ଭାରତ ବନାମ ନ୍ୟୁଜିଲାଣ୍ଡ ମଧ୍ୟରେ ମ୍ୟାଚ ରଦ୍ଧ ହୋଇଯିବ ନା ଏହାର ଭେନ୍ୟୁ ବଦଳିବ? ହାଇକୋର୍ଟରେ ପହଞ୍ଚିଲା ମା-ମଲା

ବର୍ତ୍ତମାନ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଦିନିକିଆ ସିରିଜ ଖେଳାଯାଉଛି। ପ୍ରଥମ ଦିନିକିଆ ମ୍ୟାଚରେ ଶୁବମାନ ଗିଲଙ୍କ ଚମତ୍କାର 208 ରନ ବଳରେ ଦଳ 349 ରନରେ ପହଞ୍ଚିଗଲା। ଏହି ମ୍ୟାଚକୁ ଭାରତୀୟ ଦଳ 12 ରନରେ ଜିତିଥିଲା। ତୃତୀୟ ଦିନିକିଆ ମ୍ୟାଚ ମଧ୍ୟପ୍ରଦେଶର ହୋଲକର ଷ୍ଟାଡିୟମରେ ଖେଳାଯିବାକୁ ରହିଛି କିନ୍ତୁ ମାମ-ଲା ବର୍ତ୍ତମାନ ହାଇକୋର୍ଟରେ ପହଞ୍ଚି ସାରିଲାଣି, ଏହି ମ୍ୟାଚ ହେବ କି ନାହିଁ ବର୍ତ୍ତମାନ ଏହାଉପରେ ଦ୍ଵନ୍ଦ ଚାଲିଛି।

ଟିକଟ ର କଳା ବଜାରୀ ଉପରେ ବି-ବାଦ:-

ମଧ୍ୟପ୍ରଦେଶରେ ହେବାକୁ ଥିବା ତୃତୀୟ ଦିନିକିଆ ମ୍ୟାଚକୁ ନେଇ ଟିକେଟ ବିକ୍ରି ହେବା ଆରମ୍ଭ ହୋଇଥିଲା ଓ ମାତ୍ର ୫ ମିନିଟରେ ସମସ୍ତ ଟିକେଟ ବିକ୍ରି ହୋଇଗଲା। ଏବେ ହାଇକୋର୍ଟ ଶୁଣାଣି ଦ୍ୱାରା ରାକେଶ ଯାଦବଙ୍କ କହିବାହେଲା ଏହା ସମ୍ପୂର୍ଣ୍ଣ ଭାବରେ ଅସମ୍ଭବ ଓ ଏମିତି ବିଲକୁଲ ହୋଇ ପାରିବନାହିଁ।

ଏତେ ଜଲଦି କେମିତି ବିକ୍ରି ହେଲା ସାରା ଟିକେଟ:-

ଇନ୍ଦୋର କ୍ରିକେଟ ଷ୍ଟାଡିୟମରେ ହେବାକୁ ଥିବା ମ୍ୟାଚରେ ଟିକେଟ କଳା ବଜାରୀକୁ ନେଇ ମାମ-ଲା ହାଇକୋର୍ଟ ପହଞ୍ଚି ସାରିଛି। ଆଗରୁ ବୋର୍ଡ଼ ବିପକ୍ଷରେ ଏମିତି ଆ-ରୋପ ଲାଗିଛି ସତ କିନ୍ତୁ ଏଥର ମାମ-ଲା ହାଇକୋର୍ଟରେ ପହଞ୍ଚି ଯାଇଛି। କଂଗ୍ରେସ ନେତା ରାକେଶ ସିଂହ ଆରୋ-ପ ଆଣିଛନ୍ତି ଯେ, ଏତେ ଜଲଦି ଟିକେଟ ବିଲକୁଲ ବିକ୍ରି ହୋଇ ପାରିବନାହିଁ।ସେ ତର୍କ ଦେଇ କହିଥିଲେ ଜାନୁଆରୀ 12 ତାରିଖ ସକାଳ 6 ଘଟିକାରେ ଅନଲାଇନ ଟିକେଟ ବିକ୍ରି ଆରମ୍ଭ ହୋଇଥିଲା।

ଅନଲାଇନ ସାଇଟରେ ମାତ୍ର 1 ମିନିଟରେ 3118 ଟିକେଟ ବିକ୍ରି ହୋଇଥିଲା, ଆଗାମୀ ଦ୍ଵିତୀୟ ମିନିଟରେ 1600 ଟିକେଟ ବିକ୍ରି ହୋଇଥିଲା ଓ 5 ମିନିଟ ଭିତରେ 6260 ଟିକେଟ ବିକ୍ରି ହୋଇଗଲା। ଏତିକି ନୁହେଁ ମାତ୍ର 15 ମିନିଟରେ ସବୁ ଶସ୍ତା ଟିକେଟ ବିକ୍ରି ହୋଇଗଲା ଯାହାକି ସମ୍ପୂର୍ଣ୍ଣ ଅସମ୍ଭବ ଅଟେ।

ହ୍ୟାକର୍ସ ମାନେ କରିଦେଲେ ଭୁଲ:-

ନିବେଦନକର୍ତାଙ୍କ କହିବାହେଲା ଓଟିପି ଓ ଟ୍ରାଞ୍ଜକ୍ସନ ହେବାରେ 15 ମିନିଟର ସମୟ ଲାଗିଥାଏ। ଏମିତିରେ 17 ହଜାର ଟିକେଟ 15 ମିନିଟରେ ବିକ୍ରି ହେବା ଦେଖି କୌଣସି ଗଡ଼ବଡ଼ି ନଜର ଆସୁଛି। ଏମାନଙ୍କ ମଧ୍ୟରୁ କେତେକ ମେଲ ହ୍ୟାକର୍ସଙ୍କ ଦ୍ଵାରା ଜାରି କରାଯାଇଛି। ଏହାସହ ପେଟିଏମ ଓ ପେଟିଏମ ଇଂସାଇଡ଼ର ବ୍ୟତୀତ ତୃତୀୟ ସାଇଟକୁ ଏକ୍ସେସ ଦିଆଯାଇଛି। ମାମ-ଲାର ଅଭି-ଯୋଗ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଓ ବିସିସିଆଇକୁ ପଠାଯାଇଛି।

MPCA ମଧ୍ୟ ନିଜର ପକ୍ଷ ରଖିଛି:-

MPCA ପକ୍ଷରୁ ଆଡ଼ଭୋକେଟ ଅଜୟ ବଗାଡ଼ିଆ ମଧ୍ୟ ନିଜର ପକ୍ଷ ରଖିଥିଲେ। ତାଙ୍କର କହିବାହେଲା MPCA ଟିକେଟ ବିକ୍ରି କରିବାର ଅଧିକାର ପେଟିଏମକୁ ଦେଇଥିଲା। ସେହି ସାଇଟରେ ସମସ୍ତ ଟିକେଟ ବିକ୍ର ହେଲା ଓ ଗୋଟି ଗୋଟି କରି କୋର୍ଟକୁ ସମସ୍ତ ସୂଚନା ଦିଆଗଲା। ମିନିଟରେ 3 ହଜାରରୁ ଅଧିକ ଟିକେଟ ବିକ୍ରି ହେବାପରେ ଟ୍ରେନ ଟିକେଟ ଓ ଫିଫା ଟିକେଟର ବିକ୍ରିକୁ ନେଇ ମଧ୍ୟ ଉଦାହରଣ ସାମ୍ନାକୁ ଆସିଛି।

odia sambada
Comments (0)
Add Comment