ଦ୍ଵିତୀୟ ଦିନିକିଆ ପୂର୍ବରୁ ସାମ୍ନାକୁ ଆସିଲା ଏକ ଖରାପ ଖବର: ଦିନିକିଆରେ ଅଧିନାୟକ ପଦ ହରାଇବେ ରୋହିତ ଶର୍ମା। ଏହି ଖେଳାଳି ହେବାକୁ ଯାଉଛନ୍ତି ଅଧିନାୟକ:-

ବିଗତବର୍ଷ ଟିମ ଇଣ୍ଡିଆ t20 ବିଶ୍ୱକପ ହାରିବାପରେ ସମସ୍ତେ ଜାଣି ସାରିଥିଲେ କି, ଏଥର ରୋହିତ ଶର୍ମାଙ୍କ ଠାରୁ ଅଧିନାୟକ ପଦ ଛଡ଼ାଇ ନିଆଯିବ କିନ୍ତୁ ଏମିତି ହୋଇନଥିଲା। କିନ୍ତୁ ଏବେ ଖବର ସାମ୍ନାକୁ ଆସୁଛି କି, ରୋହିତଙ୍କ ଅଧିନାୟକତା ଉପରେ ଖଡ୍ଗ ଝୁଲୁଛି ଓ ଯେକୌଣସି ସମୟରେ ସେ ଅଧିନାୟକତା ହରାଇ ପାରନ୍ତି।

ରୋହିତ ଶର୍ମାଙ୍କ ଅଧିନାୟକତାକୁ ନେଇ ଆସିଲା ଖବର:-

ବିସିସିଆଇର ଏକ ଗୁପ୍ତ ଶିବିରରୁ ଜଣାପଡ଼ିଛି କି, ରୋହିତ ଶର୍ମା ଏହିବର୍ଷ ଶେଷ ଯାଏଁ ଅଧିନାୟକ ପଦ ସମ୍ଭାଳିବେ। ଏହାସହ ଟେଷ୍ଟରେ ମଧ୍ୟ ସେ ଅଧିନାୟକତା କରିବେ କିନ୍ତୁ ଦିନିକିଆ ବିଶ୍ୱକପ ପରେ ରୋହିତ ଙ୍କ ଭବିଷ୍ୟତ ଉପରେ ଆଲୋଚନା କରାଯିବ। ଏବେ ରୋହିତଙ୍କ ପରେ ଟେଷ୍ଟ କ୍ରିକେଟରେ ରାହୁଲ ଅଧିନାୟକ ପଦ ସମ୍ଭାଳିବାର ବହୁତ ବଡ଼ ଚାନ୍ସ ରହିଛି।

ବିସିସିଆଇର ଏକ ଅଧିକାରୀ ରିପୋର୍ଟ ମାଧ୍ୟମରେ କହିଛନ୍ତି, ରୋହିତ ବର୍ତ୍ତମାନ ଦିନିକିଆ ବିଶ୍ୱକପ ପର୍ଯ୍ୟନ୍ତ ଦଳର ଅଧିନାୟକତା ସମ୍ଭାଳିବେ। ଏହାପରେ ଯଦି ସେ ଦିନିକିଆରୁ ଅଧିନାୟକତା ଛାଡ଼ୁଛନ୍ତି ତାହେଲେ ଏହାପରେ କାହାକୁ ଦଳର ଅଧିନାୟକ ବନାଯିବ ଆମେ ତୁରନ୍ତ ତାହା ଉପରେ ବୈଠକ ବସାଇବୁ।

ହାର୍ଦିକଙ୍କୁ ନେଇ ଦିଆଗଲା ମନ୍ତବ୍ୟ:-

ବିସିସିଆଇ ଅଧିକାରୀ କହିଥିଲେ, t20 ବିଶ୍ୱକପ ପରେ ରୋହିତଙ୍କ ସ୍ଥାନରେ ହାର୍ଦିକଙ୍କୁ ଅଧିନାୟକତା ମିଳିଥିଲା। ହାର୍ଦିକ ମଧ୍ୟ କିଛିଟା ସିରିଜରେ ଅଧିନାୟକ ଭାବରେ ବହୁତ ଭଲ ପ୍ରଦର୍ଶନ କରିଛନ୍ତି ଓ ତାଙ୍କୁ ସପୋର୍ଟ କରିବା ଉଚିତ। ଆଶା କରାଯାଉଛି ସେ ବର୍ତ୍ତମାନ ଯୁବା ଅଛନ୍ତି ଓ ରୋହିତଙ୍କ ପରେ ଏକ ଉଚିତ ଅଧିନାୟକତା କରିପାରିବେ।

ବର୍ତ୍ତମାନ ସୁଦ୍ଧା ରୋହିତ ଶର୍ମା କୌଣସି ଫର୍ମାଟରୁ ଅଧିନାୟକ ପଦ ଛାଡ଼ିଛନ୍ତି ନା ହାର୍ଦିକ ପାଣ୍ଡ୍ୟାଙ୍କୁ କୌଣସି ଫର୍ମାଟ ପୂର୍ଣ୍ଣ ରୂପରେ ଅଧିନାୟକ ପଦ ମିଳିଛି। ଏହାଉପରେ ଭବିଷ୍ୟତରେ ବିସିସିଆଇ ନିର୍ଣ୍ଣୟ କରିବ ବୋଲି ସୂତ୍ରରୁ ଜଣାପଡ଼ିଛି।

odia sambada
Comments (0)
Add Comment