ଶୁଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ,ବଏଫ୍ରେଣ୍ଡ ନଥିଲେ କଲେଜକୁ ଆସିବା ମନା।

ଆମ୍ଭେ ମାନେ ପ୍ରତିଦିନ କିଛି ନା କିଛି ଘଟଣା ବିଷୟରେ ଜାଣିବାକୁ ପାଇଥାଉ।ବର୍ତ୍ତମାନ ଏହି ଡିଜିଟାଲ ଦୁନିଆରେ କୋଉଠି କେଉଁ ଘଟଣା ହେଲେ ସଙ୍ଗେ ସଙ୍ଗେ ସେହି ସମ୍ପର୍କରେ ଆମ୍ଭେ ଖବର ପାଇଯାଉ

ଏହି ଖବର ଆମ୍ଭେ ନ୍ୟୁଜ୍,ଖବରକାଗଜ ଏବଂ ବିଶେଷ କରି ସୋସିଆଲ ମିଡ଼ିଆ ମାଧ୍ୟମରୁ ଜାଣିବାକୁ ପାଉ।ଆଜି କାଲି ଏହି ଦୁନିଆରେ ଏହିପରି ରୋମାଞ୍ଚକର ନ୍ୟୁଜ୍ ଗୁଡ଼ିକ ଭାଇରାଲ ହେବାରେ ଲାଗିଛି ଯାହାକୁ ଶୁଣିଲେ ଆପଣମାନେ ମଧ୍ୟ ନିଜ ହସକୁ ସମ୍ଭାଳି ପାରିବେ ନାହିଁ।

ତେବେ ଏବେ ଜଗତସିଂହପୁରର ଏସ.ଭି.ମ୍ ସ୍ଵୟଂଶାସିତ କଲେଜରୁ ଏମିତି ଏକ ଘଟଣା ବିଷୟରେ ଶୁଣିବାକୁ ମିଳିଛି ଯାହାକୁ ଜାଣିଲେ ଆପଣ ମାନେ ହସି ହସି ବେଦମ୍ ହୋଇଯିବେ।ଘଟଣାଟି ହେଉଛି ଏହି କଲେଜର ଏକ ଲେଟର୍ ବର୍ତ୍ତମାନ ଚର୍ଚ୍ଚାରେ ରହିଛି।

ଏହି ଲେଟରରେ ଲେଖା ହୋଇଛି ଯେ ଆସନ୍ତା ୧୪ ଫ୍ରେବୃଆରୀରେ ସବୁ ଝିଅ ନିଜ ନିଜ ବଏଫ୍ରେଣ୍ଡକୁ ଧରି କଲେଜକୁ ଆସିବେ। ଯଦି କେଉଁ ଝିଅ ନିଜ ବଏଫ୍ରେଣ୍ଡକୁ ନେଇ ନଆସିବ ତେବେ ସେ କଲେଜ ଭିତରକୁ ପଶିପାରିବ ନାହିଁ।ଏହି ଲେଟରଟି କୁଆଡେ ଝିଅମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି କରାଯାଇଛି ବୋଲି ସେହି ଲେଟର ରେ ଉଲ୍ଲେଖ ରହିଛି।

ଆଉ ଯେଉଁ ଝିଅର ବଏଫ୍ରେଣ୍ଡ୍ ନାହିଁ ସେ ୧୪ ଫ୍ରେବୃଆରୀ ପୂର୍ବରୁ ଗୋଟେ ବଏଫ୍ରେଣ୍ଡ୍ ଖୋଜିବ,ନହେଲେ ସେଦିନ ସେ କଲେଜ ଆସିବ ନାହିଁ। ଏହି ଲେଟରଟି ବର୍ତ୍ତମାନ ଚାରିଆଡ଼େ ମୋବାଇଲରୁ ମୋବାଇଲ ଯାଇ ଭାଇରାଲ୍ ହେବାରେ ଲାଗିଛି।ତେବେ ଏହି ଲେଟରରେ କଲେଜର ପ୍ରିନ୍ସିପଲଙ୍କ ଦସ୍ତଖତ ମଧ୍ୟ ରହିଛି।

ତେବେ କଲେଜ କର୍ତ୍ତୃପକ୍ଷଙ୍କ ସହ ଏହି ବିଷୟରେ ପଚାରିବାରୁ ସେ କହିଲେକୁ ଏହି ଲେଟରଟି ମିଛ ଅଟେ।ଏମିତି କିଛି ଲେଟର ଇସ୍ୟୁ କରାଯାଇନାହିଁ।ତେବେ ଏ ନେଇ ପୋଲିସରେ ଅଭିଯୋଗ ମଧ୍ୟ କରାଯାଇଛି ବୋଲି ସେ କହିଛନ୍ତି।

odia sambada
Comments (0)
Add Comment