୍ମରେ ଅନେକ ପ୍ରକାର ସେବା ପାଇାପରିବେ, ଯାହା ଆପଣଙ୍କ ଦୈନ୍ୟନ୍ଦିନ କାମରେ ଆସିଥାଏ ।

ଆଜି ଆମେ ଆପଣଙ୍କୁ ଯେଉଁ ୱେବସାଇଟ ବିଷୟରେ କହୁଛୁ ତାର ନାମ ହେଉଛି ନ୍ୟାସନାଲ ଗଭର୍ଣ୍ଣମେଣ୍ଟ ସର୍ଭିସେଜ୍‌ ପୋର୍ଟାଲ । ଏହି ୱେବସାଇଟରେ ଆପଣ ଗୋଟିଏ ଯାଗାରେ ସମସ୍ତ ଜରୁରୀ ସରକାରୀ ସେବାର ଲାଭ ଉଠାଇପାରିବେ ଏବଂ ଡକ୍ୟୁମେଣ୍ଟସ ବନାଇ ବି ପାରିବେ ।

ଏହି ୱେବସାଇଟ ଭାରତୀୟଙ୍କ ଆବଶ୍ୟକତାକୁ ଧ୍ୟାନରେ ରଖି ପ୍ରସ୍ତୁତ କରାଯାଇଛି । ଯାହାପରେ ଆପଣଙ୍କୁ ଆଉ କୌଣସି ସରକାରୀ ଅଫିସର ଚକ୍କର କାଟିବାକୁ ପଡିବନି । ଏହି ୱେବସାଇଟରେ ଆପଣ ଅନେକ ଜରୁରୀ ଯୋଜନାର ଲାଭ ମଧ୍ୟ ଉଠାଇପାରିବେ ।

ଯେଉଁଥିରେ ପେନସନ ସହ ଜଡିତ ଯୋଜନା, ଏବଂ ଅନ୍ୟାନ୍ୟ ଯୋଜନାର ମଧ୍ୟ ଲାଭ ସାମିଲ ରହିଛି । କେବଳ ଏତିକି ନୁହେଁ ଆପଣଙ୍କୁ ଫାଇନାନ୍ସ ସ୍କିମ ମଧ୍ୟ ଏଠାରେ ଦେଖିବାକୁ ମିଳିଯିବ । ଆପଣ ଆଧାର କାର୍ଡ, ପାନ କାର୍ଡ ଲିକିଙ୍ଗ୍‌ ସେବା ବି ଏଠାରେ ଦେଖିପାରିବେ ।

ଏହି ୱେବସାଇଟରେ ଆପଣଙ୍କୁ ଏପରି ବି ସେବା ଦେଖିବାକୁ ମିଳିବ ଯାହା ବିଷୟରେ ବୋଧହୁଏ ଆପଣ ପୂର୍ବରୁ କେବେବି ଶୁଣିନଥିବେ ଯେଉଁଥିରେ ଟ୍ୟାକ୍ସ କାଲକୁଲେଟର ଠାରୁ ନେଇ ଅନଲାଇନ୍‌ ରିଟର୍ଣ୍ଣ ଫର୍ମର ସୁବିଧା ମଧ୍ୟ ମିଳିଯିବ ।

odia sambada
Comments (0)
Add Comment