ଭାରତ ବନାମ ନ୍ୟୁଜିଲାଣ୍ଡ: ଦ୍ଵିତୀୟ T20 ସହିତ ଶେଷ ହେଲା ଏହି ଭାରତୀୟ କ୍ରିକେଟରଙ୍କ କ୍ରିକେଟ କ୍ୟାରିଅର ! ଟିମକୁ ଫେରିବା ହୋଇଯିବ ମୁସ୍କିଲ !

ଗତକାଲି ରବିବାର ଦିନ ଲକ୍ଷ୍ନୌରେ ଖେଳାଯାଇଥିବା ଦ୍ଵିତୀୟ t20 ମ୍ୟାଚରେ ହୁଏତ ଭାରତୀୟ ଟିମ 6ଟି ଉଇକେଟରେ ଜିତି ସିରିଜରେ 1-1 ବରାବର କରିଥିଲା କିନ୍ତୁ ଏହି ମ୍ୟାଚ ପରେ ଜଣେ ଭାରତୀୟ କ୍ରିକେଟ ଖେଳାଳିଙ୍କ କ୍ୟାରିଅର ଲାଗୁଛି t20 ରୁ ଶେଷ ହୋଇଗଲା। ଏବେ ଏହି ଖେଳାଳିଙ୍କୁ ଦଳକୁ ପ୍ରତ୍ୟାବର୍ତ୍ତନ କରିବାରେ ବହୁତ କଷ୍ଟ ହୋଇଯିବ।

ଦ୍ବିତୀୟ t20 ପରେ ଶେଷ ହେଲା ଏହି କ୍ରିକେଟରଙ୍କ କ୍ୟାରିଅର:-

ଲକ୍ଷ୍ନୌରେ ଖେଳାଯାଇଥିବା ଦ୍ଵିତୀୟ t20 ମ୍ୟାଚରେ ଏହି ଖେଳାଳିଙ୍କ ପ୍ରଦର୍ଶନ ବହୁତ ନିରାଶଜନକ ରହିଥିଲା। ସେଥିପାଇଁ ଏହି ଖେଳାଳିଙ୍କୁ ଫ୍ୟାନ୍ସମାନେ ଦଳରୁ ବାଦ ଦେବାକୁ କହୁଛନ୍ତି। ନିଜର ସମସ୍ତ ମୌକାକୁ ଏହି ଖେଳାଳି ବର୍ବାଦ କରିସାରିଛନ୍ତି।

ବର୍ତ୍ତମାନ ଏହି ଖେଳାଳିଙ୍କର ଦଳରୁ ବାଦ ପଡ଼ିବା ନିଶ୍ଚିତ ହୋଇସାରିଛି। ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ଵିତୀୟ t20 ମ୍ୟାଚରେ ଅଧିନାୟକ ହାର୍ଦିକ ପାଣ୍ଡ୍ୟା ଓ କୋଚ୍ ରାହୁଲ ଦ୍ରାବିଡ଼ ଖେଳାଳି ରାହୁଲ ତ୍ରିପାଠୀଙ୍କୁ ଦଳରେ ସାମିଲ କରି ବହୁତ ବଡ଼ ଭୁଲ କରିଛନ୍ତି।

ଏବେ ଦଳକୁ ଫେରିବା ବହୁତ ମୁସ୍କିଲ ଲାଗୁଛି:-

ନ୍ୟୁଜିଲାଣ୍ଡ ବିପକ୍ଷରେ ଦ୍ଵିତୀୟ t20 ମ୍ୟାଚରେ ରାହୁଲ ତ୍ରିପାଠୀ 18 ବଲରୁ 13 ରନ କରିଥିଲେ। ପ୍ରଥମ t20 ରେ ତ ସେ ବିନା ଖାତା ଖୋଲି ପାଭିଲିୟନ ଫେରିଥିଲେ ଓ ଅଧିନାୟକ ଏବଂ କୋଚ୍ ତାଙ୍କୁ ଆଉ ଏକ ମୌକା ଦେଇଥିଲେ କିନ୍ତୁ ସେଥିରେ ବି ସେ ଫେଲ ମାରିଲେ। ସେ ନିଜର ଅଧିନାୟକ ଓ କୋଚ୍ ଙ୍କର ଭରସା ଭାଙ୍ଗିସାରିଛନ୍ତି, ଏବେ ଲାଗୁଛି ସେ ଦଳରୁ ବହୁତ ଜଲଦି ବାଦ ପଡ଼ିବେ।

T20 କ୍ୟାରିଅର ହେବ ସମାପ୍ତ:-

ବହୁତ ଖେଳାଳି ଅଛନ୍ତି ଯେଉଁମାନେ କି, ଦଳରେ ସ୍ଥାନ ପାଇବାପାଇଁ ଅପେକ୍ଷା କରିଛନ୍ତି। ରାହୁଲ ତ୍ରିପାଠୀ ଏହି ସୁନ୍ଦର ମୌକାକୁ ହାତଛଡ଼ା କରିବସିଲେ। ବର୍ତ୍ତମାନ ବୁଧବାର ଦିନ ଅହମ୍ମଦାବାଦରେ ଖେଳାଯିବାକୁ ଥିବା ତୃତୀୟ ଓ ନିର୍ଣ୍ଣାୟକ t20 ମ୍ୟାଚରେ ରାହୁଲ ତ୍ରିପାଠୀଙ୍କୁ ଡ୍ରପ କରି ଦିଆଯାଇପାରେ।

ରାହୁଲ ତ୍ରିପାଠୀଙ୍କ ସ୍ଥାନରେ ଅଧିନାୟକ ହାର୍ଦିକ ପାଣ୍ଡ୍ୟା ବିସ୍ଫୋଟକ ବ୍ୟାଟ୍ସମ୍ୟାନ ପୃଥ୍ୱୀ ସଙ୍କୁ ଖେଳାଇ ପାରନ୍ତି। ତୃତୀୟ t20 ରେ ଉଇକେଟ କିପର ବ୍ୟାଟ୍ସମ୍ୟାନ ଇଶାନ କିଶାନଙ୍କୁ ତୃତୀୟ ନମ୍ବରରେ ଖେଳିବାକୁ ପଡ଼ିବ କାରଣ ଶୁବମାନ ଗିଲ ଓ ପୃଥ୍ୱୀ ସ ଓପନିଂ କରିବେ।

odia sambada
Comments (0)
Add Comment