ଟିମ ଇଣ୍ଡିଆକୁ ବିଶ୍ୱକପ ଜିତିବାକୁ ହେଲେ କୋଚ୍ ଦ୍ରାବିଡ଼ ଓ ରୋହିତଙ୍କୁ ମାନିବାକୁ ହେବ ସୌରଭଙ୍କ ଏହି ଉପଦେଶ

ଭାରତୀୟ ଟିମ ବର୍ତ୍ତମାନ ନ୍ୟୁଜିଲାଣ୍ଡ ସହିତ 3ଟି t20 ସିରିଜ ଖେଳୁଛି। ଏହି ସିରିଜ ଶେଷ ହେବାପରେ ଭାରତ ଅଷ୍ଟ୍ରେଲିଆ ସହିତ ବର୍ଡ଼ର ଗାଭାସ୍କର ଟ୍ରଫି ଖେଳିବ ଓ ଏହିବର୍ଷ ଶେଷ ଆଡ଼କୁ ଦିନିକିଆ ବିଶ୍ବାକପ ଆରମ୍ଭ ହେବାର ରହିଛି।

ଏହାମଧ୍ୟରେ ଭାରତୀୟ ଟିମର ପୂର୍ବ ଅଧିନାୟକ ଓ ପୂର୍ବ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଦିନିକିଆ ବିଶ୍ୱକପକୁ ନେଇ ନିଜର ମନ୍ତବ୍ୟ ଭାରତୀୟ ଟିମକୁ ଦେଇଛନ୍ତି। ଆସନ୍ତୁ ଜାଣିବା ସୌରଭ ଗାଙ୍ଗୁଲିଙ୍କ ଆପରୋଚ ବିଷୟରେ।

ଟିମ ଇଣ୍ଡିଆକୁ ଦିନିକିଆ ବିଶ୍ୱକପ ଜିତିବାପାଇଁ ଗୁରୁମନ୍ତ୍ର ଦେଲେ ଗାଙ୍ଗୁଲି:-

ପୂର୍ବ ଭାରତୀୟ ଅଧିନାୟକ ସ୍ପୋର୍ଟସ ତକ ସହିତ ଆଲୋଚନା କରିବାର ନଜର ଆସିଥିଲେ ଓ ସେ ଭାରତୀୟ ଟିମ ଉପରେ ଦିନିକିଆ ବିଶ୍ୱକପକୁ ନେଇ ଅଧିନାୟକ ରୋହିତ ଶର୍ମା ଓ କୋଚ୍ ରାହୁଲ ଦ୍ରାବିଡ଼ କୁ ନିଜର ମନ୍ତବ୍ୟ ପ୍ରତିପାଦନ କରିଥିଲେ।

ସେ 2023 ବିଶ୍ୱକପ ପାଇଁ ଦଳରେ ଅତ୍ୟଧିକ ପରିବର୍ତ୍ତନ ନକରିବାକୁ କହିଥିଲେ। ସୌରଭ ଗାଙ୍ଗୁଲି ସ୍ପୋର୍ଟସ ତକରେ କହିଲେ,” ଭାରତ ବିଲକୁଲ ଦୁର୍ବଳ ଟିମ ନୁହେଁ ଯେଉଁ ଦେଶ ପାଖରେ ଏତେ ପ୍ରତିଭା ରହିଛି ସେହି ଦେଶ ବିଲକୁଲ ଦୁର୍ବଳ ନୁହେଁ। ମୁଁ ଚାହୁଁଛି ଅଧିନାୟକ ରୋହିତ ଶର୍ମା ଓ କୋଚ୍ ରାହୁଲ ଦ୍ରାବିଡ଼ ଗୋଟିଏ ଟିମ ଉପରେ ତିଷ୍ଠି ରୁହନ୍ତୁ।

ଏହାସହ ସେ କହିଥିଲେ, ଟିମ ଇଣ୍ଡିଆ ଯେତେବେଳେ ବିଶ୍ୱକପ ଖେଳିବ ସେତେବେଳେ ତାଙ୍କୁ ନିର୍ଭୟ ସହିତ ବିନା ଚାପରେ ଖେଳିବାକୁ ହେବ। ଏଥିରେ କୌଣସି ଫରକ ପଡ଼ିବା କଥା ନୁହେଁ କି ସେ ଟ୍ରଫି ଜିତୁଛନ୍ତି ନା ନାହିଁ।

ଏହାସହ ଗାଙ୍ଗୁଲି କହିଲେ, ଯେଉଁ ଟିମରେ ଶୁବମାନ, ରୋହିତ, ବିରାଟ, ସୂର୍ଯ୍ୟକୁମାର,ହାର୍ଦିକ ପାଣ୍ଡ୍ୟା, ଯଶପ୍ରୀତ ବୁମରା, ମହମ୍ମଦ ଶାମି, ରବୀନ୍ଦ୍ର ଜାଡେଜା ଭଳି ଖେଳାଳି ରହିଛନ୍ତି ସେହି ଦଳ କେବେ ଦୁର୍ବଳ ମନେହେଉନି। ବାସ ଭାରତୀୟ ଦଳକୁ ଆକ୍ରମକ କ୍ରିକେଟ ଖେଳିବାକୁ ହେବ।

odia sambada
Comments (0)
Add Comment