ପର ପୁରୁଷ ପ୍ରେମରେ ପାଗଳ ମା : କୁନି ଝିଅକୁ ଛାଡି ପ୍ରେମିକ ସହ ଫେରାର

ଅଢେ଼ଇ ବର୍ଷର ଦିବ୍ୟାଙ୍ଗ ମାଁ ଛେଉଣ୍ଡ ଝିଅକୁ ସରକାର ନେଇ ଭଲରେ ଲାଳନ ପାଳନ କରିବାକୁ ଆକୁଳ ବିନତି କରିଛନ୍ତି ଜଣେ ଅସହାୟ ବାପା।

ଦର୍ଶକବନ୍ଧୁ ଦୁନିଆଟି ବଡ଼ ବିଚିତ୍ର।ସବୁଦିନ କିଛି ନା କିଛି ଘଟଣାମାନ ଘଟିଥାଏ।ଗୋଟେ ପିଲା ଯେତେବେଳେ ଜନ୍ମ ନେଇଥାଏ , ପ୍ରଥମେ ସେ ତାର ମାଁକୁ ହିଁ ଜାଣିଥାଏ। ମାଆ ତାର ମମତା ଆଉ ଭଲ ପାଇବା ଦ୍ବାରା ପିଲାଟିର ଲାଳନ ପାଳନ କରିଥାଏ।ପିଲା ସବୁ ଠାରୁ ବେଶୀ ମାଆକୁ ହିଁ ବିଶ୍ୱାସ କରିଥାଏ।

କିନ୍ତୁ ଏପରି କିଛି ନାରୀ ଅଛନ୍ତି ଯେଉଁମାନେ ମାଆ ନାମରେ କଳଙ୍କ ଅଟନ୍ତି।ସେମାନଙ୍କ ପାଇଁ ନିଜ ପିଲାଠାରୁ ବେଶୀ ନିଜ ପ୍ରେମ ବଡ଼ ଥାଏ।ହଁ ଆଜ୍ଞା ବନ୍ଧୁଗଣ ଏପରି ଦୁଃଖଦାୟକ ଘଟଣା ଘଟିଛି ଗଜପତି ଜିଲ୍ଲା ମୋହନା ଅଞ୍ଚଳରେ ଯେଉଁଠାରେ ଏକ ମାଁ ନିଜ ଜନ୍ମ କଲା ଶିଶୁକୁ ଛାଡି ପରପୁରୁଷ ସହ ପଳାଇଛି।

ଏହାପରେ ଅସହାୟ ବାପା ସରକାରଙ୍କୁ ନିଜ ଝିଅର ଚିକିତ୍ସା କରି ଲାଳନ ପାଳନ କରି ଭଲ ମଣିଷ କରିବା ପାଇଁ ଗୁହାରୀ କରିଛନ୍ତି।ବନ୍ଧୁଗଣ ଘଟଣାଟି ଏପରି ଗଜପତି ଜିଲ୍ଲା ମୋହନା ଅଞ୍ଚଳର ସତ୍ୟବାନ ନାୟକ ହେଉଛନ୍ତି ସେହି ଅସହାୟ ବାପା ଯିଏ ସରକାରଙ୍କୁ ଏପରି ଗୁହାରୀ କରିଛନ୍ତି।

ସେ କହିଛନ୍ତି ସେ ବାଙ୍ଗାଲୋରକୁ କାମ କରିବା ପାଇଁ ଯାଇଥିଲେ ନିଜ ପରିବାରର ପ୍ରତିପୋଷଣ କରିବା ପାଇଁ।କିନ୍ତୁ ସେ ଯେତେବେଳେ ସେଠାରେ କାମ କରିଥିଲେ ସେତେବେଳେ ସେ ଜାଣିବାକୁ ପାଇଲେ ତାଙ୍କ ପତ୍ନୀ ଅନ୍ୟ କାହା ସହ ବିବାହ କରି ଝିଅକୁ ଛାଡ଼ି ଚାଲି ଯାଇଛନ୍ତି।

ସେ ଆସି ମୋହନା ଥାନାରେ ଅଭିଯୋଗ କରିଥିଲେ। ସେଠାକୁ ତାଙ୍କ ପତ୍ନୀ ମଧ୍ୟ ଆସିଥିଲେ। ସେଠାରେ କଥା ବାର୍ତ୍ତା ହେବା ପରେ ତାଙ୍କ ପତ୍ନୀ ସିଧା ସିଧା ମନା କଲେ ଯେ ସେ ଝିଅ ତାଙ୍କର ନୁହେଁ।ଏହା ପର ଠାରୁ ଝିଅ ବାପା ପାଖରେ ରହୁଛି।କିନ୍ତୁ ଅଢେ଼ଇ ବର୍ଷ ହୋଇଗଲା ଝିଅ ନା ଚାଲି ପାରୁଛି ନା ଠିକ୍ ଭାବରେ ବସି ପାରୁଛି।

ତେଣୁ ସତ୍ୟବାନ ଏ ନେଇ ଚିନ୍ତାରେ ରହିଛନ୍ତି ସେ କିପରି ନିଜ ମା ଓ ଝିଅର ଚିକିତ୍ସା ସହ ପାଳନ କରିବେ।ତେଣୁ ସେ ଅସହାୟ ହୋଇ ସରକାରଙ୍କୁ ଗୁହାରି କରିଛନ୍ତି ଯେ ଝିଅକୁ ସରକାର ନେଇ ତାର ଚିକିତ୍ସା ସହ ଲାଳନ ପାଳନ କରି ଭଲ ମଣିଷ କରିବା ପାଇଁ।

ସେ କହିଛନ୍ତି ସେଠାରେ ରହିଲେ ତାଙ୍କ ଝିଅର ଭଲ ଭାବରେ ପାଳନ ହେବ ବୋଲି। ମୋହନାର ସିଡିପିଓଙ୍କ କହିବା ମୁତାବକ ଜିଲ୍ଲା ଶିଶୁ କମିଟ ପାଖକୁ କଥାଟି ଯିବ , ଏହାପରେ ସେମାନେ ଯାହା ପଦକ୍ଷେପ ନେବେ ସେହି ଅନୁସାରେ କାର୍ଯ୍ୟଟି କରାଯିବ।

ଏବେ ଅଙ୍ଗନବାଡ଼ି କେନ୍ଦ୍ର ତରଫରୁ ଝିଅ ପାଇଁ ଖାଇବା ଯାଉଛି।ଆଗକୁ ଏ ନେଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।ଏଭଳି ସ୍ଥିତିରେ ଦିବ୍ୟାଙ୍ଗ ଶିଶୁଟିର ଚିକିତ୍ସା ସହ ଲାଳନ ପାଳନର ଦାୟିତ୍ଵ ସରକାର ବହନ କରନ୍ତୁ ବୋଲି ଅସହାୟ ବାପା ସତ୍ୟବାନ ନେହୁରା ହୋଇଛନ୍ତି।

odia sambada
Comments (0)
Add Comment