ଏବେ ଫ୍ରି ରେ ଉଠାନ୍ତୁ ଆଇପିଏଲ ଦେଖିବାର ମଜା, ଏହିଠାରେ ଦେଖନ୍ତୁ ଆଇପିଏଲ ମ୍ୟାଚ:-

ଆଇପିଏଲ 2023 ର ପ୍ରସ୍ତୁତି ଧୁମଧାମରେ ଆରମ୍ଭ ହେବାକୁ ଯାଉଛି। ଫ୍ୟାନ୍ସମାନେ ଏହି ଟୁର୍ଣ୍ଣାମେଣ୍ଟ ପାଇଁ ଚାତକ ପରି ଅପେକ୍ଷା କରି ରହିଛନ୍ତି। ଆଶା କରାଯାଉଛି ମାର୍ଚ୍ଚ ମାସ ଶେଷ ସପ୍ତାହ ଆଡ଼କୁ ଆଇପିଏଲ 2023 ଆରମ୍ଭ ହୋଇଯିବ। ବିଗତ ମାସରେ କୋଚିରେ ହୋଇଥିବା ମିନି ଅକ୍ସନ ପରେ ସମସ୍ତ ଟିମ ନିଜର ପ୍ଲେୟାର ପ୍ରସ୍ତୁତ କରି ରଖିଛନ୍ତି।

ଏହି ମିନି ଅକ୍ସନରେ ଇଂଲଣ୍ଡର ସାମ କରନ୍ ସବୁଠାରୁ ମହଙ୍ଗା ବିକ୍ରି ହୋଇଥିଲେ। ପଞ୍ଜାବ କିଙ୍ଗସ ସାମଙ୍କୁ 18.50 କୋଟିରେ କିଣିଥିଲା। ଏହାସହ ମୁମ୍ବାଇ ଇଣ୍ଡିଆନ୍ସ ଅଷ୍ଟ୍ରେଲିଆର କାମେରନ ଗ୍ରୀନଙ୍କୁ ଦ୍ଵିତୀୟ ସର୍ବାଧିକ ଦାମୀ ଖେଳାଳି ରୂପରେ ନିଜ ଦଳରେ ସାମିଲ କରିଥିଲେ। ଜଣାଇଦେଉଛୁ କି, ଆଇପିଏଲ ଦେଖିବାପାଇଁ ଆପଣଙ୍କୁ ସବସ୍କ୍ରିପସନ ଦେବାକୁ ପଡ଼ିଥାଏ। କିନ୍ତୁ ଏବର୍ଷ ଫ୍ୟାନ୍ସଙ୍କ ପାଇଁ ବହୁତ ଖୁସିର ଖବର ଏହାକି ଯେ, ସେମାନେ ଫ୍ରି ରେ ଏଥର ଆଇପିଏଲ ଦେଖିପାରିବେ।

ଜଣାଇଦେଉଛୁ ଯେ ବିଗତ ସିଜିନ ଯାଏଁ ଷ୍ଟାର ସ୍ପୋର୍ଟସ ନେଟୱର୍କରେ ଆଇପିଏଲ ମ୍ୟାଚ ଟେଲିକାଷ୍ଟ ହେଉଥିଲା। ଏଥର ମଧ୍ୟ ଷ୍ଟାର ସ୍ପୋର୍ଟସ 23,575 କୋଟି ଟଙ୍କାରେ ମିଡ଼ିଆ ରାଇଟ୍ସ କିଣିଛି। ଯାହାଦ୍ୱାରା ଆପଣ ଏଥର ମଧ୍ୟ ଷ୍ଟାର ସ୍ପୋର୍ଟସରେ ଖେଳ ଦେଖିପାରିବେ କିନ୍ତୁ ହଟଷ୍ଟାରରେ ଏଥର ଖେଳ ଦେଖିପାରିବେ ନାହିଁ କିନ୍ତୁ ଏହାମଧ୍ୟରେ ଫ୍ୟାନ୍ସଙ୍କ ପାଇଁ ଏକ ଖୁସି ଖବର ସାମ୍ନାକୁ ଆସିଛି।

ଆଇପିଏଲର ରାଇଟ୍ସ ବର୍ତ୍ତମାନ ୱାୟକମ 18 ପାଖରେ ଅଛି। ଏହାର ଡିଜିଟାଲ ପ୍ଲାଟଫର୍ମ ଜିଓ ସିନେମା ଅଟେ। ଏମିତିରେ ଏଥର ଫ୍ୟାନ୍ସମାନେ ଜିଓ ସିନେମାରେ ଫ୍ରି ରେ ଖେଳ ଦେଖିପାରିବେ। ଜିଓ ସିନେମାରେ ଏଥର ଦର୍ଶକ ମାନେ 11ଟି ଭାଷାରେ ଖେଳ ଦେଖିପାରିବେ। ଖାଆସ କଥା ଏହାକି ଯେ, ଏହି ସୁବିଧା କେବଳ ଜିଓ ୟୁଜର୍ସ ମାନଙ୍କ ପାଇଁ ନୁହେଁ ବରଂ ସମସ୍ତଙ୍କ ପାଇଁ ଏହା ଉପଲବ୍ଧ ଅଟେ।

odia sambada
Comments (0)
Add Comment