ବିକଶିତ ହେଲା ଫ୍ୟୁଚର୍ ଫୋନ୍‌ । ମଣିଷ ଦେହରେ ଲାଗିବ ଚିପ୍ ଆଉ ସିମକାର୍ଡ, ହାତରେ ଆଉ ଧରିବାକୁ ପଡିବନି ଫୋନ୍‌ ।

ତେବେ ବନ୍ଧୁଗଣ ଆଜିକାଲି ସମୟରେ ପିଲା ଠାରୁ ଆରମ୍ଭ କରି ବୃଦ୍ଧ ପ୍ରାୟ ସମସ୍ତ ବୟସ ବର୍ଗର ଲୋକ ମାନଙ୍କ ହାତରେ ଗୋଟେ ଗୋଟେ ସ୍ମାର୍ଟ୍ ଫୋନ୍ ନିଶ୍ଚିତ ଭାବରେ ରହି ଅଛି ।

କାହା ପାଖରେ ଦୁଇ ଦୁଇଟି ମଧ୍ୟ ରହିଛି । ଗରିବ ଠାରୁ ଆରମ୍ଭ କରି ଧନୀ ବ୍ୟକ୍ତି ବର୍ତମାନ ସମୟରେ ସମସ୍ତ ଙ୍କ ପାଖରେ ସ୍ମାର୍ଟ୍ ଫୋନ୍ ରହିଛି । ଏହାର ଅନେକ ସୁବିଧା ମଧ୍ୟ ଅଛି । କାରଣ କ୍ଷଣିକ ସମୟ ମଧ୍ୟରେ ବହୁତ୍ କିଛି କରିହେଉଛି ।

ତେଣୁ ବର୍ତ୍ତମାନ ସମୟରେ ସ୍ମାର୍ଟଫୋନର ବ୍ୟବହାର ଅଧିକ ପରିମାଣରେ ବଢ଼ିଯାଇଛି । ପ୍ରାୟ ଲୋକ ଘଣ୍ଟା ଘଣ୍ଟା ଧରି ମୋବାଇଲ୍ ଫୋନ୍ ସହିତ ସମୟ ବିତାନ୍ତି । ଏବେ ସ୍ମାର୍ଟ୍ ଯୁଗରେସବୁ କାମ ସ୍ମାର୍ଟ୍ ୱେରେ କରାଯାଉଛି । କିନ୍ତୁ ଆଗାମୀ ଭବିଷ୍ୟତରେ ହଜି ଯିବ ସ୍ମାର୍ଟ୍ ଫୋନ୍

କାରଣ ବିକଶିତ ହେଲା ନୂଆ ଆଡ଼ଭାନ୍ସ ଟେକ୍ନୋଲଜି ବ୍ୟବହାରରେ ଫ୍ୟୁଚର ଫୋନ୍ । ଏଣିକି ମଣିଷ ଦେହରେ ଲାଗିବ ଚିପ୍ ଆଉ ସିମକାର୍ଡ । ହାତରେ ଆଉ ଧରିବାକୁ ପଡ଼ିବନି ଫୋନ୍ । ଆପଣଙ୍କ ପାଖରେ ସ୍ମାର୍ଟ୍ ଫୋନ୍ ଥିବ ନିଶ୍ଚୟ ।

ହେଲେ ଆଉ କିଛଦିନ ପରେ ତାହା ଅକାମୀ ହୋଇଯିବ । କାହିଁକି ନା ବିକଶିତ ହୋଇ ସାରିଲାଣି ଫ୍ୟୁଚର ଫୋନ୍ । ଯାହା ସ୍ମାର୍ଟ୍ ଫୋନ ଠାରୁ ମଧ୍ଯ ଆହୁରି ଅଧିକ ସ୍ମାର୍ଟ । ଏହି ଫୋନକୁ ଏପରି ଭାବରେ ବିକଶିତ କରାଯାଉଛି ଯାହାର ବେଗ ଖୁବ୍ ଅଧିକ ଅଟେ । ଗବେଷକ ମାନେ କହୁଛନ୍ତି ଏହାର ଉପାଦେୟତା ସ୍ମାର୍ଟ୍ ଫୋନ୍ ଠାରୁ ମଧ୍ଯ ଅଧିକ ।

ବୈଜ୍ଞାନିକମାନେ ଅତ୍ୟାଧୁନିକ ପ୍ରଣାଳୀରେ ଏହାକୁ ନିର୍ମାଣ କରିଛନ୍ତି ଯାହା ଶରୀର ସହିତ ସଂଯୋଗ ହେବ । ବୈଜ୍ଞାନିକମାନଙ୍କ ମତରେ ଏହି ଟେକ୍ନୋଲୋଜି ଶରୀରରେ ସିମକାର୍ଡ ସହିତ ଚିପ ସଂଯୋଗ କରାଯିବ । ଆଉ ଏହାକୁ ହିଁ ଭବିଷ୍ୟତ ଫୋନ ର ଆଖ୍ୟା ଦିଆ ଯାଉଛି । ଏହାଦ୍ୱାରା ଆଗକୁ ସ୍ମାର୍ଟ୍ ଫୋନ ବ୍ୟବହାର କମ୍ ହେବ ।

ଏହି ଫୋନ୍ ବିଭିନ୍ନ ସାଙ୍କେତିକ ଚିହ୍ନ କିମ୍ଵା ଗ୍ୟାଶ୍ଚର୍ ରେ କାମ କରିବ । ହେଲେ ଏହା ଉପରେ ଆହୁରି ଗବେଷଣା ଜାରି ରହିଥିବା ବେଳେ ଏହାର ଫଙ୍କସନ୍ କୁ ନେଇ ଉଠିଛି ଅନେକ ପ୍ରଶ୍ନ । ଆଉ ଏହାକୁ ଲକ୍ଷ୍ୟକରି କିଛି ଦିନ ତଳେ ନୋକିଆ ସିଇଓ ପେକାଲ ଲଣ୍ଡମାର୍କ ଏ ସମ୍ପର୍କରେ ସୂଚନା ଦେଇ କହିଥିଲେ ୬ଜି ଆସିବା ବେଳକୁ ସ୍ମାର୍ଟ୍ ଫୋନ୍ ବ୍ୟବହାର ହ୍ରାସ ପାଇବ ।

odia sambada
Comments (0)
Add Comment