ଭାରତ ବନାମ ନ୍ୟୁଜିଲାଣ୍ଡ: ଲକ୍ଷ୍ନୌରେ 239 ବଲରେ ଗୋଟିଏ ବି ଛକା କେହି ମା-ରି ପାରିଲେନାହିଁ, ଭାଙ୍ଗିଲା ଦୁଇବର୍ଷର ପୁରୁଣା ରେକର୍ଡ଼

ଗତକାଲି ଲକ୍ଷ୍ନୌରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ସିରିଜର ଦ୍ଵିତୀୟ t20 ମୁକାବିଲା ଖେଳାଯାଇଛି। ଏହି ମ୍ୟାଚରେ ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରି 20 ଓଭରରେ 8 ଉଇକେଟ ହରାଇ 99 ରନ କରିଥିଲା। ଜବାବରେ ଭାରତ ଗୋଟିଏ ବଲ ବାକିଥାଇ 4 ଉଇକେଟ ହରାଇ ଲକ୍ଷ୍ୟ ହାସଲ କରିଥିଲା। ଏହି ମ୍ୟାଚ ଜିତିବାପରେ ଭାରତ ସିରିଜକୁ 1-1 ରେ ବରାବର କରିଥିଲା ସତ କିନ୍ତୁ ଏହି ମ୍ୟାଚରେ ଏକ ଭିନ୍ନ ରେକର୍ଡ଼ ସୃଷ୍ଟି ହୋଇଥିଲା।

ଏହି ମ୍ୟାଚରେ ମୋଟ 239 ଟି ବଲ ଉଭୟ ଦଳ ପକ୍ଷରୁ ଫିଙ୍ଗା ଯାଇଥିଲା କିନ୍ତୁ କୌଣସି ଦଳ ଗୋଟିଏ ଛକା ମଧ୍ୟ ମା-ରି ପାରିନଥିଲେ କାରଣ ଗତକାଲି ଯେଉଁ ଷ୍ଟାଡିୟମରେ ମ୍ୟାଚ ଖେଳାଯାଉଥିଲା

ଏହି ପିଚ ମୁଖ୍ୟତଃ ରୂପରେ ସ୍ପିନରଙ୍କୁ ସୁହାଉଥିଲା ଓ ସ୍ପିନର୍ସ ମାନେ ବଲକୁ ଏତେ ମାତ୍ରାରେ ଟର୍ନ କରାଉଥିଲେ ଯେ ଖେଳ ଦେଖି ଏମିତି ଲାଗୁଥିଲା ଯେମିତି ଟେଷ୍ଟ ମ୍ୟାଚ ଚାଲିଛି ଓ ସ୍ପିନର୍ସ ମାନେ ଲଗାତାର ଉଇକେଟ ନେଉଛନ୍ତି। ବ୍ୟାଟିଂ ଏହି ଗ୍ରାଉଣ୍ଡରେ ଏତେ କଷ୍ଟସାଧ୍ୟ ହୋଇଥିଲା ଯେ ଛକା ତ ଦୂରର କଥା ଚୌକା ମାରିବା ସମ୍ଭବପର ନଥିଲା।

ଏହି ମ୍ୟାଚରେ ନ୍ୟୁଜିଲାଣ୍ଡ ସ୍ପିନର୍ସଙ୍କ ଦ୍ଵାରା ସର୍ବାଧିକ 17 ଓଭର ଫିଙ୍ଗା ଯାଇଥିଲା ଯାହାକି କୌଣସି ଟିମ ତରଫରୁ ସ୍ପିନର୍ସଙ୍କ ଦ୍ଵାରା ତୃତୀୟ ସର୍ବାଧିକ ଓଭର ଥିଲା। ଏହି ରେକର୍ଡ଼ ପୂର୍ବରୁ ଜିମ୍ବାୱେ ଓ ପାକିସ୍ତାନ ପାଖରେ ରହିଛି। 2010 ମସିହାରେ ଜିମ୍ବାୱେ ୱେଷ୍ଟଇଣ୍ଡିଜ ବିପକ୍ଷରେ 2012 ରେ ପାକିସ୍ତାନ ଅଷ୍ଟ୍ରେଲିଆ ବିପକ୍ଷରେ କଲମ୍ବୋରେ 18-18 ଓଭର ଲେଖାଏଁ ସ୍ପିନର୍ସ ଦ୍ୱାରା କରାଇଥିଲେ।

ଗତକାଲି 100 ରନର ବିଜୟ ଲକ୍ଷ୍ୟକୁ ପିଛା କରୁଥିଲା ଭାରତ:-

100 ରନର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ଭାରତୀୟ ଟିମକୁ ପ୍ରଥମ ଝଟକା 17 ରନରେ ଶୁବମାନ ଗିଲଙ୍କ ରୂପରେ ଲାଗିଲା। ସେ 9ଟି ବଲରୁ 11 ରନ ବନାଇ କ୍ୟାଚ ଆଉଟ ହେଲେ। ଏହାପରେ ଇଶାନ କିଶାନ ଗ୍ଲେନ ଫିଲିପ୍ସଙ୍କ ଦ୍ଵାରା ରନ ଆଉଟ ହୋଇଥିଲେ।

ଇଶାନ 32 ବଲରେ 19 ରନ କରିଥିଲେ। ରାହୁଲ ତ୍ରିପାଠୀ ମଧ୍ୟ କିଛି ଖାଆସ କରିନଥିଲେ 18 ବଲରୁ 13 ରନ କରି ସେ କ୍ୟାଚ ଆଉଟ ହୋଇଥିଲେ। ୱାଶିଂଟନ ସୁନ୍ଦରଙ୍କୁ ଟିକନର ରନ ଆଉଟ କରିଥିଲେ ଓ ଶେଷରେ ସୂର୍ଯ୍ୟକୁମାର ଯାଦବ ଓ ହାର୍ଦିକ ପାଣ୍ଡ୍ୟା ଭାରତକୁ ମ୍ୟାଚ ଜିତାଇଥିଲେ।

odia sambada
Comments (0)
Add Comment