ବିବା-ଦର ହେଲା ଅନ୍ତ,ପୂର୍ବ ପରି ପୁଣି ଏକାଠି ରହିବେ ହ୍ୟୁମାନ ଓ ଶ୍ରୀୟା

ବନ୍ଧୁଗଣ ବର୍ତ୍ତମାନ ସମୟରେ ଯାହା ଖବର ରହିଛି କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଏବଂ ପତ୍ନୀ ଶ୍ରୀୟା ମିଶ୍ରଙ୍କର ପାରିବାରିକ ବିବା-ଦର ସମାଧାନ ହୋଇଛି । ଏନେଇ ଏସପି ଅମିତାଭ ମହାପାତ୍ର ସୂଚନା ଦେଇଛନ୍ତି ।

ସେ କହିଛନ୍ତି ହୋଇଗଲା ବିବା-ଦର ଅନ୍ତ, ହେଲା ଆପୋଷ ସମାଧାନ ଆଉ କିଛି ଦିନ ପରେ ଶ୍ରୀୟା ମିଶ୍ର ଆସି ସ୍ବାମୀ ହ୍ୟୁମାନ ସାଗରଙ୍କ ଘରେ ରହିବେ ।ଏଣେ ଶ୍ରୀୟା ବି କହିଛନ୍ତି ଯେ ସେ ସ୍ବାମୀ ହ୍ୟୁମାନ ସାଗରଙ୍କ ସହ ରହିବେ । ହ୍ୟୁମାନ ସାଗର ଓ ତାଙ୍କ ମା ବି ସମାନ କଥା ଦୋହରାଇଛନ୍ତି ।

ହ୍ୟୁମାନ କହିଛନ୍ତି, ଆମ ଭିତରେ ବୁଝାମଣା ହୋଇଯାଇଛି । ଏବେ ଆମେ ଏକାଠି ରହିବୁ । ସେଥିପାଇଁ ହ୍ୟୁମାନ ସାଗର ଏବଂ ପତ୍ନୀ ଶ୍ରୀୟା ମିଶ୍ର ଆଜି ମହିଳା ଥା-ନାରେ ପହଞ୍ଚିଥିଲେ । ହ୍ୟୁମାନ ସାଗରଙ୍କ ସହ ତାଙ୍କ ମା ଶେଫାଳି ସୁନା ମଧ୍ୟ ଥା-ନାରେ ଆସିଥିଲେ ।

ଦ୍ୱିତୀୟ ଥର ପାଇଁ ପୁ-ଲିସ ଉଭୟଙ୍କୁ କାଉନସେଲିଂ କରିଥିଲା । ଆଜି ଉଭୟ ନିଜର ନିଷ୍ପତ୍ତି ଜଣାଇଥିଲେ ମହିଳା ଥା-ନାରେ । ଏସପି ଅମିତାଭ ମହାପାତ୍ର ଓ ମହିଳା ଥା-ନାରେ ଅଧିକାରୀଙ୍କ ଉପସ୍ଥିତିରେ ଆଜି ଉଭୟ ନିଜ ନିଷ୍ପତ୍ତି ଜଣାଇଥିଲେ ।

ଆଲୋଚନା ପରେ ଉଭୟ ମିଳିମିଶି ରହିବାକୁ ରାଜି ହୋଇଛନ୍ତି । ମାସେ ମଧ୍ୟରେ ଉଭୟ ପରସ୍ପର ସହ ଦେଖା କରିବେ । ସମ୍ପ-ର୍କକୁ ଉତ୍ତମ କରିବେ । ପରିବାର ସହିତ ଆଲୋଚନା କରି ଶ୍ରୀୟା ଶାଶୂଘରକୁ ଫେରିବେ । ଉଭୟ ଗଣମାଧ୍ୟମକୁ ଏନେଇ ସୂଚନା ଦେଇଛନ୍ତି । ବୁଝାମଣାରେ ସହଯୋଗ କରିଥିବା ଏସିପି ଅମିତାଭ ମହାପାତ୍ରଙ୍କୁ ଉଭୟ ଧନ୍ୟବାଦ ଜଣାଇଛନ୍ତି ।

ତେବେ ବନ୍ଧୁଗଣ ସୂଚନାଯୋଗ୍ୟ, କିଛିଦିନ ତଳେ ହ୍ୟୁମାନ ସାଗରଙ୍କ ବିରୋ-ଧରେ ମହିଳା ଥା-ନାରେ ଅଭି-ଯୋଗ କରିଥିଲେ ଶ୍ରେୟା । ଶାରୀ-ରିକ ନିର୍ଯ୍ୟା-ତନା ସହିତ ଧର୍ମ ପରିବର୍ତନ କରିବାକୁ ବାଧ୍ୟ କରୁଥିବା ନେଇ ଅଭି-ଯୋଗରେ ଦର୍ଶାଇଥିଲେ । ପରେ ହ୍ୟୁମାନ ସାଗର ଓ ଶ୍ରେୟା ମିଶ୍ରଙ୍କୁ କାଉନସେଲିଂ ପାଇଁ ମହିଳା ଥା-ନାକୁ ଡକାଯାଇ କାଉନସେଲିଂ କରାଯାଇଥିଲା ।

କାଉନସେଲିଂ ପରେ ଉଭୟ ଦୁଇଦିନ ସମୟ ନେଇଥିଲେ । ପରେ ଶ୍ରେୟା ବ୍ୟକ୍ତିଗତ ସମସ୍ୟା ଥିବାରୁ ଥା-ନାକୁ ଆସି ପାରିବେ ନାହିଁ ଏବଂ ୩୦ ତାରିଖରେ ଆସିବା ନେଇ ଅଧିକାରୀଙ୍କୁ ଅବଗତ କରିଥିଲେ । ଆଜି କଥା ମୁତାବକ ଉଭୟ ମହିଳା ଥା-ନାରେ ହାଜର ହେବା ପରେ ଉଭୟଙ୍କର କାଉନସେଲିଂ କରାଯାଇଥିଲା ।

odia sambada
Comments (0)
Add Comment